IBN ଓଡ଼ିଶା ବ୍ୟୁରୋ

ଭୁଲରେ ଏହି 3ଟି ଜିନିଷ ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ, ନଚେତ ମାଡି ଆସିବ ଭୟଙ୍କର ସମସ୍ୟା

ନମସ୍କାର ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ସବୁଠାରୁ ମୁଖ୍ୟ ହୋଇଥାଏ ରୋଷେଇ ଘର । କରଣ ସେହି ଘରେ ସମସ୍ତଙ୍କ ପାଇଁ ଅନ୍ନ ଭୋଜନ ତିଆରି ହୋଇଥାଏ । ଯାହାକୁ ଭଗବାନଙ୍କ ସଦୃଶ ମନାଯାଏ । ଆଜି ଆମେ  ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କିଛି ଜିନିଷ କେବେ ମଧ୍ୟ ରୋଷେଇ ଘରୁ ସରିବା ଉଚିତ ନୁହେଁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସମସ୍ତ ଜିନିଷ ଗୁଡିକ ବିଷୟରେ ଯାହା ରୋଷେଇ ଘରୁ ସରିବା ଦ୍ଵାରା ମାଡି ଆସିଥାଏ ବଡ ବିପଦ ।

ପ୍ରଥମ: ରୋଷେଇ ଘରୁ କେବେ ମଧ୍ୟ ଚାଉଳ ଶେଷ ହେବାକୁ ଦିଅନ୍ତୁ ନାହିଁ । ଏପରି ହେବାର ଅର୍ଥ ଘରେ ଶୁକ୍ର ଗ୍ରହର ପ୍ରଭାବ ଶେଷ ହୋଇଯାଇଛି । ଶୁକ୍ରର ପ୍ରଭାବକୁ ନିଜ ଉପରେ ରଖିବା ପାଇଁ ରୋଷେଇ ଘରେ ଗୋଟିଏ ପାତ୍ରରେ ଚାଉଳ ଭର୍ତ୍ତି କରି ସବୁବେଳେ ରଖନ୍ତୁ । ଏହା କରିବା ଫଳରେ ଶୁକ୍ର ଗ୍ରହର ସୁପ୍ରଭାବ ପଡିଥାଏ ।

ଦିତୀୟ: ରୋଷେଇ ଘରୁ କେବେ ମଧ୍ୟ ଲୁଣକୁ ସାରିବାକୁ ଦିଅନ୍ତୁ ନାହିଁ । ଯଦି କେହି ଆପଣଙ୍କୁ ଲୁଣ ଧାର ମଗନ୍ତି ତେବେ କେବେ ମଧ୍ୟ ତାଙ୍କୁ ଲୁଣ ଧାର ଦିଅନ୍ତୁ ନାହିଁ । ଏହାଦ୍ଵାରା ତନ୍ତ୍ର ମନ୍ତ୍ର ଇତ୍ଯାଦିର କୁପ୍ରଭାବ ଆପଣଙ୍କ ଘର ଉପରେ ସହଜରେ ପଡିପାରେ । ଯଦି ଆପଣଙ୍କୁ କିଏ ଲୁଣ ଦିଅନ୍ତି ତେବେ ତାହାକୁ ମଧ୍ୟ ଆପଣ ରଖିବା ଉଚିତ ହୋଇନଥାଏ । ଏହା ଅଶୁଭ ସଙ୍କେତ ଦେଇଥାଏ । ତେଣୁ କେବେ ମଧ୍ୟ ଲୁଣ ନିଜ ଘରୁ ସରିବାକୁ ଦିଅନ୍ତୁ ନାହିଁ କି ଯାହା ଫଳରେ ଆପଣଙ୍କୁ ଲୁଣ କାହାକୁ ମାଗିବାକୁ ପଡିବ ।

ତୃତୀୟ: ରୋଷେଇ ଘରୁ ଅଟା କେବେ ମଧ୍ୟ ସରିବାକୁ ଦିଅନ୍ତୁ ନାହିଁ । ରୋଷେଇ ଘରୁ ଅଟା ଶେଷ ହେବା ଆପଣଙ୍କୁ ବହୁତ ଅସୁବିଧାରେ ପକାଇଦେଇଥାଏ । ଆପଣଙ୍କ ମାନ ସମ୍ମାନରେ ହ୍ରାସ ମଧ୍ୟ ହୋଇଥାଏ । ଏପରି ହେଲେ ଆପଣଙ୍କୁ ସବୁ କାମରେ ଅସଫଳ ହିଁ ମିଳିଥାଏ । ସବୁବେଳେ ଧ୍ୟାନ ରଖନ୍ତୁ ଘରୁ କେବେ ବି ଅଟାକୁ ସରିବାକୁ ଦେବା ଉଚିତ ନୁହେଁ ।

ଆପଣ ଏହି 3ଟି ଜିନିଷକୁ ରୋଷେଇ ଘରୁ କେବେ ସରିବାକୁ ଦିଅନ୍ତୁ ନାହିଁ । ଆପଣ ଏହାର ଧ୍ୟାନ ରଖନ୍ତୁ ଦେଖିବେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସିବାକୁ ଲାଗିବ । କାରଣ ରୋଷେଇ ଘର ଆମ ଜୀବନର ସୁଖ ସମୃଦ୍ଧିକୁ ହିଁ ନିୟନ୍ତ୍ରଣ କରିଥାଏ । ଏହିସବୁ ଜିନିଷ ଆପଣ ସରିବାକୁ ନଦେଲେ ଆପଣଙ୍କ ଜୀବନରେ ଚାଲିଥିବା ଦୁଃଖର ଅନ୍ତ ହେବ ।

ରୋଷେଇ ଘର ହିଁ ଘର ଉପରେ ସବୁଠାରୁ ପ୍ରମୁଖ ପ୍ରଭାବ ପକାଇଥାଏ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ପଢିଥିବାରୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button