କଇଁଛ ଘରେ କିପରି ଏବଂ କେଉଁଠି ରଖିଲେ ଧନର ବର୍ଷା ହେବ ! Vastu Tips

ଜୀବନରେ ଅନେକ କିଛି ସମସ୍ଯା ଆସିଥାଏ । କିପରି ଦାଂପତ୍ଯ ଜୀବନ ସୁଖ ସମୃଦ୍ଧିରେ ଭରିଉଠିବ ଏହାହିଁ ସମସ୍ତେ ଚାହାଁନ୍ତି । ହେଲେ ସବୁରି ମୂଳ ହେଉଛି ଧନ । ଧନ ଥିଲେହୀ ସବୁ କାର୍ଯ୍ୟ ରେ ସଫଳ ହେବେ । ଜୀବନରେ ଧନର ଆବଶ୍ୟକତା ବହୁତ ରହିଥାଏ । ଆଜି ଆସନ୍ତୁ ଜାଣିବା କଇଁଛ ଘରେର କେଉଁଠି ରଖିବା ଦ୍ଵାରା ଧନର ବର୍ଷା ହେବ । କଇଁଛ ଘରେ ରଖିବା ଦ୍ଵାରା ମା ଲକ୍ଷ୍ମୀ ଘରେ ବିରାଜମାନ ହୋଇଥାନ୍ତି ।
ଭଗବାନ ବିଷ୍ଣନୁ କଇଁଛର ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରଚଳ ପର୍ବତକୁ ନିଜ ପିଠିରେ ଧାରଣ କରିଥିଲେ । ଏହା ଦ୍ଵାରା ସମସ୍ତ ସମସ୍ଯା ଦୂର କରିଥିଲେ । ଘରେ କଇଁଛ ରଖିବା ଦ୍ଵାରା ବିଷ୍ଣନୁ ଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ବାସ କରନ୍ତି ଓ ଅପାର କୃପା ଦିଅନ୍ତି । ଘରକୁ ଯଦି ଗୁରୁବାର ଦିନ କଇଁଛ ଆଣିବେ ,ତାକୁ ଖାଇବାକୁ ଦେଇ ବଡ କରିବେ । ଏହା ଦ୍ଵାରା ସବୁ ଦୁଃଖ କଷ୍ଟ ଦୂର ହୋଇ ଧନର ପ୍ରାପ୍ତି ହୁଏ । କିନ୍ତୁ କଇଁଞ୍ଚକୁ ଘରେ ପାଳିବା ସମ୍ଭବ ନୁହେଁ ।
ତେଣୁ କଇଁଛର ପ୍ରତିମା ଘରେ ବା ଦୋକାନରେ , ଅଫିସରେ ରଖିପାରିବେ । କଇଁଞ୍ଚକୁ ଯଦି ରଖୁଛନ୍ତି ତ ଏହାର ଦିଗ ରହିଥାଏ । କଇଁଛର ମୁଖକୁ ଉତ୍ତର ଦିଗ ,ପୂର୍ବ ଦିଗ ଓ ଉତ୍ତର ପୂର୍ବ କୋଣ ,ଐଶାନ କୋଣ ଶ୍ରେଷ୍ଠ ହୋଇଥାଏ । ଯେଉଁ ମୁଖରେ କବାଟ କିମ୍ବା ମୁଖ୍ୟ ଦ୍ଵାର ଥିବା ସେହି ମୁଖକୁ କଇଁଛର ମୁଖ କେବେବି ରଖନ୍ତୁ ନାହିଁ । ବସ୍ତୁଶସ୍ତ୍ର ଅନୁସାରେ ସବୁ ପ୍ରକାରର ଧାତୁର କଇଁଛ ଅତ୍ୟନ୍ତ ଶୁଭ ହୋଇଥାଏ । ସମସ୍ତ କଇଁଞ୍ଚରେ ନକରାତ୍ମକ ଶକ୍ତିକୁ ନଷ୍ଟ କରି ସକରାତ୍ମକ ଶକ୍ତି ସଂଚାର କରିବାର କ୍ଷମତା ଥାଏ ।
ଘରେ କଇଁଛ ରଖିବା ଦ୍ଵାରା ପରିବାରରେ ସମସ୍ତଙ୍କର ଆୟୁଷ ବୃଦ୍ଧି ପାଇଥାଏ । ଯଦି କୌଣବାସୀ ବ୍ୟକ୍ତିଙ୍କ ସନ୍ତାନ ହେଉନାହିଁ । ତ ଘରେର ଶୋଇବା କକ୍ଷରେ କଇଁଛ ଉପରେ ଛୁଆ କଇଁଛ ବସିଥିବ କଇଁଛ ରଖିବା ଦ୍ଵାରା ସନ୍ତାନ ପ୍ରାପ୍ତି ହୋଇଥାଏ । ଧନ ପାଇଁ କୌଣସି ସମସ୍ଯା ଥିଲେ କ୍ରିଷ୍ଟାଲ ଧାତୁରା କଇଁଛ ଓ କ୍ରିଷ୍ଟାଲ ଧାତୁର ବଏଲ ରେ ଜଳରଖି ଦୋକାନ ,ଅଫିସ ବା ଘରେ ରଖିପାରିବେ । ଏହା ଦ୍ଵାରା ଧନ ଜନିତ ସମସ୍ତ ସମସ୍ଯା ବା କରଜରୁ ମୁକ୍ତି ହେବ ।
ମା ଲକ୍ଷ୍ମୀଙ୍କ କୃପାରୁ ଧନର ବର୍ଷା ହେବ । ପରିବାରରେ କୌଣସି ସଦସ୍ୟ ରୋଗରୁ ମୁକ୍ତି ପାଇବା ପାଇଁ ମାଟିର କଇଁଛ ରଖିବା ବହୁତ ଭଲ ହୋଇଥାଏ । ଯଦି ଆପଣ ନୂତନ ବ୍ୟବସାୟ କରିବାକୁ ଚାହୁଛନ୍ତି । ତ ବ୍ୟାପାର କରୁଥିବା ସ୍ଥାନରେ ରୂପାର କଇଁଛ ରଖନ୍ତୁ । ଏହା ଦ୍ଵାରା ବ୍ୟାପାରରେ ଉନ୍ନତି ହେବ । ପରୀକ୍ଷାରେ ସଫଳ ହେବ ପାଇଁ ପିତଳର କଇଁଛ ରଖିବା ଉଚିତ । ଏହା ଦ୍ଵାରା ସବୁ ପରୀକ୍ଷାରେ ସଫଳ ହେବେ । ପରିବାରରେ କୌଣସି କଳହ ବା ଝଗଡା ପ୍ରତିଦିନ ଲାଗୁଥାଏ ତ ଘରେ ଯୋଡା କଇଁଛ ରଖିବା ଦ୍ଵାରା ସବୁ କଳହରୁ ମୁକ୍ତି ପାଇବେ ଓ ପରିବାରରେ ସୁଖ ଶାନ୍ତି ଆସିବ ।ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।