IBN ଓଡ଼ିଶା ବ୍ୟୁରୋ

ଖାଇସାରିବା ପରେ ଚା’ ପିଉଛନ୍ତି କି ?; ଜାଣନ୍ତୁ କ’ଣ ହୋଇପାରେ ପରିଣାମ

ଅଧିକାଂଶ ଲୋକଙ୍କର ସକାଳ ଚା’ କପ୍‌ରୁ ଆରମ୍ଭ ହୋଇଥାଏ। ଚା’ ପି‍ଇବା ପରେ ସେମାନେ ବିଛଣା ଛାଡ଼ିଥାନ୍ତି। ଆଉ କେତେକ ଲୋକ ଟିଫିନ ଓ ବ୍ରେକଫାଷ୍ଟ କରିବା ପରେ ସଙ୍ଗେ ସଙ୍ଗେ ଚା’ ପିଇଥାନ୍ତି। କାହିଁକିନା ପେଟ ପୂରା ଖାଇବା ପରେ ଅଳସୁଆ ଲାଗିବା ସହ ଟିକେ ମଧ୍ୟ ନିଦ ଆସିଥାଏ। ଏଥିପାଇଁ ଟିଫିନ ଓ ବ୍ରେକଫାଷ୍ଟ କରିବା ପରେ ସଙ୍ଗେ ସଙ୍ଗେ ଚା’ ପିଇବାକୁ  କେତେକ ଲୋକ ପସନ୍ଦ କରିଥାନ୍ତି। ଯଦି ଏହି ଅଭ୍ୟାସ ଥାଏ, ତାହା ହେଲେ ଆପଣ ଶୀରର ପାଇଁ କ୍ଷତିକାରକ ସ୍ୟାବସ୍ତ ହେବ। ତେବେ ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଚା’ ପିଇଲେ ଆମ ଶରୀରରେ କ’ଣ କ୍ଷତି ହୋଇଥାଏ।

ଗବେଷକଙ୍କ ସୂଚନା ଅନୁଯାୟୀ ଖାଦ୍ୟ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଚା’ ପିଇଲେ ତାର ସାଇଡିଫେକ୍ଟ ଶରୀର ଉପରେ ସଙ୍ଗେ ସଙ୍ଗେ ପଡ଼ିଥାଏ। କିନ୍ତୁ ଆମେ ଜାଣି ପାରି ନଥାନ୍ତି। ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଚା’ ପିଇବା ଦ୍ୱାରା ଆମ ଶରୀର ପ୍ରୋଟିନ ଠିକ୍‌ ଭାବରେ କାର୍ଯ୍ୟ କରିନଥାଏ ।

ଚା’ ପତିରେ ଟାନିକ ଏସିଡ୍ ଥାଏ। ଖାଦ୍ୟରୁ ମିଳୁଥିବା ପ୍ରୋଟିନ, ଆଇରନରେ ଟାନିକ ଏସିଡ୍ ମିଶ୍ରିତ ହେବା ଦ୍ୱାରା ଠିକ୍ ଭାବରେ ଖାଦ୍ୟ ହଜମ ହୋଇ ନଥାଏ। ଫଳରେ  ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ। ଯେପରି ପେଟ ଫୁଲାଇ ଦେବା ସହ ଖାଇବାକୁ ଇଚ୍ଛା ହୋଇ ନଥାଏ। ଡିହାଇଡ୍ରେସନ ଦ୍ୱାରା ମୁଣ୍ଡ ମଧ୍ୟ ବ୍ୟାଥା ହୋଇଥାଏ। ଏଥିପାଇଁ ଡାକ୍ତର ଓ ଗବେଷକଙ୍କ କହିବା ଅନୁସାରେ, ଖାଇବାର ଏକ ଘଣ୍ଟା ପୂର୍ବରୁ ଚାହା ପିଅନ୍ତୁ, ନ ହେଲେ ଖାଇ ସାରିବାର ଏକ ଘଣ୍ଟା ପରେ ଚାହା ପିଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଚା’ରେ କଫିନ୍ ରହିଥାଏ। ଏଥିପାଇଁ ଭୁଲ୍‌ରେ ରାତିରେ ଖାଦ୍ୟ ଖାଇବା ପରେ ଚାହା ପିଅନ୍ତୁ ନାହିଁ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button