IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଅଧିକ ପିଆଜ ଖାଇବା ହୋଇପାରେ ଘାତକ

ଦେଶରେ ପ୍ରତିଦିନ କୋଟି କୋଟି ଲୋକେ ପିଆଜର ବହୁଳ ବ୍ୟବହାର କରନ୍ତି। ତେବେ ପିଆଜିର ଯେତିକି ଭଲ ଗୁଣ ରହିଛି ସେତିକି ଖରାପ ଗୁଣ ମଧ୍ୟ ଅଛି। ଅଧିକ ପିଆଜ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବିପଦ ଡାକି ଆଣିପାରେ। ତେବେ ଅଧିକ ପିଆଜ ଖାଇଲେ କ’ଣ ସବୁ ସାଇଡ ଇଫେକ୍ଟ ବାହାରେ ଆସନ୍ତୁ ଜାଣିବା।ପିଆଜରେ ଅଧିକ ମାତ୍ରାରେ ଫାଇଭର ରହିଛି। ଆବଶ୍ୟକତାଠାରୁ ଅଧିକ ଫାଇଭର ଆମ ଶରୀରର ପାଇଁ କ୍ଷତିକାରକ ହୋଇପାରେ। ଏହା ଆମ ପାଚନ ଶକ୍ତିକୁ ପ୍ରଭାବିତ କରିପାରେ। ଫଳରେ ଖାଦ୍ୟ ହଜମ ହୋଇପାରେ ନାହିଁ ଏବଂ ପେଟ ଜନିତ ସମସ୍ୟା ଉପୁଜେ। ଅଧିକ ଫାଇବର ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ମଧ୍ୟ ହୋଇପାରେ।

ଅଧିକାଂଶ ଲୋକ କଞ୍ଚା ପିଆଜ ଖାଇବା ପାଇଁ ପସନ୍ଦ କରନ୍ତି। ଏହାକୁ ସାଲାଡ ରୂପେ ବ୍ୟବହାର କରନ୍ତି। କିନ୍ତୁ ଏଭଳି ଖାଇବା ଦ୍ୱାରା ପିଆଜକୁ ହଜମ କରିବା କଷ୍ଟକର ହୁଏ। ଫଳରେ ଆସିଡିଟି ଏବଂ ଛାତି ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଆସିଡିଟି ଗ୍ୟାସ ସମସ୍ୟା ଥିବା ଲୋକେ କଞ୍ଚା ପିଆଜ କମ୍‌ ମାତ୍ରାରେ ଖାଇବା ଉଚିତ।
ପିଆଜ ଭିତରେ ପ୍ରାକୃତିକ ଫ୍ରୁକ୍ଟୋସ ଅଧିକ ମାତ୍ରାରେ ଥାଏ। ଫଳରେ ଗ୍ୟାସ୍‌ ଜନିତ ସମସ୍ୟା ଉପୁଜି ପାରେ। ତେଣୁ ଯଦି ଆପଣ ଅଧିକ ପିଆଜ ଖାଉଛନ୍ତି ତେବେ ଆଜିଠାରୁ ହିଁ ପିଆଜ ଖାଇବା ମାତ୍ରା କମାଇ ଦିଅନ୍ତୁ।
ଅଧିକ ପିଆଜ ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତିକାରକ ହୋଇପାରେ। ଛାତି ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ ଅମ୍ଲ ପିତ, ବାନ୍ତି ଭଳି ଆଦି ସମସ୍ୟା ମଧ୍ୟ ଦେଖା ଦେଇପାରେ। ତେଣୁ ଗର୍ଭବତୀ ମହିଳାମାନେ କମ୍ ମାତ୍ରାରେ ପିଆଜ ଖାଇବା ଉଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button