ରାଜ୍ୟ

କେନ୍ଦୁଝର ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଯାତାୟତ ବନ୍ଦ – Ibnodisha

[ad_1]

କେନ୍ଦୁଝର : ଲଗାଣ ବର୍ଷାରେ ଭିଜୁଛି କେନ୍ଦୁଝର ଜିଲ୍ଲା । ଗତକାଲି ତୁହାକୁ ତୁହା ବର୍ଷିଥିଲା । ଆଜି ବି ଜାରି ରହିଛି ବର୍ଷା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି କେନ୍ଦୁଝର ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବେହାଲ୍‌ ହୋଇଛି ତେଲକୋଇ ଅଞ୍ଚଳ । ଗତକାଲି ରାତିରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସମାକୋଇ ନଦୀ ପୋଲ ଉପରେ ୪ ଫୁଟ୍‌ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତେଲକୋଇରୁ ଭୁବନେଶ୍ଵରକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ପ୍ରବଳ ବର୍ଷା ଫଳରେ ଏହି ବ୍ଳକର ଅଧିକାଂଶ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ଜୁଡିଆ ଘାଟିରେ ଭୁସ୍ଖଳନ ହୋଇ ୪୯ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଘାଟିରୁ ବଡ଼ ବଡ଼ ପଥର ଖଣ୍ଡ ଖସି ରାସ୍ତା ଉପରେ ପଡ଼ିଛି। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ଯାତୟତ ଠପ୍‌ ହୋଇଯାଇଛି। ସେହିପରି କେନ୍ଦୁଝର ସହର ଜାମୁହତା, ସ୍ପଞ୍ଜ କଲୋନୀ , ଧାଙ୍ଗରପଡା ଆଦି ଅଞ୍ଚଳରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେନ୍ଦୁଝର ସହର ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବ୍ଲଡ଼ ବ୍ୟାଙ୍କରେ ପଶିଲା ପାଣି । ବ୍ଲଡ ବ୍ୟାଙ୍କରେ ପାଣି ପଶିବାରୁ ବହୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚ ପାଣି ନିଷ୍କାସନରେ ଲାଗିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button