ଏହି ମୁଦି ପିନ୍ଧିଲେ ଚାକିରି ସୁନିଶ୍ଚିତ ! ଥରେ ପିନ୍ଧି ଦେଖନ୍ତୁ ଆପଣଙ୍କ ଭାଗ୍ୟ ବଦଳିଜିବ… sadhu bani

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ କଇଁଛର ମୁଦିକୁ ଶୁଭ ବୋଲି ମାନାଯାଇଥାଏ । କାରଣ ଏହି ମୁଦି ପିନ୍ଧିବା ଦ୍ଵାରା ବ୍ୟକ୍ତିର ବହୁ ସମସ୍ଯାର ସମାଧାନ ବାହାରି ପଡ଼ିଥାଏ । ତେବେ ଏହି କଇଁଛ ମୁଦିକୁ ବ୍ୟକ୍ତି ପରିଧାନ କରିବା ଦ୍ଵାରା ତାଙ୍କର ନିଜ ଠାରେ ଆତ୍ମବଳ ବୃଦ୍ଧି ପାଇଥାଏ । ଯାହା ମାଧ୍ୟମରେ ସେହି ବ୍ୟକ୍ତି ନିଜ ଜୀବନରେ ଆଗକୁ ବଢିବା ପାଇଁ ଶକ୍ତିପଇଥାଏ । ତେବେ କଇଁଛ ଜଳରେ ରହିଥାଏ । ତେଣୁ ଏହି କଇଁଛର ପ୍ରତିମୂର୍ତ୍ତି ଥିବା କଇଁଛ ମୁଦିରେ ସକାରାତ୍ମକତା ଭରି ରହିଥାଏ ।
ତେଣୁ ଯିଏ ଏହାକୁ ପିନ୍ଧିଥାନ୍ତି । ସେମାନେ ମଧ୍ୟ ସବୁବେଳେ ପଜିଟିଭ ଏନର୍ଜିରେ ଭରି ହୋଇ ରହିଥାନ୍ତି । ତେବେ ଏଠାରେ ଆମେ କହିବାକୁ ଚାହୁଁଛୁ । ଯେ କଇଁଛ ମୁଦି ପିନ୍ଧିବାକୁ ଚାହୁଁଥିବା ଲୋକ କିଛି ସାବଧାନତା ଅବଲମ୍ବନ କରି ମୁଦିକୁ ପିନ୍ଧିବା ଉଚିତ । ତେବେ କଇଁଛର ମୁଦି ପିନ୍ଧିବାକୁ ଇଛା ରଖିଥିଲେ । ରୂପାରେ ନିର୍ମିତ କଇଁଛ ମୁଦି ପିନ୍ଧିବା ବହୁତ ଶୁଭଦାୟକ ହୋଇଥାଏ । ତେବେ କଇଁଛ ମୁଦି ପିନ୍ଧିବା ସମୟରେ ଏହାକୁ ଧ୍ୟାନରେ ରଖନ୍ତୁ ।
ଯେ କଇଁଛର ମୁଣ୍ଡ ପଟଟି ଯେପରି ଆପଣଙ୍କ ଆଡକୁ ମୁହଁ କରି ରହୁଥିବ । କାରଣ କଇଁଛର ମୁଣ୍ଡ ଆପଣଙ୍କ ଆଡକୁ ରହିବା ଦ୍ଵାରା ଆପଣଙ୍କ ଜୀବନକୁ ଧନ ଆଗମନର ଅନେକ ରାସ୍ତା ଖୋଲି ଯାଇଥାଏ । ହେଲେ ଯଦି କଇଁଛର ମୁଣ୍ଡ ବାହାର ପଟକୁ ରହିଥାଏ । ତେବେ ଲାଭ ବଦଳରେ ଓଲଟା କ୍ଷତି ହେବାକୁ ଲାଗିଥାଏ । ତେବେ ଡାହାଣ ହାତର ତର୍ଜନୀ ଆଙ୍ଗୁଠିରେ ଏହି କଇଁଛ ମୁଦିକୁ ପିନ୍ଧନ୍ତୁ ।
କୁମ୍ଭ, ଧନୁ, ବିଛା, ସିଂହ ଏବଂ ତୁଳା ରାଶିର ଲୋକ କଇଁଛ ମୁଦିକୁ ନିଜ ଡାହାଣ ହାତର ତର୍ଜନୀ ଆଙ୍ଗୁଠିରେ ପିନ୍ଧିବାକୁ ବହୁତ ଭଲ ବୋଲି ମାନାଯାଇଥାଏ । ମେଷ, ମୀନ, କନ୍ୟା, ତୁଳା ଏବଂ କର୍କଟ ରାଶିର ଲୋକମାନେ ଏହାକୁ ଡାହାଣ ହାତର ମଝି ଆଙ୍ଗୁଠିରେ ପିନ୍ଧିବାକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ଏହାଛଡା ବୃଷ ଓ ମିଥୁନ ରାଶିର ଲୋକମାନେ ପରୀ ଅର୍ଥାତ ରିଙ୍ଗ ଫିଙ୍ଗରରେ ପିନ୍ଧିବା ତାଙ୍କ ପାଇଁ ବହୁତ ମଙ୍ଗଳଦାୟକ ହୋଇଥାଏ ।
ଶୁକ୍ରବାର ଦିନ ଏହି ମୁଦି କିଣିକି ଆଣନ୍ତୁ । ଘରେ କ୍ଷୀର ଓ ପାଣିକୁ ମିଶ୍ରଣ କରି ଏହି ମୁଦିକୁ ଧୁଅନ୍ତୁ । ତାପରେ ମାତା ଲକ୍ଷ୍ମୀଙ୍କ ଠାରେ ଏହାକୁ ପୂଜା କରନ୍ତୁ । ଧୂପଦୀପ ଦେଇ ଏହି ମୁଦିକୁ ପୂଜା କରିବା ପରେ ନିଜ ଆଙ୍ଗୁଳିରେ ଧାରଣ କରନ୍ତୁ ।
କନ୍ୟା, ବିଛା ଓ ମୀନ ରାଶିର ଲୋକ କିନ୍ତୁ ମଙ୍ଗଳବାର ଦିନ ଏହାକୁ ଧାରଣ କରିବା ଉଚିତ । ଯାହାକି ତାଙ୍କ ପାଇଁ ଶୁଭଦାୟକ ହୋଇପାରିଥାଏ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।