IBN ଓଡ଼ିଶା ବ୍ୟୁରୋ

ଏହି ସବୁ ଲକ୍ଷଣ ଯକୃତ ରୋଗର ସଙ୍କେତ, ରୁହନ୍ତୁ ସତର୍କ

ଦ୍ୟପାନ କରିବା ଦ୍ୱାରା ଯକୃତରେ ଅନେକ କ୍ଷତି ହୋଇଥାଏ। ମଦ୍ୟପାନ ଯକୃତ ପାଇଁ ଏକ ବିଷଠାରୁ କମ୍ ନୁହେଁ। ମଦ୍ୟପାନ କରୁଥିବା ବ୍ୟକ୍ତିମାନେ ଫ୍ୟାଟି ଲିଭର ରୋଗରେ ପୀଡିତ ହୋଇପାରନ୍ତି। ଫ୍ୟାଟି ଲିଭର୍ ଡିଜିଜ୍ କାରଣରୁ ଶରୀରରେ ଅନେକ ଲକ୍ଷଣ ଦେଖାଯାଏ, ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛ…

ବର୍ତ୍ତମାନର ଖରାପ ଜୀବନଶୈଳୀ କାରଣରୁ ଅଧିକାଂଶ ଲୋକେ କିଛିନା କିଛି ରୋଗରେ ପୀଡିତ ହେଉଛନ୍ତି। ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଜଙ୍କ୍ ଫୁଡର ଚାହିଦା ବଢିଛି। ଏହି କାରଣରୁ ଲୋକମାନେ ଅସମୟରେ ବିଭିନ୍ନ ରୋଗ ମାଡିବସୁଛି। ହେଲେ ଜାଣନ୍ତି କି, ଅଧିକ ଜଙ୍କ୍ ଫୁଡ୍ ଖାଇବା ଦ୍ବାରା ଯକୃତରେ ଅତିରିକ୍ତ ଚର୍ବି ଜମା ହୋଇଥାଏ ?

ଯକୃତ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ, ଏହା କେବଳ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ନାହିଁ, ବରଂ ଆମ ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥ ନିଷ୍କାସନ କରିଥାଏ। ଫଳରେ ଆମ ଅନ୍ତଃସ୍ବାସ୍ଥ୍ୟ ଉତ୍ତମ ରହିଥାଏ। ଯଦି ଯକୃତରେ ଚର୍ବି ସୃଷ୍ଟି ହେବାକୁ ଲାଗେ, ତେବେ ଅନେକ ରୋଗ ମାଡିବସେ। ଶରୀରରୁ ଫିଟ୍ ରଖିବା ପାଇଁ ଯକୃତ ଫିଟ୍ ରହିବା ନିହାତି ଜରୁରୀ। ଦୁଇ ପ୍ରକାରର ଫ୍ୟାଟି ଲିଭର ଡିଜିଜ୍ ରହିଛି ଗୋଟିଏ ହେଉଛି ଆଲକହଲିକ୍ ଫ୍ୟାଟି ଲିଭର୍ ଡିଜିଜ୍ ଏବଂ ଅନ୍ୟଟି ନନ୍-ଆଲକହଲିକ୍ ଫ୍ୟାଟି ଲିଭର ଡିଜିଜ୍। ତେବେ ଏହି ଦୁଇ ରୋଗ କଣ, ଜାଣନ୍ତୁ…

ନନ୍-ଆଲକହଲିକ୍ ଫ୍ୟାଟି ଲିଭର୍ ଡିଜିଜ୍
ଅଣ-ମଦ୍ୟପ ଫ୍ୟାଟି ଲିଭର ରୋଗ ହେଉଛି ଏକ ରୋଗ ଯାହା ମଦ୍ୟପାନ କାରଣରୁ ହୋଇନଥାଏ। ଏନେକ ଲୋକ ଅଛନ୍ତି, ଯେଉଁମାନେ ମଦ୍ୟପାନ କରନ୍ତି ନାହିଁ, କିନ୍ତୁ ସେମାନଙ୍କର ଲିଭର୍ ଡିଜିଜ୍ ହୋଇଥାଏ। ଏହାର ପ୍ରକୃତ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଅଧିକ ଜଙ୍କ୍ ଫୁଡ୍ ଖାଇବା।

ଆଲକହଲିକ୍ ଫ୍ୟାଟି ଲିଭର୍ ଡିଜିଜ୍

ମଦ୍ୟପାନ କରିବା ଦ୍ବାରା ଯକୃତରେ ଅନେକ କ୍ଷତି ହୋଇଥାଏ। ମଦ୍ୟପାନ ଯକୃତ ପାଇଁ ଏକ ବୁଷଠାରୁ ମଧ୍ୟ କମ୍ ନୁହେଁ। ମଦ୍ୟାପାନ କରୁଥିବା ବ୍ୟକ୍ତିମାନେ ଫ୍ୟାଟି ଲିଭର ରୋଗରେ ପୀଡିତ ହୋଇପାରନ୍ତି। ଫ୍ୟାଟି ଲିଭର୍ ଡିଜିଜ୍ କାରଣରୁ ଶରୀରରେ ଅନେକ ଲକ୍ଷଣ ଦେଖାଯାଏ, ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି…

  • ଫ୍ୟାଟି ଲିଭର ସିଣ୍ଡ୍ରୋମ ବା ରୋଗ କ୍ଷେତ୍ରରେ, ଯକୃତରେ ଚର୍ବି ଜମା ହେବା ଆରମ୍ଭ କରେ। ଯେଉଁ କାରଣରୁ ଯକୃତ ଧୀରେ ଧୀରେ ଫୁଲିଯାଏ। ପେଟର ଅଂଶରେ ଯକୃତ ଥିବା ସ୍ଥାନରେ ଫୁଲା ମଧ୍ୟ ଦେଖାଯାଏ।
  • ଫ୍ୟାଟି ଲିଭର ରୋଗ ହେଲେ ଶରୀର ଉପଯୁକ୍ତ ଶକ୍ତି ପାଏ ନାହିଁ, ଫଳରେ ଥକ୍କା ଲାଗିଥାଏ। ସାମାନ୍ୟ କାମ କରିବା ପରେ ଯଦି କ୍ଲାନ୍ତ ଲାଗେ, ତେବେ ଏହା ଯକୃତ ରୋଗର ଲକ୍ଷ୍ୟଣ।
  • ଏହି ରୋଗ ହେଲେ ହଠାତ୍ ଓଜନ ହ୍ରାସପାଏ।
  • ଫ୍ୟାଟି ଲିଭର ରୋଗ ହେଲେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଏ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button