IBN ଓଡ଼ିଶା ବ୍ୟୁରୋ

ରାତିରେ କେବଳ 2 ଥର ଏହାକୁ ପିଅନ୍ତୁ, ଛାତି ଓ ଗଳାରେ ଜମା କଫ ଘିଅ ଭଳି ତରଳିଯିବ

ବନ୍ଧୁଗଣ ଯଦି ଆପଣଙ୍କ ଛାତିରେ ଅନେକ ଦିନ ହେବ କଫ ଜମି ରହିଛି ଯାହା ପାଇଁ ଆପଣ ବାରମ୍ବାର ରୋଗରେ ପଡ଼ୁଛନ୍ତି, ଗଳାରେ କଫ ଜମିକି ଅଛି ଯାହା ପାଇଁ ବାରମ୍ବାର କାସ, ଆଲର୍ଜି ଓ ଥଣ୍ଡା ହେବା ସମସ୍ଯା ରହିଛି । ଏହାର କାରଣ ଛାତିରେ ଜମା ଥିବା କଫ ଯାହା ଇନଫେକସନ କାରଣରୁ ହୋଇଥାଏ । ଗଳା ରେ ଜମା କଫକୁ କାଢିବା ପାଇଁ ଆଜି ଆମେ ଏକ ଘରୋଇ ନୁସଖା ବିଷୟରେ କହିବାକୁ ଯାଉଛୁ ।

ଆପଣ ଏହକୁ ବନାଇ 1 ସପ୍ତାହ ଯାଏଁ ସେବନ କରି ପାରିବେ । ଆପଣଙ୍କ ରୋଗକୁ ସଂପୂର୍ଣ୍ଣ ଠିକ କରିପାରିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ତେଜପତ୍ର ଯାହା ଆମେ ତରକାରୀ ବନାଇବାରେ ପ୍ରୟୋଗ କରୁ । ଆପଣଙ୍କୁ 6ଟି ତେଜପତ୍ର ର ଆବଶ୍ୟକତା ପଡିବ । ଟାରେ ତେଜପତ୍ରକୁ ଛୋଟ ଛୋଟ ପିସ କରି ଛିଡାଇ ଦିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଅଦା । ଅଦା ରୁ ଭଲ ଭାବେ ଚୋପା ଛଡାଇ ଏହାକୁ ଧୋଇ ନିଅନ୍ତୁ ।

ଅଦା କୁ ପତଳା ପତଳା କରି କାଟି ଦିଅନ୍ତୁ । ଅଦା ଥଣ୍ଡା, କାସ, ଜ୍ଵର ଭଳି ସମସ୍ଯା ଠିକ କରିଥାଏ । ଅଦା ରେ ଭିଟାମିନ-ସି, ଫସଫରସ, କ୍ୟାଲସିୟମ, ଆଇରନ, ଜିଙ୍କ, କପର, ମ୍ୟାଗ୍ନେସିୟମ ଭଳି ପୋଷାକ ତତ୍ତ୍ଵ ମିଳିଥାଏ । ଏହା ବ୍ୟାକ୍ଟେରିୟା ସହ ଲଢିବାରେ ସାହାର୍ଯ୍ୟ କରେ । ଗଳା ରେ ଥିବା ସଂକ୍ରମଣ ଦୂର କରିବାକୁ ଅଦା ସହାୟକ ହୋଇଥାଏ । ଯଦି ଆପଣ ଗୋଟେ ଦିନ ପାଇଁ ଏହାକୁ ବନାଉଛନ୍ତି ତେବେ ଏକ ପାତ୍ରରେ ଦେଢ କପ ପାଣି ବା 7 ଦିନ ପାଇଁ ବନାଉଥିଲେ ଅଧା ଲିଟର ପାଣି ନିଅନ୍ତୁ ।

ଏବେ ଏଥିରେ ଅଦା, ତେଜପତ୍ର ପକାଇ ଦିଅନ୍ତୁ । ତେଜପତ୍ର କୁ ପକାଇବା ପୂର୍ବରୁ ପାଣିରେ ଧୋଇ ନିଅନ୍ତୁ । ପାଣି ଫୁଟିବା ପରେ 7ଟି ଲବଙ୍ଗ ପକାନ୍ତୁ । ଗଳା ସଂକ୍ରମଣରୁ ରକ୍ଷା ପାଇବାକୁ ଲବଙ୍ଗ ପକାନ୍ତୁ । ପାଣି ଭଲରେ ଫୁଟିବା ପରେ ଏହାକୁ ଏକ ପାତ୍ରକୁ ଛାଣି ନିଅନ୍ତୁ । ଏବେ ଏଥିରେ 4 ଚାମଚ ମହୁ ଏଥିରେ ମିଶାନ୍ତୁ । ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ମହୁ ଆଡ କରନ୍ତୁ ନାହିଁ । ଏବେ ଜାଣି ନିଅନ୍ତୁ ଏହାର ସେବନ କିପରି କରିବେ ।

ଯଦି ଆପଣ ବଡ ଲୋକଙ୍କୁ ଦେଉଛନ୍ତି ତେବେ 2 ଚାମଚ, ଛୋଟ ପିଲାଙ୍କୁ ଦେଉଛନ୍ତି ତେବେ 1 ଚାମଚ ଦିଅନ୍ତୁ । ଏବେ ଏଥିରେ ଅଳ୍ପ ଉଷୁମ ପାଣି ରେ ଏକ ଚାମଚ ମିଶାଇ ସେବନ କରନ୍ତୁ । ଆପଣ ଚାହିଁଲେ ଏଥିରେ ଅଧ ଚାମଚ ଲେମ୍ବୁ ର ପ୍ରୟୋଗ କରି ପାରିବେ ।

ଏହି ରେମେଡି ଇନଫେକସନ ଠିକ କରିବା ସହ କାସ, ଥଣ୍ଡା, ଛାତିରେ ଜମା ଥିବା କଫ କୁ ବାହାର କରିବାରେ ସାହାର୍ଯ୍ୟ କରିବ । ଏହି ରେମେଡି କୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button