IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶିଶୁଙ୍କ ଶୋଇବା କମ ହେଲେ ରହିଥାଏ ଏହି ଭୟଙ୍କର ରୋଗ ହେବାର ଆଶଙ୍କା:ରିସର୍ଚ୍ଚରୁ ହେଲା ଆଶ୍ଚର୍ଯ୍ୟଜନକ ଖୋଲାସା

ପିଲାମାନଙ୍କ ଭଲ ନିଦ ମାତା ପିତାଙ୍କ ପାଇଁ ନୁହେଁ ବରଂ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ନିହାତି ଜରୁରୀ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ପିଲାମାନଙ୍କର ଛୋଟବେଳେ ସଠିକ୍ ନିଦ ହୋଇ ନଥାଏ ବଡ ହେବା ପରେ ସେହି ପିଲାମାନଙ୍କର ମାନସିକ ରୋଗ ହେବାର ଆଶଙ୍କା ରହିଥାଏ । ଖାସ କରି ସେମାନେ ସାଇକୋସିସ୍ ରୋଗରେ ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଥାଏ । ତେବେ ବ୍ରିଟେନର ବର୍ମିଂହାମ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ଅଧ୍ୟୟନ କରିଛନ୍ତି । ସେମାନେ ୧୨ ହଜାରରୁ ଅଧିକ ପିଲାମନଙ୍କ ଶୋଇବା ଶୈଳୀକୁ ଅଧ୍ୟୟନ କରିଥିଲେ ।

ଅନୁସନ୍ଧାନକାରୀମାନେ ୬ ମାସରୁ ୭ ବର୍ଷ ପିଲାଙ୍କ ଶୋଇବା ସମୟର ଅବଧି ବିଷୟରେ ସୂଚନା ନେଇଥିଲେ । ଏହାପରେ ୨୪ ବର୍ଷ ବୟସରେ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟର ମୂଲ୍ୟାୟନ କରିଥିଲେ । ଯାହାର ଫଳାଫଳ ଆଶ୍ଚର୍ଯ୍ୟ ଜନକ ଥିଲା । ତେବେ କଣ ଥିଲା ଅଧ୍ୟୟନକାରୀଙ୍କ ଫଳାଫଳ ଆସନ୍ତୁ ଜାଣିବା ସେହି ବିଷୟରେ ।

ଅଧ୍ୟୟନର ଫଳାଫଳ:
ଅନୁସନ୍ଧାନକାରୀମାନେ କରିଥିବା ଅଧ୍ୟୟନରୁ ଏକ ରୋଚକ ତଥ୍ୟ ଜଣାପଡିଛି । ଯେଉଁ ପିଲାମାନେ ନିୟମିତ ଭାବେ କମ ଶୋଉଥିଲେ ସେମାନଙ୍କୁ ବୟସ ହେବା ପରେ ସାଇକୋସିସ୍ ରୋଗ ହେବାର ଆଶଙ୍କା ଦ୍ୱିଗୁଣିତ ହୋଇଥାଏ । ଏଥିସହିତ ଏହି ପିଲାମାନଙ୍କ ଠାରେ ସାଇକୋଟିକ୍ ଏପିସୋଡର ବିପଦ ମଧ୍ୟ ପ୍ରାୟ ଚାରି ଗୁଣ ବୃଦ୍ଧି ପାଇଥିବା ଜଣାପଡିଛି । ତେବେ ଏହି ସାଇକୋଟିକ୍ ଏପିସୋଡ ହେଉଛି ଏକ ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତି ବାସ୍ତବତା ସହିତ ସମ୍ପର୍କ ହରାଇଥାଏ ଏବଂ ଭ୍ରାନ୍ତି ଆରମ୍ଭ କରେ । ଅଧ୍ୟୟନର ପ୍ରମୁଖ ଲେଖକ ଡା. ଇସାବେଲ ମୋରାଲେସ-ମୁନୋଜଙ୍କ କହିବା ଅନୁଯାୟୀ ଏହି ଅଧ୍ୟୟନ ନିଦର ଅଭାବ ଏବଂ ସାଇକୋସିସ୍ ମଧ୍ୟରେ ସିଧାସଳଖ କାରଣ ଏବଂ ପ୍ରଭାବ ରଖେ ନାହିଁ । କିନ୍ତୁ ଏହା ନିଶ୍ଚିତ ଭାବେ ଏକ ଦୃଢ ସମ୍ବନ୍ଧ ଦେଖାଯାଇଥାଏ । ତେଣୁ ପିଲାମାନଙ୍କ ଶୋଇବା ଶୈଳୀ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏଥିସହିତ ଅଭିଭାବକମାନେ ପିଲାମାନଙ୍କୁ ଶୋଇବା ପାଇଁ ଉତ୍ସାହିତ କରବା ଉଛିତ୍ । ଯଦି ପିଲାମାନଙ୍କ ଶୋଇବାରେ କିଛି ଅସୁବିଧା ପରିଲକ୍ଷିତ ହେଉଛି ତେବେ ଡାକ୍ତରଙ୍କ ସହ ପରାର୍ମଶ କରିବା ଉଚିତ୍ ।

ଭଲ ନିଦ ପାଇଁ ଟିପ୍ସ:
– ପିଲାମାନଙ୍କୁ ଶୋଇବାକୁ ଦିଅନ୍ତୁ ଏବଂ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଜାଗ୍ରତ ହୁଅନ୍ତୁ ।
– ଶୋଇବା ପୂର୍ବରୁ ଟିଭି କିମ୍ବା ମୋବାଇଲ୍ ଫୋନ୍ ପରି ଇଲେକ୍ଟ୍ରୋନିକ୍ ଉପକରଣର ବ୍ୟବହାରକୁ କମ୍ କରନ୍ତୁ ।
– ଶୋଇବା ପୂର୍ବରୁ ଏକ ଶାନ୍ତ ପରିବେଶ ସୃଷ୍ଟି କରନ୍ତୁ ।
– ଭଲ ଶୋଇବା ପାଇଁ ନିୟମିତ ବ୍ୟାୟାମ ମଧ୍ୟ ଲାଭଦାୟକ ଅଟେ ।

ଭଲ ନିଦ କେବଳ ପିଲାମାନଙ୍କର ଶାରୀରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଅଭିଭାବକମାନେ ପିଲାମାନଙ୍କର ଶୋଇବା ଅଭ୍ୟାସ ପ୍ରତି ଧ୍ୟାନ ଦେବା ଉଚିତ୍ ଏବଂ ସେମାନଙ୍କୁ ଯଥେଷ୍ଟ ନିଦ ପାଇବାକୁ ଉତ୍ସାହିତ କରିବା ଉଚିତ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button