ଭଗବାନ ମହାଦେବଙ୍କୁ କିପରି କରିବେ ପ୍ରସନ୍ନ ! ଜାଣନ୍ତୁ ପ୍ରଭୁ ଭୋଳାଶଙ୍କରଙ୍କର ପସନ୍ଦ ଓ ନାପସନ୍ଦ କାର୍ଯ୍ୟ
ନମସ୍କାର ବନ୍ଧୁଗଣ , ଆଜି ଆମେ ଜାଣିବା ଭଗବାନ ମହାଦେବଙ୍କୁ କିପରି ପ୍ରସନ୍ନ କରିବା ଓ କଣ କରିବା ଦ୍ଵାରା ଭଗବାନ ଶୀଘ୍ର ପ୍ରସନ୍ନ ହୁଅନ୍ତି । ଦେବମାନଙ୍କ ର ଦେବ ହେଉଛନ୍ତି ମହାଦେବ ଶିବ ତାଙ୍କ ର ଅନ୍ୟ ଏକ ନାମ ରହିଛି ତାହା ହେଉଛି ଆଶୁତୋଷ ଯଥା ଆଶୁ ର ଅର୍ଥ ହେଉଛି ଶୀଘ୍ର ଓ ତୋଷ ର ଅର୍ଥ ହେଲା ପ୍ରସନ୍ନ ।
ମହାଦେବ ଶିବ ଶୀଘ୍ର ପ୍ରସନ୍ନ ହେଇଯିବା କାରଣ ରୁ ତାଙ୍କ ନାମ ଆଶୁତୋଷ ରଖାଯାଇଅଛି । ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର କିଛି କୌଶଳ ବିଷୟରେ ଆଜି ଆମେ ଆପଣମାନଙ୍କୁ କହିବୁ । ଏହି ପେଜ୍ କୁ ଆପଣମାନେ ଶେଷ ପର୍ଯ୍ୟନ୍ତ ପାଠ କରନ୍ତୁ । ପ୍ରଥମ କଥା ହେଉଛି ଭଗବାନ ଶିବଙ୍କୁ ପୂଜା କରିଥିବା ସମୟରେ ଶ୍ରଦ୍ଧା , ଭକ୍ତି ସହ କରିଥିବା ପ୍ରାଥନା କୁ ଭଗବାନ ଶୀଘ୍ର ଶୁଣିଥାନ୍ତି ଓ ପୂଜାରେ ପ୍ରସନ୍ନ ହୁଅନ୍ତି ।
ଶାସ୍ତ୍ର ମଧ୍ୟ ଏହାକୁ ଲିଖିତ କରାଯାଇଅଛି , ଯେ କେହି ପୂର୍ଣ୍ଣ ଆତ୍ମା ଭକ୍ତି ଶ୍ରଦ୍ଧା ରେ ଭଗବାନଙ୍କ ପୂଜା ଆରାଧନା କରନ୍ତି । ଭଗବାନ ସେମାନଙ୍କ ପୂଜାରେ ପ୍ରସନ୍ନ ହୋଇଥାନ୍ତି । ଦ୍ଵିତୀୟ ରେ ଯେଉଁମାନଙ୍କ ଘରେ ଶିବଲିଙ୍ଗ କୁ ସ୍ଥାପାନ କରି ପ୍ରତ୍ଯେକ ଦିନ ପୂଜା କରିଥାନ୍ତି । ସେହି ଘରେ କରାଯାଇଥିବା ପୂଜାରେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଓ ସେ ଘରେ ସର୍ବଦା ସୁଖ ସମବୃଦ୍ଧି ରେ ରହିଥାଏ ।
ଭଗବାନ ଶିବ ପ୍ରାଥିବ ଶିବଲିଙ୍ଗ କୁ ପୂଜା କରିବା ଦ୍ଵାରା ଶୀଘ୍ର ପ୍ରସନ୍ନ ହୁଅନ୍ତି । ତେଣୁ ଆପଣମାନେ ମଧ୍ୟ ଘରେ ଏହାକୁ ସ୍ଥାପନ କରି ସବୁ ଦିନ ପୂଜା କରନ୍ତୁ । ତୃତୀୟ ରେ ଆପଣମାନଙ୍କୁ ବେଳ ଗଛର ସେବା କରିବା ଉଚିତ୍ । ବେଳ ଗଛର ମୂଳ ରେ ବ୍ରହ୍ମା , ମଧ୍ୟ ରେ ବିଷ୍ଣୁ ଓ ଅଗ୍ର ଭାଗରେ ମହାଦେବଶିବ ବାସ କରିଥାନ୍ତି ।
ଯଦି ଆପଣ ବେଳ ଗଛର ସବୁ ଦିନ ପୂଜା କରୁଛନ୍ତି ଓ ବେଳ ଗଛର ମୂଳ ରେ ବସି ମଦ ଦେବଙ୍କ ମନ୍ତ୍ର ଜପ କରୁଛନ୍ତି , ତେବେ ମହାଦେବ ଶିବ ତୁରନ୍ତ ପ୍ରସନ୍ନ ହୋଇଥାନ୍ତି । ଭଗବାନ ଶିବ ଆପଣଙ୍କ ସମସ୍ତ ମନକାମନା କୁ ସଫଳ କରିଥାନ୍ତି । ଚର୍ତୁର୍ଥ ଭଗବାନ ମହାଦେବ ଅଭିଷେକ ପ୍ରିୟ ହୋଇଥାନ୍ତି । ମା ‘ ଦୂର୍ଗା ଙ୍କୁ ଅର୍ଚନା ଭଲ ଲାଗେ , ଶ୍ରୀ ହରି ବିଷ୍ଣୁଙ୍କୁ ସ୍ତୁତି ଓ ମହା ଦେବଙ୍କୁ ଅଭିଷେକ ପ୍ରିୟ ଅଟେ ।
ତେଣୁ ଆପଣଙ୍କୁ ଘରେ ସ୍ଥାପନ କରିଥିବା ଶିବଲୀଙ୍ଗ ଉପରେ ସବୁ ଦିନ କ୍ଷୀର ଓ ଜଳ ର ଅର୍ପଣ କରିବା ଉଚିତ୍ । ଏହି ଚାରୋଟି ଜିନିଷ ଭଗବାନ ମହାଦେବଙ୍କ ପ୍ରିୟ ତେଣୁ ଆପଣମାନେ ଏହି ସବୁ କାମ ଦ୍ଵାରା ଦେବାଧିଦେବଙ୍କୁ ପ୍ରସନ୍ନ କରିପାରିବେ ।