IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସ୍ଵପ୍ନ ରେ ବାହାଘର ଦେଖିବାର ଅର୍ଥ କଣ ହୋଇଥାଏ !

ପ୍ରତେକ ପୁଅ ବା ଝିଅ ନିଜ ବିବାହକୁ ନେଇ ବହୁତ ଉତ୍ସାହିତ ରହିଥାନ୍ତି । ବିବାହ ପାଇଁ ବହୁତ ସ୍ଵପ୍ନ ମଧ୍ୟ ଦେଖିଥାନ୍ତି । ଆଜି ଆସନ୍ତୁ ଜାଣିବା ବାହାଘର ସ୍ଵପ୍ନ ଦେଖିବା ଦ୍ଵାରା ସ୍ଵପ୍ନର ଅର୍ଥ କଣ ହୋଇଥାଏ । ଘରେ ପୁଅ ବା ଝିଅ ଥିଲେ ବିବାହର ବୟସ ହୋଇଯାଇଥଲେ ବା ବିବାହରେ ବିଳମ୍ବ ହେଉଥିଲେ ସେହି ବ୍ୟକ୍ତି ବହୁତ ଚିନ୍ତାରେ ରହିଥାନ୍ତି । କିପରି ବିବାହ ଶୀଘ୍ର ହୋଇଯିବ ଶେଠୀ ପାଇଁ ମଧ୍ୟ ବହୁତ ପ୍ରୟାସ କରିଥାନ୍ତି । ଅନେକ ପ୍ରତିକାର ମଧ୍ୟ କରିଥାନ୍ତି ।

ସ୍ଵପ୍ନ ଆମ ଜୀବନରେ ହେଉଥିବା ପ୍ରତେକ ଘଟଣାକୁ ସଙ୍କେତ ହୋଇଥାଏ । ଆମେ ଜାଣିନଥାଉ କି ଆମ ଭବିଷ୍ୟତରେ କଣ ହେବାକୁ ଯାଉଛି ତାହା ଆମ ପର୍ଯ୍ୟନ୍ତ ପହଞ୍ଚାଇଥାଏ । ଯଦି ଆପଣ ସ୍ଵପ୍ନରେ ନିଜ ବ୍ୟକ୍ତିଙ୍କ ବା କୌଣସି ସମ୍ପର୍କୀୟ ,ସାଙ୍ଗ ସାଥିଙ୍କ ବାହାଘର ହେଉଥିବାର ଦେଖୁଛନ୍ତି ,ଏହା ଶୁଭ ହୋଇନଥାଏ । ଏହି ସ୍ଵପ୍ନ ଦେଖିବା ଦ୍ଵାରା ଆପଣଙ୍କ ଜୀବନରେ କୌଣସି ବାଧା ଦେଇଥାଏ । କୌଣସିବି କାର୍ଯ୍ୟରେ ଖରାପ ସମାଚାର ଶୁଣିପାରନ୍ତି ।

ଯଦି ସ୍ଵପ୍ନରେ କୌଣସି ମହିଳା ବାହାଘର ଶାଢୀରେ ଦେଖାଯାଏ ,ଏହା ବହୁତ ଶୁଭ ହୋଇଥାଏ । ଏହି ସ୍ଵପ୍ନ ଦେଖିବା ଦ୍ଵାରା ଆଗକୁ କୌଣସି ଶୁଭ ମୁହୂର୍ତ୍ତ ଆସିବାକୁ ଯାଉଛି । ବିବାହକୁ ନେଇ ହେଉ ବା କୌଣସି କାର୍ଯ୍ୟକୁ ନେଇ ହେଉ ସବୁ କାର୍ଯ୍ୟରେ ଶୁଭ ହେବାକୁ ଯାଉଛି । ଯଦି ଆପଣ ସ୍ଵପ୍ନରେ ବାହାଘର ହେଉଥିବା ଝିଅ କନ୍ଦିବାର ଦେଖାଯାଏ ବା ଝିଅ ଶାଶୁଘର ଜୀବ ସମୟରେ ଝିଅ କନ୍ଦିବା ଦେଖନ୍ତି , ଏହା ବହୁତ ଅଶୁଭ ହୋଇଥାଏ ।

ଏହି ସ୍ଵପ୍ନ ଦେଖିବା ଦ୍ଵାରା ଆଗକୁ ଜୀବନରେ କୌଣସି ସମସ୍ଯା ଆସିପାରେ । ବିବାହ ବିଳମ୍ବ ହେବାର ମଧ୍ୟ ସଙ୍କେତ ରହିଥାଏ । ଯଦି କୌଣସି ଝିଅ ସ୍ଵପ୍ନରେ ନିଜ ପ୍ରେମିକକୁ ଅନ୍ୟ ଝିଅ ସହିତ ବାହାହେବାର ଦେଖେ ,ଏହା ବହୁତ ଶୁଭ ହୋଇଥାଏ । ଏହି ସ୍ଵପ୍ନ ଦେଖିବାର ଅର୍ଥ ବହୁତ ଶୀଘ୍ର ସେହି ଝିଅର ବାହାଘର ହୋଇଯିବ । କିନ୍ତୁ ବାହାଘର ସେହି ପୁଅ ସହିତ ହେବ ଏହା ଜରୁରୀ ନାହିଁ । ଯଦି ସ୍ଵପ୍ନରେ କୌଣସି ବିବାହର ଆଭୁଷଣ ଦେଖନ୍ତି ,ଯେପରି ସିନ୍ଦୁର ,ମଙ୍ଗଳସୂତ୍ର ,ଚୁଡି ,ଏହି ଅନେକ ଜିନିଷ ଦେଖନ୍ତି ।

ଏହା ମଧ୍ୟ ବହୁତ ଶୁଭ ହୋଇଥାଏ । ଏହି ସ୍ଵପ୍ନ ଦେଖିବା ଦ୍ଵାରା ଆପଣଙ୍କ ବିବାହ ବହୁତ ଶୀଘ୍ର ହୋଇଯିବାର ସଙ୍କେତ ଅଟେ । ଯଦି ଆପଣଙ୍କ ବିବାହ ବିଳମ୍ବ ହେଉଛି ତ ବିବାହ ଆଭୁଷଣର ସ୍ଵପ୍ନ ଦେଖିବା ହେଉଛି ଏକ ସଙ୍କେତ । ଯାହା ଦ୍ଵାରା ବିବାହ କୌଣସି କାରଣ ପାଇଁ ବିଳମ୍ବ ହେଉଥିଲେ ବହୁତ ଶୀଘ୍ର ହୋଇଯିବ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button