IBN ଓଡ଼ିଶା ବ୍ୟୁରୋ

ଏହି ୫ଟି ଲକ୍ଷଣ ଥିବା କନ୍ୟା ସ୍ବାମୀକୁ କରିଦିଅନ୍ତି ମାଲାମାଲ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ହସ୍ତରେଖା,ଦେହରେ ଥିବା ବିଭିନ୍ନ ଚିହ୍ନ ଏବଂ ଶାରିରୀକ ଗଠନରୁ ଜଣେ ଯୁବତୀଙ୍କ ସ୍ବଭାବ,ଚରିତ୍ର,ଭାଗ୍ୟ ଏବଂ ଭବିଷ୍ୟତ ଆକଳନ କରିହୁଏ। ସାମୁଦ୍ରିକ ଶାସ୍ତ୍ର ଏକ ପ୍ରାଚୀନ ଶାସ୍ତ୍ର। ଏହି ଶାସ୍ତ୍ର ବ୍ୟକ୍ତିର ଶାରିରୀକ ଗଠନରୁ ତା’ର ଭବିଷ୍ୟତ ନିର୍ଦ୍ଧାରଣ କରିପାରେ। ଏହି ଶାସ୍ତ୍ର ଅନୁସାରେ କନ୍ୟାର ଲକ୍ଷଣ ଯଦି ନିମ୍ନୋକ୍ତ ହୋଇଥାଏ ତାହେଲେ ସେ ନିଜେ ଭାଗ୍ୟଶାଳୀ ହେବା ସହ ନିଜ ସ୍ବାମୀଙ୍କୁ ମଧ୍ୟ ମାଲାମାଲ କରିଦେଇଥାଏ। ଆସନ୍ତୁ ନଜର ପକାଇବା କ’ଣ ସେ ଚିହ୍ନ ଓ ଲକ୍ଷଣଗୁଡ଼ିକ-

୧.ସାମୁଦ୍ରିକ ଶାସ୍ତ୍ରରେ ସିଧା ଓ ଉନ୍ନତ ନାଶା ବା ନାକକୁ ଶୁଭଙ୍କର ବୋଲି କୁହାଯାଇଛି। ଏଥିସହିତ ଲାଲ ରଙ୍ଗର ଓଠ ହୋଇଥିଲେ ମଧ୍ୟ ଅଧିକ ଶୁଭ ବୋଲି ବିବେଚନା କରାଯାଇଛି। ଏ ଦୁଇଟି ସଂଯୋଗ ଥିବା କନ୍ୟା ଭାଗ୍ୟଶାଳୀ ହେବା ସହ ନିଜ ସ୍ବାମୀଙ୍କୁ ଭାଗ୍ୟଶାଳୀ କରିଥାଏ।

୨.ଯେଉଁ କନ୍ୟାଙ୍କର ବେକ ଛୋଟ ହୋଇଥାଏ ଏବଂ ଜିଭ ଅପେକ୍ଷାକୃତ ଲମ୍ବା ହୋଇଥାଏ ସେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏଭଳି ଶାରିରୀକ ଗଠନ ସମ୍ପନ୍ନା କନ୍ୟା ନିଜ ସ୍ବାମୀଙ୍କର ଅଧିକ ଯତ୍ନ ନେଇଥାଏ। ଏଥିସହ ଅଜାଣତରେ ଧନବୃଦ୍ଧି ଘଟିଥାଏ।

୩.କନ୍ୟାର ଶିର ଯଦି ଆଗପଟକୁ ଉଚ୍ଚା ରହିଥାଏ ତାହେଲେ ମଧ୍ୟ ସେ ସୈାଭାଗ୍ୟବତୀ ହୋଇଥାନ୍ତି। ସର୍ବଦା ସ୍ବାମୀଙ୍କ ପ୍ରତି ସେ ଅନୁରକ୍ତ ଓ ବିଶ୍ବସ୍ତ ରହନ୍ତି। ସ୍ବାମୀଙ୍କୁ ଅର୍ଥ ଉପାର୍ଜ୍ଜନରେ ସହଯୋଗ କରନ୍ତି।

୪.ଯେଉଁ କନ୍ୟାଙ୍କର ତଳିପାଦ ସମତଳ ଓ ଚିକ୍କଣ ହୋଇଥାଏ ସେ ଲକ୍ଷ୍ମୀବନ୍ତ ହୋଇଥାନ୍ତି। ଦେବୀ ଲକ୍ଷ୍ମୀ ଏମାନଙ୍କ ଉପରେ ସର୍ବଦା କୃପା କରିଥାନ୍ତି। କନ୍ୟାଙ୍କର ଏଡ଼ି ଫାଟି ରହିବା ଅତ୍ୟନ୍ତ ଅଶୁଭ ବୋଲି ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି।

୫.ଗଭୀର ନାଭି ସମ୍ପନ୍ନା କନ୍ୟା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ବିଶେଷ କରି ଧନ ସମ୍ପତ୍ତି କ୍ଷେତ୍ରରେ ଏମାନେ ଅତ୍ୟନ୍ତ ଭାଗ୍ୟବତୀ ହୋଇଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button