ଚା’ ରେ ମିଶାନ୍ତୁ ଏହି ୨ ଟି ଲାଭକାରୀ ଜିନିଷ ! ଆପଣଙ୍କ ଚା’ ଅମୃତ ପାଲଟିଯିବ…

ଚା ‘ ବୋଲି ନୁହେଁ ଯଦି କୋଣସି ଜିନିଷ କୁ ଆମେ ଅଧିକ ମାତ୍ରା ରେ ସେବନ କରିଥାଉ ତେବେ ତାହା ଆମର କ୍ଷତି ସାଧନ କରିଥାଏ । ମାତ୍ର ଆଜି ଆମେ ଆପଣଙ୍କୁ ଏଭଳି ଦୁଇଟି ଜିନିଷ ବିଷୟରେ କହିବୁ ଯାହାକୁ ଚା ‘ ରେ ପକେଇ ପିଇବା ଦ୍ଵାରା ଚା ‘ ର ଉପକାରିତା ଗୁଣ ବୃଦ୍ଧି ହୋଇଥାଏ ଓ ଏହା ଦ୍ଵାରା ଆପଣଙ୍କର ଚା ‘ ପିଇବା ଦ୍ଵାରା ହେଉଥିବା ନଷ୍ଟ ଦୂର ହୋଇଯାଇଥାଏ ।
ଆସନ୍ତୁ ଜାଣିବା ଡାକ୍ତର ସାଲିମ ଜେଦୀଙ୍କ ମାଧ୍ୟମରେ ପ୍ରଥମ ଜିନିଷ ହେଉଛି ଅଦା । ଅଦାକୁ ପ୍ରାୟତ ଲୋକମାନେ ଚା ‘ ରେ ବ୍ଯବହାର କରିଥାନ୍ତି ବିଶେଷ କରି ପଞ୍ଜାବି ପରିବାରମାନଙ୍କରେ ଅଦା ର ବ୍ୟବହାର ଅଧିକ ମାତ୍ରା ରେ କରାଯାଇଥାଏ । ଅଦା ରେ ପ୍ରଚୁର ପରିମାଣର ଏନ୍ଟି ପୋଷାକ ରହିଥାନ୍ତି ଯାହା ଆମ ଶରୀର ରେ ଇମ୍ମୁନିଟି ସିଷ୍ଟମ କୁ ସୁଦୂଢ କରିଥାଏ ଏବଂ ଆଣ୍ଠୁ ବିନ୍ଧା , ଫୁଲିଯିବା ଭଳି ସମସ୍ୟା ରୁ ମଧ୍ୟ ମୁକ୍ତି ପ୍ରଦାନ କରିଥାଏ ।
ଆପଣମାନଙ୍କୁ ଚା ‘ କୁ ଖାଲି ରେ ନ ପିଇ ଏଥିରେ ଅଦା କୁ ପକେଇକି ପିଇବା ଉଚିତ୍ ହୋଇଥାଏ । ଦ୍ଵିତୀୟ ଜିନିଷ ହେଉଛି ଡାଲ ଚିନି ଏହାକୁ ଆମେ ଖାଇବା ପଦାର୍ଥରେ ବ୍ୟବହାର କରିଥାଉ । ଚା ‘ ରେ ଏହାକୁ ପକେଇବା ଦ୍ଵାରା ରକ୍ତଚାପ ନିୟମିତ ରହିଥାଏ ଓ ଏହା ବ୍ୟତୀତ ଯଦି ଆପଣଙ୍କ ଶରୀରରେ ଇନଫେକ୍ଶନ ହୋଇଯାଇଥାଏ ତେବେ ତାହା ସହ ଲଢିବାକୁ ଶକ୍ତି ପ୍ରଦାନ କରିଥାଏ ।
ଏହା ଛଡା ଡାଲଚିନି ଶରୀର ର ଅନେକ ଉପକାରିତା ସାଧନ କରିଥାଏ । ଏହା ବ୍ୟତୀତ ଆପଣ ଚାହିଲେ ଏଥିରେ ଗୁଜୁରାତି ପକେଇ ପାରିବ ଏହା ଦ୍ଵାରା ଚା ‘ ସ୍ଵାଦ୍ଧିଷ୍ଟ ହେବା ସହ ଶରୀର ର ହଜମ ପ୍ରକ୍ରିୟା କୁ ସୁଦୂଢ କରି ଆପଣଙ୍କ ଶିରା ପ୍ରଶିରା କୁ ଶକ୍ତି ପ୍ରଦାନ କରିଥାଏ । ଆପଣ ଧ୍ୟାନ ଦେବେ ଯେ ପ୍ରଥମେ ପାଣି ପକେଇ ଏଥିରେ ଏହି ତିନୋଟି ଜିନିଷ କୁ ପକେଇ କିଛି ସମୟ ଭଲ ଭାବରେ ଫୁଟାଇଲେ ପରେ ଯାଇକି ଏଥିରେ କ୍ଷୀର ପକେଇବା ଉଚିତ୍ ହୋଇଥାଏ ।
ଯଦି ଆପଣ ଆପଣଙ୍କ ଚା ‘ କୁ ସୁସ୍ଥ କରିବାକୁ ଇଛା କରନ୍ତୁ ତେବେ ଏଥିରେ ଚିନି ବଦଳରେ ଗୁଡର ବ୍ୟବହାର କରିବା ବହୁତ ଭଲ ହୋଇଥାଏ । ଏହି ପ୍ରକାର ଭାବରେ ଆପଣ ଚା ‘ କୁ ପ୍ରସ୍ତୁତ କରି ସେବନ କରିବା ଉଚିତ୍ ।