IBN ଓଡ଼ିଶା ବ୍ୟୁରୋ

ଘରେ ଏହି 6 ସଂକେତ ଦେଖିବାକୁ ମିଳୁଥିଲେ…. ଜାଣି ନିଅନ୍ତୁ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଛି

ନମସ୍କାର ବନ୍ଧୁଗଣ, ଆପଣ ଯଦି ଅନୁସରଣ କରିଥିବେ ତେବେ ନିହାତି ଭାବରେ ଜାଣିଥିବେ କି ଆପଣଙ୍କ ଘରେ ବେଳେବେଳେ ନ ହେବା ଭଳି ଘଟଣା ମଧ୍ୟ ଘଟିବାକୁ ଲାଗିଥାଏ ଯାହାର ଆପଣ କେବେ କଳନା ମଧ୍ୟ କରିନଥିବେ ସେହିଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଏହାର ଆଭାସ ଆପଣଙ୍କୁ ଆଗରୁ ମଧ୍ୟ ମିଳିଥାଏ କିନ୍ତୁ ତାହା ଆପଣ ଜାଣି ପାରିନଥାନ୍ତି ଯାହାର ସିଧା ଅର୍ଥ ହୋଇଥାଏ କି ଆପଣଙ୍କ ଘରେ ଭୁତ ପ୍ରେତଙ୍କ ବାସ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ସଙ୍କେତ ଆପଣଙ୍କୁ ଏହାର ସୂଚନା ଦେଇଥାଏ ।

ଯଦି ଆପଣଙ୍କ ଘରକୁ କୌଣସି ଖରାପ ଶକ୍ତିର ପ୍ରବେଶ ହୋଇଥାଏ ତେବେ ଆପଣଙ୍କ ଘର ଉପରେ ଅସୁବିଧାର ପାହାଡ ଭାଙ୍ଗି ପଡିଥାଏ । ସେହିଘରେ ରହୁଥିବା ଲୋକମାନଙ୍କୁ ଆକସ୍ମିକ ମୃତ୍ୟୁ ଏବଂ ଶୋକର ସାମ୍ନା କରିବାକୁ ପଡିଥାଏ । ଆପଣ ଘରେ ସଞ୍ଚିତ କରି ରଖିଥିବା ଧନ ଅଚାନକ ଭାବରେ କୌଣସି କାର୍ଯ୍ୟରେ ଖର୍ଚ୍ଚ ହେବାକୁ ଲାଗିଥାଏ ।

ଏବଂ ପୁରା ପରିବାର ବରବାଦ ହେବାକୁ ଲାଗିଥାଏ । ଯେଉଁ ଘରେ ଭୁତ ପ୍ରେତଙ୍କ ବାସ ହୋଇଥାଏ ସେହିଘରେ କେବେ ମଧ୍ୟ ମାତା ଲକ୍ଷ୍ମୀଙ୍କ ବାସ ହୋଇନଥାଏ । ସେହିଘରେ ସବୁବେଳେ ଗରିବୀ ତଥା ଦାରିଦ୍ରତା ଲାଗି ରହିଥାଏ  । ଘରେ ପ୍ରେତ ଥିବାର ସଙ୍କେତ କୌଣସି ବସ୍ତୁ କିମ୍ବା ସ୍ଵପ୍ନ ଦ୍ଵାରା ଜଣା ପଡିଥାଏ ।

ଯଦି ଆପଣଙ୍କୁ ସ୍ଵପ୍ନରେ ଘୋଡା, ହାତୀ ଏବଂ ବଳଦ ବିକୃତ ରୂପରେ ଦେଖା ଦିଅନ୍ତି କିମ୍ବା କ୍ରୋଧ କରି ଆପଣଙ୍କ ଉପରେ ଆକ୍ରମଣ କରୁଥିବାର ଆପଣ ଦେଖନ୍ତି ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଘରେ ପ୍ରେତ ମାନଙ୍କ ବାସ କରୁଛନ୍ତି । ଯଦି କୌଣସି ମଣିଷ ଶୋଇବା ସମୟରେ ଶୋଇଥାଏ ଗୋଟିଏ ପଟକୁ କିନ୍ତୁ ଉଠିବା ବେଳକୁ ଦେଖିଥାଏ ଆଉ ଏକ ପଟକୁ ମୁଣ୍ଡ ହୋଇଛି ତେବେ ଏହାର ଅର୍ଥ ଆପଣଙ୍କ ଘରେ ପ୍ରେତମାନେ ବାସ କରୁଛନ୍ତି ।

ଯଦି କୌଣସି ମଣିଷ ନିଜକୁ ସ୍ଵପ୍ନରେ ଜଞ୍ଜିରରେ ବନ୍ଧା ହୋଇଥିବା ଦେଖନ୍ତି,ତାଙ୍କ ପୂର୍ବଜକୁ ମଇଳା କପଡାରେ ଦେଖନ୍ତି କିମ୍ବା  ପୂର୍ବଜ ଅନ୍ୟମାନଙ୍କ ଭୋଜନ ଚୋରୀ କରି ଦୋଉଡି ଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରେ ଖରାପ ଶକ୍ତିର ବାସ ହୋଇଛି । ଯଦି ଆପଣଙ୍କ ସ୍ଵପ୍ନରେ ଗାଈ କିମ୍ବା କୌଣସି ପକ୍ଷୀ ମଣିଷ ଭାଷାରେ କଥା ହେଉଥିବାର ଦେଖନ୍ତି ତେବେ ଜାଣି ରଖିବେ କି ଆପଣଙ୍କ ମୃତ ପରିଜନ ପ୍ରେତ ଯୋନିକୁ ଚାଲିଯାଇଛନ୍ତି । ଏବଂ ପ୍ରେତ ହୋଇ ଆପଣଙ୍କ ଘରେ ହିଁ ଆପଣଙ୍କ ପୂର୍ବଜ ବାସ କରୁଛନ୍ତି ।

ଘରେ ସବୁବେଳେ କଳହ ଲାଗି ରହିବା, ବାରମ୍ବାର ଧନ ହାନି ହେବା ମଧ୍ୟ ଘରେ ପ୍ରେତ ମାନଙ୍କ ବାସ ହୋଇଥିବାର ସଙ୍କେତ ଦେଇଥାଏ । ଯଦି ଆପଣଙ୍କ ଘରକୁ ବାଦୁଡି ଚାଲିଆସେ ଅଚାନକ ତେବେ ବୁଝିଯିବେ ଆପଣଙ୍କ ଘରେ ପ୍ରେତ ମାନଙ୍କ ବାସ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button