IBN ଓଡ଼ିଶା ବ୍ୟୁରୋ

ମା’ର ଗର୍ଭରେ ଶିଶୁ ଏହିସବୁ କଥା ଶିଖିବାକୁ ଲାଗନ୍ତି

ନମସ୍କାର ବନ୍ଧୁଗଣ । ଆମେ ସମସ୍ତେ ଜାଣିଛେକି ମଣିଷ ଜନ୍ମ ହବା ଆଗରୁ ମା ର ଗର୍ଭରେ ୯ ମାସ ରହିଥାଏ । ମାର ଗର୍ଭରେ ସମୟ ବିତେଇ ଥାଏ । ମାର ଗର୍ଭରୁ ଶିଶୁ ଆସିଲା ପରେ ମା ତାକୁ ନେଇ ବହୁତ ସ୍ଵପ୍ନ ଦେଖିଥାଏ । କିନ୍ତୁ ଜାଣିଛନ୍ତି ମା ଗର୍ଭରେ ଶିଶୁ କି ସ୍ଵପ୍ନ ଦେଖିଥାଏ, ଓ କି ଦଣ୍ଡ ଭୋଗିଥାଏ ଯଦି ଜାଣିନାହାନ୍ତି ତାହାଲେ ଆସନ୍ତୁ ଜାଣିବା ଶିଶୁ ମାର ଗର୍ଭରେ କି ଦଣ୍ଡ ଓ କି ସ୍ଵପ୍ନ ଦେଖିଥାଏ ।  ଗରୁଡ ପୁରାଣରେ ଲେଖା ଅଛିକି ଶିଶୁ ମାର ଗର୍ଭରେ କି କି ଦଣ୍ଡ ପାଇଥାଏ ଓ କଣ କଷ୍ଟ ପାଇଥାଏ ଓ ଭଗବାନଙ୍କୁ କିପରି ସ୍ମରଣ କରିଥାଏ ।

ଭଗବାନ ଗରୁଡ ଭଗବାନ ବିଷନୁକୁ ପଚାରିଲେ ଯେବେ ଏକ ମନୁଷ୍ୟ ମୃତ୍ୟୁ ବରଣ କରିଥାଏ ତାହାର ଆତ୍ମା ଅନ୍ୟ ଏକ ଶରୀର ଧାରଣା କରିବା ପୂର୍ବରୁ ତାହାର ମାର ଗର୍ଭରେ କିପରି ରହିଥାଏ । ବିଷ୍ଣୁ କହିଲେ ଗର୍ଭରେ ଥିବା ଯିବକୁ ତାହାର ପୂର୍ବ ଜନ୍ମର କଥା ସବୁ ମନେ ପଡିଥାଏ । ଗର୍ଭରେ ଏକ ଜୀବ ଭବିଥାଏ ତାହର ଆୟୁର ସମାପ୍ତି ପରେ ଶରୀର ପରିତ୍ୟାଗ କରି ମଳରେ କୃମି ହୋଇ ଗୋଟେ ଯୋନି ରେ ସୃଷ୍ଟି ହୁଏ ତାହାପରେ ସାପର ଯୋନିକି ଯାଏ ତାହାପରେ  ମସା ହୋଇଯାଏ ତାହାପରେ ୪ଗୋଡ ବିଶିଷ୍ଟ ଏକ ବୃଷଭ ହୋଇଯାଏ । ଏହି ପରି ଜ୍ଞାନ ଗର୍ଭରେ ରହିଥିବା ଶିଶୁକୁ ହୋଇଥାଏ । କିନ୍ତୁ ଜନ୍ମ ହେଲା ପରେ ଏହାକୁ ସେ ଭୁଲି ଯାଇଥାଏ ।

ତାହାପରେ ସେ ଶରୀରର ରକ୍ଷା କରିବା ପାଇଁ ଧର୍ମକୁ ପରିତ୍ୟାଗ କରି  ଛଳ , କପଟ  ଓ ଚୋର ବୃତ୍ତିର ସାହାରା ନେଇଥାଏ । ଗର୍ଭରେ ରହିଥିବା ଶିଶୁକୁ ମନେ ପଡେ ପୂର୍ବ ଜନ୍ମରେ ସେ ଅତ୍ୟନ୍ତ କଷ୍ଟ କରି ଲକ୍ଷ୍ମୀକୁ ଆପଣାଇଥାଏ । କିନ୍ତୁ ସେହି ଧନର ଉପଯୋଗ ସେ କରିନଥାଏ । ତାହାପରେ ଶିଶୁକୁ ମନେ ପଡେ ଭଗବାନ ବିଷ୍ଣୁଙ୍କୁ ସେ ପ୍ରଣାମ କରିନଥାଏ । କି ତାଙ୍କର ପୂଜା କରିନଥାଏ । ଗରୁଡ ପୁରାଣରେ ଲେଖା ଅଛି ଗର୍ଭରେ ଥିବା ଶିଶୁ ଭଗବାନଙ୍କୁ କୁହେଯେମିତି ମୁ ଏହି ଗର୍ଭରୁ ଅଲଗା ହେବି ନାହିଁ।

କାରଣ ବାହାରକୁ ଗଲେ ପାପ କର୍ମ କରିବାକୁ ପଡିବ ।ଯାହାଦ୍ୱାରା ନର୍କ ଯନ୍ତ୍ରଣା ଭୋଗିବାକୁ ପଡିବ । ୯ ମାସ କାଳ ଶିଶୁ ଗର୍ଭରେ ଭଗବାନଙ୍କୁଏହି କଥା କହି ପାର୍ଥନା କରିଥାଏ । ଯେବେ ପ୍ରସୂତି ସମୟରେ ବାହାରକୁ ଶିଶୁ ଆସିଥାଏ ତାହାକୁ କିଛି ମନେ ପଡେ ନାହିଁ । ବିଜ୍ଞାନ ଅନୁସାରେ ଗର୍ଭରୁ ଆସୁଥିବା ଶିଶୁକୁ ବହୁତ କଷ୍ଟ ସହିବାକୁ ପଡିଥାଏ । ସେଥିପାଇଁ ତାହାର ମସ୍ତିସ୍କ କୁ ବହୁତ ଚାପ ପଡିଥାଏ । ସେଥି ପାଇଁ  ତାହାର କୌଣସି କଥା ମନେ ରହିନଥାଏ । ସେଥି ପାଇଁ ଜନ୍ମ ସମୟରେ ଶିଶୁ ବହୁତ କାନ୍ଦି ଥାଏ ।

ଗରୁଡ ପୁରାଣରେ କୁହା ଯାଇଛି ଶିଶୁ ଗର୍ଭରେ ଯେବେ ୬ ମାସ ହୋଇଯାଏ ତାହାକୁ ଭୋକ ଶୋଷ କରିଥାଏ ।ଓ ମାର ଗର୍ଭରେ  ନିଜର ସ୍ଥାନ ବଦଳାଇବାକୁ ଲାଗିଯାଇଥାଏ ।   ତେଣୁ ସେ କିଛି କଷ୍ଟପାଇଥାଏ । ତାହାପରେ ସେ ଭଗବାନଙ୍କୁ ପାର୍ଥନା କରେ ମୋତେ କେବେ ବାହାରକୁ ଆଣିବ। ଗରୁଡ ପୁରାଣରେ କୁହାଯାଇଛି ଯଦି ଗୋଟେ ଶିଶୁ ଯାହା ଭାବି ଥିବ ଜନ୍ମ ଗ୍ରହଣ ପରେ ସେହି ପ୍ରକାରର ହେବ । ତହଲେ ବନ୍ଧୁଗଣ ଜାଣିଲେ ତ ଗର୍ଭ ଅବସ୍ଥାରେ ଗୋଟେ ଶିଶୁ କଣ ଭାବିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button