IBN ଓଡ଼ିଶା ବ୍ୟୁରୋ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଏହି ଦିଗକୁ ମୁହଁ କରି କେବେବି ଭୋଜନ କରିବା ଉଚିତ ନୁହେଁ। ଜାଣନ୍ତୁ ସେହି ବିଷୟରେ

କଣ ପତିପତ୍ନୀ ଦୁଇଜଣ ପରସ୍ପରର ଅଇଁଠା ଖାଇବା ଉଚିତ ? କଣ ମନୁଷ୍ୟକୁ ଅନ୍ୟର ଅଇଁଠା ବାସନରେ ଭୋଜନ କରିବା ଉଚିତ? ଏହି ବିଷୟରେ ଭଗବାନ ଶ୍ରୀକୃଷ୍ଣ ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି। ଯାହାଫଳରେ ମନୁଷ୍ୟକୁ କେବେବି ଦୁଃଖ ଦୁର୍ଦ୍ଦଶାର ସାମ୍ନା କରିବାକୁ ନପଡେ। ଏହି ସଂସାରରେ ପ୍ରତ୍ୟେକ ପ୍ରାଣୀକୁ ଅନ୍ନର ଆବଶ୍ୟକତା ରହିଛି। ଅନ୍ନ ଠାରୁ ଊର୍ଜା ପ୍ରାପ୍ତ ହୋଇଥାଏ। ପ୍ରତ୍ୟେକ ପ୍ରାଣୀ ମାନେ ଅଲଗା ଅଲଗା ପ୍ରକାର ଅନ୍ନ ଗ୍ରହଣ କରିଥାନ୍ତି। ତେଣୁ ପ୍ରତ୍ୟେକ ପଶୁପକ୍ଷୀ ମାନେ ଭୋଜନ କରିବା ସମୟରେ ଈଶ୍ବରଙ୍କ କିଛି ଖାସ ନିୟମ ଗୁଡ଼ିକର ପାଳନ କରିଥାନ୍ତି।

ସେହିପରି ମନୁଷ୍ୟକୁ ମଧ୍ୟ ଭୋଜନ ଗ୍ରହଣ କରିବା ସମୟରେ ଅନେକ ନିୟମ ଗୁଡିକ ବିଷୟରେ ଜାଣିବା ଆବଶ୍ୟକ। ଏହି ନିୟମ ଗୁଡ଼ିକୁ ପାଳନ କଲେ ମନୁଷ୍ୟ ସବୁ ଦୁଃଖକଷ୍ଟରୁ ମୁକ୍ତି ପାଇ ପାରିବ। ଯେଉଁ ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣ କହିଥିବା ଉପଦେଶକୁ ପାଳନ କରିଥାଏ,ସେହି ମନୁଷ୍ୟ ସର୍ବଦା ଦୁଃଖକଷ୍ଟ ଓ ଆର୍ଥିକ ସଙ୍କଟରୁ ମୁକ୍ତି ପାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାରର ଭୋଜନ କରିବା ଦ୍ଵାରା ମନୁଷ୍ୟର ପ୍ରବୃତ୍ତି ବଦଳି ଥାଏ। କେଉଁ ପ୍ରକାର ଭୋଜନ କରି ମନୁଷ୍ୟ କ୍ରୂର, କ୍ରୋଧୀ, ଅହଙ୍କାରୀ ହୋଇଥାଏ ଏବଂ କେଉଁ ପ୍ରକାର ଭୋଜନ କରି ବ୍ୟକ୍ତି ବିନମ୍ର , ସଦାଚାରୀ ହୋଇଥାଏ, ଆସନ୍ତୁ ଜାଣିବା।

ମନୁଷ୍ୟ ଧନୀ ହେଉ ବା ଗରିବ ତାର ଶରୀର ତୃପ୍ତି ପାଇଁ ତାକୁ ଭୋଜନ କରିବା ଆବଶ୍ୟକ। କିନ୍ତୁ ଏଭଳି ଭୋଜନ କରିବା ଉଚିତ ନୁହେଁ, ଯାହାଦ୍ଵାରା କ୍ରୁରତା, କ୍ରୋଧ ଉତ୍ପନ୍ନ ହୋଇଥାଏ। ରମସିକ ଭୋଜନ କରୁଥିବା ବ୍ୟକ୍ତି ମାନସିକ ରୂପରେ ନିଷ୍ଠୁର ଓ ଅସହିଷ୍ନୂ ହୋଇଥାନ୍ତି। ରାଜସିକ ଭୋଜନ କରୁଥିବା ବ୍ୟକ୍ତି କ୍ରୋଧୀ, ହିଂସ୍ର, ଅଳସୁଆ ହୋଇ ଥାଆନ୍ତି। ଯେଉଁ ମନୁଷ୍ୟ ସାତ୍ଵିକ ଆହାର ଗ୍ରହଣ କରିଥାନ୍ତି, ତାଙ୍କ ମନ ସର୍ବଦା ନମ୍ର ଓ ସକାରାତ୍ମକ ହୋଇଥାଏ। ଏହି ବ୍ୟକ୍ତି ସର୍ବଦା ଧାର୍ମିକ ମାର୍ଗରେ ଚାଲିଥାନ୍ତି।

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ଏବଂ ପରିବାର ଲୋକେ କେଉଁ ଦିଗ ଆଡ଼କୁ ମୁହଁ କରି ଭୋଜନ କଲେ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ବିଷ୍ଣୁ ପୁରାଣ ଅନୁସାରେ ଭୋଜନ କରିଥିବା ସମୟରେ ଅଳ୍ପ ଅନ୍ନ ଭୂମିରେ ରଖି ଭୋଜନ କରିବା ଉଚିତ। ଏହାଦ୍ବାରା ପୂର୍ବପୁରୁଷ ପ୍ରସନ୍ନ ହୋଇଥାନ୍ତି। ଘରର ବୃଦ୍ଧ ଲୋକଙ୍କୁ ପ୍ରଥମେ ଭୋଜନ କରାଇବା ଉଚିତ। ମନୁଷ୍ୟକୁ କେବେବି ଅନ୍ୟମାନଙ୍କ ଅପମାନ ପରେ ତାଙ୍କ ଠାରୁ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ।

ବାସ୍ତୁ ଶାସ୍ତ୍ର ଅନୁସାରେ ପୂର୍ବ ଦିଗ ଆଡ଼କୁ ମୁହଁ କରି ଭୋଜନ ଗ୍ରହଣ କଲେ, ମାନସିକ ଓ ଶାରିରୀକ ତୃପ୍ତି ଲାଭ ହୋଇଥାଏ। ଯଦି କୌଣସି ବ୍ୟକ୍ତି ବ୍ୟବସାୟରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି, ତାହେଲେ ଉତ୍ତର ଦିଗ ଆଡ଼କୁ ମୁହଁ କରି ଭୋଜନ କରନ୍ତୁ। ଉତ୍ତର ଦିଗ ମାଆ ସରସ୍ୱତୀଙ୍କ ଦିଗ ଅଟେ। ତେଣୁ ସେହି ବ୍ୟକ୍ତିଙ୍କର ସମସ୍ତ କାର୍ଯ୍ୟ ସଫଳ ହେବ। ଧ୍ୟାନ ରଖନ୍ତୁ କି ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଭୋଜନ କରନ୍ତୁ ନାହିଁ। ଏହା ମୃତ୍ୟୁର ଦେବତା ଯମଙ୍କର ଦିଗ ଅଟେ।

ଆପଣ ସର୍ବଦା ଭୋଜନ କରୁଥିବା ସମୟରେ ସଫାସୁତୁରା ଥାଳିରେ ଭୋଜନ କରନ୍ତୁ। ଅଧିକ ତାମସିକ ଭୋଜନ କଲେ, ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ। ଦେବୀ ଲକ୍ଷ୍ମୀ ଘରୁ ପଳାଇ ଯାଇଥାନ୍ତି। ଅଧିକାଂଶ ଲୋକେ ଭୋଜନ କରି ସାରି ଥାଳିରେ ହାତ ଧୋଇ ଥାଆନ୍ତି। ଏଭଳି ଲୋକେ ମୃତ୍ୟୁ ପରେ ପରଜନ୍ମରେ ନୀଚ ଯୋନିରେ ଜନ୍ମ ନେଇ ଥାଆନ୍ତି। ଧ୍ୟାନ ରଖନ୍ତୁ କି କେବେବି ବିଛଣା ଉପରେ ବସି ଭୋଜନ କରନ୍ତୁ ନାହିଁ, ଏହାଦ୍ବାରା ଆପଣ ଅଶୁଭ ପରିଣାମ ଭୋଗ କରି ପାରନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button