IBN ଓଡ଼ିଶା ଏକ୍ସକ୍ଲୁସିଭ୍

କର୍ପୋରେଟ୍ କର୍ମଚାରୀଙ୍କୁ ଅଧିକ ହେଉଛି ଏହି ରୋଗ, ଜାଣନ୍ତୁ କାରଣ ଓ ନିରାକରଣ

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ନୂଆ ନୂଆ ରୋଗ ମାଡିବସୁଛି। ଏଥିମଧ୍ୟରୁ ଫାଇବ୍ରୋମିଲଜିଆ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। କେବଳ କର୍ପୋରେଟରେ କାମ କରିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖାଯାଉଛି। ଫାଇବ୍ରୋମିଲଜିଆ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଥିଲେ ମଧ୍ୟ ଏହା ଧୀରେ ଧୀରେ ଗୁରୁତର କରିଦିଏ। ତେବେ କାହିଁକି କର୍ପୋରେଟ୍ କର୍ମଚାରୀଙ୍କୁ ଏହି ରୋଗ ଅଧିକ ପ୍ରଭାବିତ କରୁଛି ଏବଂ ରୋଗର କି କି ଲକ୍ଷଣ ରହିଛି, ଜାଣନ୍ତୁ…

କାର୍ଯ୍ୟର ଚାପ: କର୍ପୋରେଟ୍ ସଂସ୍ଥାରେ କାମ କରୁଥିବା କର୍ମଚାରୀ ପ୍ରାୟତଃ ବହୁତ ଚାପରେ କାମ କରନ୍ତି, ଯେଉଁଥିପାଇଁ ସେମାନଙ୍କୁ ଚାପ ଏବଂ ଥକାପଣର ସମ୍ମୁଖୀନ ହେବାକୁ ପଡେ। ଏହା ଫାଇବ୍ରୋମିଆଲଜିଆର ଲକ୍ଷଣକୁ ବଢାଇପାରେ।

ଦୀର୍ଘ ସମୟ ଧରି ବସିରହିବା: କର୍ପୋରେଟ୍ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକମାନେ ପ୍ରାୟତଃ ଦୀର୍ଘ ସମୟ ଧରି ସମାନ ସ୍ଥିତିରେ ଗୋଟିଏ ସ୍ଥାନରେ ବସିରହନ୍ତି। ଏହି କାରଣରୁ ମାଂସପେଶୀ ସମସ୍ୟା ଏବଂ ଯନ୍ତ୍ରଣା ଜନିତ ସମସ୍ୟା ହୋଇଥାଏ। ଏହା ମଧ୍ୟ ଫାଇବ୍ରୋମିଆଲଜିଆର କାରଣ।

ଖରାପ ଖାଦ୍ୟ ଏବଂ ବ୍ୟାୟାମର ଅଭାବ: ସଠିକ୍ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ବିନା କର୍ମଚାରୀଙ୍କ ଶାରୀରିକ ସ୍ୱାସ୍ଥ୍ୟ ହ୍ରାସ ପାଇବାରେ ଲାଗେ, ଯାହା ଫାଇବ୍ରୋମିଆଲଜିଆ ଭଳି ସମସ୍ୟାକୁ ବଢାଇଦିଏ।

ମାନସିକ ଚାପ: ଯୋକୌଣସି ସଂସ୍ଥାର କର୍ମଚାରୀ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି। ଏହି କାରଣରୁ ମସ୍ତିଷ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ, ଫଳରେ ଫାଇବ୍ରୋମିଆଲଜିଆର ଲକ୍ଷଣ ବଢିପାରେ।

ଲକ୍ଷଣ
ଫାଇବ୍ରୋମିଆଲଜିଆ ହେଲେ ଯନ୍ତ୍ରଣା, ଥକାପଣ, ମାନସିକ ଚାପ, ଶରୀରର ବିଭିନ୍ନ ଅଙ୍ଗରେ ମାଂସପେଶୀ, ଗଣ୍ଠି ଯନ୍ତ୍ରଣା। ଏହି ରୋଗରେ ରୋଗୀ କ୍ରମାଗତ ଭାବରେ ଶାରୀରିକ ଯନ୍ତ୍ରଣା, ଥକାପଣ ଏବଂ ଅସ୍ଥିରତା ଅନୁଭବ କରେ। ଶରୀରରେ କଠିନତା ଏବଂ ସକାଳେ ଉଠିବା ସମୟରେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୁଏ। ଫାଇବ୍ରୋମିଆଲଜିଆ ରୋଗୀମାନେ ନିୟମିତ ଦୈନନ୍ଦିନ କାର୍ଯ୍ୟ କରିବା କଷ୍ଟକର ହୋଇପଡନ୍ତି। ଚାଲିବା, ହାଲୁକା ଓଜନ ଉଠାଇବା ଏବଂ ଶୋଇବାରେ ମଧ୍ୟ ସମସ୍ୟା ଦେଖାଦିଏ। ଏହି ରୋଗକୁ ପର୍ଯ୍ୟାପ୍ତ ପରିମାଣରେ ବିଶ୍ରାମ ନେଇ ଔଷଧ ଏବଂ ଥେରାପି ସାହାଯ୍ୟରେ ଚିକିତ୍ସା କରାଯାଇପାରିବ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ। 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button