ଦିନକୁ କେବଳ 2 ଥର ଏହାକୁ ପିଅନ୍ତୁ, ଛାତି ଓ ଗଳାରେ ଜମିଥିବା କଫ ଘିଅ ଭଳି ତରଳିଯିବ

ନମସ୍କାର ବନ୍ଧୁଗଣ ତେବେ ଯଦି ଆପଣ କଫ କିମ୍ବା କାଶ ଭଳି ସମସ୍ଯାକୁ ନେଇ ଚିନ୍ତିତ ଅଛନ୍ତି ତେବେ କେବଳ ତିନିଦିନ ଏହି ଚମତ୍କାରୀ ଉପଚାର ସେବନ କରି ଦେଖନ୍ତୁ । ଦେଖିବେ କଫ ସଂପୂର୍ଣ୍ଣ ଭାବେ ସଫା ହେବାସହ ଆପଣ ତୁରନ୍ତ ଆରାମ ପାଇବେ । ବଦଳୁଥିବା ଋତୁ କିମ୍ବା ଆଲର୍ଜି କାରଣରୁ ଆମ ଛାତିରେ କଫ ଜମିଥାଏ । କଫ ଜମି ରହିବା ଦ୍ଵାରା ଆମେ ବାରମ୍ବାର ରୋଗରେ ପଡିଥାଉ । ତେବେ କଫ ଓ କାଶ ଭଲ କରିବା ପାଇଁ ଚାଲନ୍ତୁ ଜାଣିବା ଏହି ଚମତ୍କାରୀ ଘରୋଇ ଉପଚାର ବିଷୟରେ ।
ତେବେ କିନ୍ତୁ ଆମେ ଗୋଟିଏ ଦିନ ପାଇଁ ଯେତିକି ସାମଗ୍ରୀ ଦରକାର ସେତିକି ଆପଣଙ୍କୁ ଏଠି କହୁଛୁ । ପ୍ରଥମେ ଆପଣ ଏକ ପ୍ୟାନରେ ଦୁଇ କପ୍ ମାତ୍ରର ପାଣି ଗରମ କରନ୍ତୁ । ଏହାପରେ ଅଦାକୁ ଭଲଭାବେ ଧୋଇ ଛୋଟ ଛୋଟ ଖଣ୍ଡରେ କାଟି ପାଣିରେ ପକେଇ ଦିଅନ୍ତୁ । ଏହାପରେ ଏଥିରେ ଚାରିରୁ ପାଞ୍ଚୋଟି ତୁଳସୀ ପତ୍ରକୁ ଭଲଭାବେ ଧୋଇ ଏଥିରେ ପକେଇ ଦିଅନ୍ତୁ ।
ଏବେ ଆପଣ ଏଥିରେ ପକାନ୍ତୁ ମାତ୍ର ଗୋଟିଏ ଲବଙ୍ଗ । କିନ୍ତୁ ଲବଙ୍ଗର ଫୁଲ ଯେପରି ଛିଣ୍ଡି ନଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏହାପରେ ଆପଣ ଏହି ମିଶ୍ରଣରେ ଦୁଇଟି ଗୋଲମରିଚ ପକେଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଶେଷ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି ତେଜପତ୍ର । ସମସ୍ତ ସାମଗ୍ରୀ ପକାଇ ସାରିବା ପରେ ଆପଣ ନେଇଥିବା ଦୁଇ କପ୍ ପାଣି ଫୁଟି ଫୁଟି ଏକ କପ୍ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ ।
ଏବେ ଆପଣ ଏହି ପାଣିକୁ ଏକ କପ୍ କୁ ଛାଣି ନିଅନ୍ତୁ ଓ ଅଳ୍ପ ଉଷୁମ ଥିବା ଅବସ୍ଥାରେ ହିଁ ଚାହା ପିଇବା ଭଳି ଏହାର ସେବନ କରନ୍ତୁ । ଏବେ ଆପଣ ଏହି ପାଣିକୁ ମିଠା କରିବା ପାଇଁ ଏଥିରେ ଗୁଡ କିମ୍ବା ମହୁର ପ୍ରୟୋଗ କରିପାରିବେ । ଏହି ମିଶ୍ରଣକୁ ଆପଣ ସକାଳେ ଖାଲି ପେଟରେ ଏବଂ ସନ୍ଧ୍ୟାରେ ଦିନକୁ ଦୁଇଥର ସେବନ କରିପାରିବେ ।
ତେବେ ପ୍ରଥମ ଥର ସେବନ କରିବା ପରଠୁ ହିଁ ଆପଣ ବହୁତ ଆରାମ ଅନୁଭବ କରିବେ । ବହୁତ ଅଧିକ କଫ ଥିଲେ ଆପଣ ତିନିଦିନ ପର୍ଯ୍ୟନ୍ତ ଦିନକୁ ଦୁଇଥର ଏହାକୁ ପିଅନ୍ତୁ । ଦେଖିବେ ଶରୀରରେ ଜମିଥିବା ସମସ୍ତ କଫ ବାହାରିଯିବ । ଯେଉଁମାନଙ୍କୁ ବାରମ୍ବାର କଫ ଭଳି ସମସ୍ଯା ହେଉଛି ଥଣ୍ଡା ଜିନିଷ କିମ୍ବା ପାନୀୟ ଆଦୌ ଖାଆନ୍ତୁ ନାହିଁ କିମ୍ବା ଫ୍ରିଜରେ ଥିବା ଖାଦ୍ଯ ମଧ୍ୟ ଖାଆନ୍ତୁ ନାହିଁ।