IBN ଓଡ଼ିଶା ବ୍ୟୁରୋ

ଜୀବନରେ କେବେବି ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ଭଳି ସମସ୍ୟା ହେବ ନାହିଁ, ଚର୍ବି ଘିଅ ଭଳି ତରଳି ଯିବ

ଆଜି ଆମେ ଆପଣଙ୍କୁ ଏମିତି ଏକ ଔଷଧୀୟ ପତ୍ର ବିଷୟରେ କହିବୁ ଯାହା ଆପଣଙ୍କ ଶରୀର ପାଇଁ ବହୁତ ହିଁ ଲାଭ ଦାୟକ ଅଟେ । ଯାହା ଶରୀରରୁ ପ୍ରାୟତଃ ରୋଗକୁ ଦୂର କରିଥାଏ । ଆମେ ଯେଉଁ ପତ୍ର ବିଷୟରେ କହୁଛୁ ତାହା ତେଜ ପତ୍ର ଅଟେ । ଏହା କେବଳ ଖାଦ୍ୟର ସ୍ଵାଦ ବଢାଏ ନାହିଁ, ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମଧ୍ୟ ଦେଇଥାଏ । ଯଦି ଆପଣଙ୍କର ଦାନ୍ତ ବିନ୍ଧା ହେଉଛି, ମଧୁମେହ ଅଛି, ଅଳଜାଇମର ରୋଗ ଅଛି, ଆପଣ ସବୁବେଳେ କିଛି ଭୁଲି ଯାଉଛନ୍ତି ତେବେ ଏହିଭଳି ସମସ୍ତ ରୋଗକୁ ତେଜ ପତ୍ର ଅତି ସହଜରେ ଦୂର କରିଦେବ ।

କହିଦେଉଛୁ କି ତମାଳ ଗଛର ପତ୍ରକୁ ଖରାରେ ଶୁଖାଇ ତେଜପତ୍ର ତିଆରି କରାଯାଏ । ଆୟୁର୍ବେଦରେ ବି ତେଜପତ୍ର ବିଷୟରେ ଉଲ୍ଲେଖ ଅଛି । ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଆପଣ ସବୁଦିନ ସକାଳେ ତେଜ ପତ୍ରର ପାଣି ପିଅନ୍ତୁ ।

ଏଥିପାଇଁ କିଛି ପତ୍ରକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ପ୍ରଥମେ ଆପଣ ଗୋଟିଏ ଗ୍ଳାସ ପାଣି ଗୋଟିଏ ପାତ୍ରରେ ନେଇ ସେଥିରେ ୩ ରୁ ୪ ଟି ତେଜପତ୍ର ପକାଇ ଦିଅନ୍ତୁ । ରାତି ସାରା ଏହି ପାଣିରେ ପତ୍ରକୁ ରଖି ପାରିବେ । ସକାଳେ ଗ୍ୟାସରେ ରଖି ଏହି ପାଣିକୁ ଫୁଟାନ୍ତୁ । ଏହି ପାଣିକୁ ଥଣ୍ଡା କରି ଛାଣି ମାତ୍ର ୧୫ ଦିନ ପିଅନ୍ତୁ । ଓଜନ କମ କରିବା ପାଇଁ ସକାଳୁ ଖାଲି ପେଟରେ ଏହି ପାଣିର ସେବନ କରନ୍ତୁ ଓ ଗରମ ଗରମ ସେବନ କରିଲେ ଆପଣଙ୍କ ଶରୀରରେ ଥିବା ଚର୍ବି ଜଲ୍ଦି କମିବ ।

ଯଦି ଆପଣ ତେଜପତ୍ର ପାଣିର ସେବନ କରୁଛନ୍ତି ତେବେ ବହୁତ ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ଓ ମାଂସପେଶୀରେ କଷ୍ଟ ଦୂର ହୋଇଯିବ । ଯଦି ଆପଣଙ୍କ ସ୍ମରଣ ଶକ୍ତି କମ ହୋଇ ଯାଇଛି, ତେବେ ଆପଣ ଗୋଟିଏ ଚାମଚ ତେଜପତ୍ର ଚୂନ ନେଇ ଦହି ଶହ ମିଶ୍ର କରି ଏହାର ସେବନ କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଏହି ସବୁ ରୋଗ ଠିକ ହୋଇଯିବ । ତେଜପତ୍ରର ତେଲ ଯଦି ଆପଣ ନିଜର ଆଣ୍ଠୁରେ ମାଲିସ କରିବେ ତେବେ ଏହା ଦ୍ଵାରା ବି ବହୁତ ଆରମ ମିଳିଥାଏ ।

ଥଣ୍ଡା କାସ ପାଇଁ ବି ଏହା ବହୁତ ଲାଭଦାୟକ ଅଟେ । ଏଥିପାଇଁ ଆପଣ ୧୦ – ୧୫ଟି ତେଜପତ୍ରକୁ ଗ୍ରାଇଡିଙ୍ଗ କରି ଗୁଣ୍ଡ ପ୍ରସ୍ତୁତ କରିନ୍ତୁ । ଏହାକୁ ଚାଲୁଣି ସାହାର୍ଯ୍ୟରେ ଚଳାଇ ଦିଅନ୍ତୁ । ସଦୁବିନ ଏକ ଚାମଚ କିମ୍ବା ଅଧ ଚାମଚ ତେଜପତ୍ର ଗୁଣ୍ଡର ସେବନ କରିବା ଦ୍ଵାରା ଆପଣଙ୍କ ଥଣ୍ଡା ଓ କାସ ଭଳି ସମସ୍ୟା ଦୂର ହୋଇଯିବ । ଯଦି ଆପଣଙ୍କ ଦାନ୍ତ ବିନ୍ଧା ହେଉଛି ଓ ଦାନ୍ତକୁ ସଫା କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ତେଜପତ୍ର ଗୁଣ୍ଡ ଦ୍ଵାରା ଦାନ୍ତ ସଫା କରନ୍ତୁ । ଏହା ଦ୍ଵାରା ଦାନ୍ତ ଚମକିବ ।

Related Articles

Leave a Reply

Your email address will not be published. Required fields are marked *

Back to top button