IBN ଓଡ଼ିଶା ବ୍ୟୁରୋ

ଗୁରୁବାର ଦିନ କରନ୍ତୁ ଏହି 5ଟି କାମ ଘରକୁ ହେବ ଧନର ଆଗମନ, ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁ ଧର୍ମରେ ପ୍ରତ୍ୟକ ବାରର କିଛି ନା କିଛି ମହତ୍ଵ ରହିଥାଏ । ଏବଂ ବାର ଅନୁଯାୟୀ ଦେବା ଦେବୀଙ୍କର ପୂଜା ମଧ୍ୟ କରାଯାଏ । ତେଣୁ ଗୁରୁବାର ଦିନଟିକୁ ମାତା ଲକ୍ଷ୍ମୀଙ୍କ ବାର ଭାବରେ ମନାଯାଏ । ଏହି ଗୁରୁବାର ଦିନ କିଛି ଅନିୟମତା କାର୍ଯ୍ୟ କରିବାଦ୍ଵାରା ଘର ଲକ୍ଷ୍ମୀ ଛଡା ହୋଇଯାଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଗୁରୁବାର ଦିନ କେଉଁ କାର୍ଯ୍ୟ କରି ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ ।

ପ୍ରଥମ: ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିବା ଉଚିତ । ସ୍ନାନ କରିବା ସମୟରେ ସ୍ନାନ କରୁଥିବା ପାଣିରେ ଗଙ୍ଗା ଜଳ ନିଶ୍ଚୟ ମିଶାନ୍ତୁ । ସ୍ନାନ କରିବା ସମୟରେ ଓମ ବୃହସ୍ପତାୟ ନମଃ ଜପ କରନ୍ତୁ । ରାତି ୪ଟାରୁ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ବ୍ରହ୍ମ ମୂହୁର୍ତ୍ତ ହୋଇଥାଏ । ଏହି ସମୟରେ ପୂଜା କରିବା ଦ୍ଵାରା ସମସ୍ତ ଇଛା ଆପଣଙ୍କର ପୁରା ହୋଇଥାଏ ।

ଦିତୀୟ: ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ପୂଜା କରିବା ଦରକାର । ଏହା କରିବା ଫଳରେ ଆପଣଙ୍କ ଜୀବନରେ ରହିଥିବା ସମସ୍ତ ଧନ ଜନିତ ସମସ୍ୟାର ଅନ୍ତ ଘଟିଥାଏ । ତୃତୀୟ: ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଏହାସହିତ ଆପଣ ମାତା ଲକ୍ଷ୍ମୀଙ୍କୁ ସେହିଦିନ ହଳଦିଆ ରଙ୍ଗର ଫୁଲ ଫଳ ଇତ୍ୟାଦି ଅର୍ପଣ କରନ୍ତୁ ।

ଚତୁର୍ଥ: ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରିବା ଉଚିତ । ଗୋଟିଏ କଦଳୀ ଗଛ ମୂଳରେ ପ୍ରତି ଗୁରୁବାର ଦିନ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରକୁ ଧନର ଆଗମନ ହୋଇଥାଏ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ।  ପଞ୍ଚମ: ଧନର ଅଭାବକୁ ନିଜ ଜୀବନରୁ ଦୂର କରିବା ପାଇଁ ଚାହୁଁଥିଲେ ଗୁରୁବାର ଦିନ ଉପବାସ ରଖନ୍ତୁ ।

ଉପବାସ ରଖିବା ସମୟରେ ଭିକାରି ବା ଗରିବ ଲୋକ ମାନଙ୍କୁ ହଳଦିଆ ଜିନିଷର ଦାନ ନିଶ୍ଚିନ୍ତ ଭାବରେ କରନ୍ତୁ । ଏହା କରିବାଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଆପଣଙ୍କ ଉପରେ ରହିଥାଏ । ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଥାନ୍ତି । ଷଷ୍ଠ: ଗୁରୁବାର ଦିନ ତୁଳସୀ ଗଛକୁ ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ।

ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ନିମନ୍ତେ ଆପଣ ଗୁରୁବାର ଦିନ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ । ଏହା କରିବାଦ୍ଵାରା ବୃହସ୍ପତି ଗ୍ରହର ଭଲ ପ୍ରଭାବ ପଡିଥାଏ ଆପଣଙ୍କ ଜୀବନ ଉପରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button