IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯେଉଁ ଲୋକଙ୍କ ହାତରେ ଟଙ୍କା ରହୁନାହିଁ । ବାସ କରି ଦିଅନ୍ତୁ ଏହି ସହଜ ଉପାୟ । ଭରିଯିବ ଟଙ୍କା

ଅନେକ ସମୟରେ ବହୁତ ପରିଶ୍ରମ କରିବା ସତ୍ତ୍ୱେବି ଘରକୁ ଟଙ୍କା ଆସି ନଥାଏ ସେଭଳି ପରିସ୍ଥିତିରେ ଆପଣ ଏକ ଛୋଟ ଉପାୟ କରି ପାରିବେ । ତନ୍ତ୍ର ଶାସ୍ତ୍ରରେ ସେହି ଖାସ ପ୍ରୟୋଗ ବିଷୟରେ କୁହାଯାଇଛି । ଏହି ଉପାୟକୁ କରିବା ଦ୍ୱାରା ଘରର ସବୁ ସମସ୍ୟା ଦୂର ହୋଇଯିବ ଏବଂ ଘରର ସଦସ୍ୟଙ୍କ ଭାଗ୍ୟ ମଧ୍ୟ ଉଦୟ ହେବ । ଏହି ଉପାୟକୁ କରିବା ଦ୍ୱାରା ୧୧ ଟି ବଡ଼ ଫାଇଦା ମିଳିବ ଏବଂ ଘରକୁ ଖୁସି ଆସିଯିବ । ଯଦି ଆପଣ ଏହି ଉପାୟକୁ ସମ୍ପୂର୍ଣ୍ଣ ନିୟମ ଅନୁଯାୟୀ କରନ୍ତି ତେବେ ଆପଣଙ୍କ ଉପରେ କୌଣସି ତନ୍ତ୍ର ପ୍ରକ୍ରିୟା କାମ କରିବ ନାହିଁ ଏବଂ କୌଣସି ପ୍ରକାରର ଶାରୀରିକ କିମ୍ବା ମାନସିକ ସମସ୍ୟା ମଧ୍ୟ ସୃଷ୍ଟି ହେବନାହିଁ । ତେବେ ଚାଲନ୍ତୁ ସେହି ଖାସ ଉପାୟ ବିଷୟରେ ଜାଣିନେବା ।

ଯଦି ଆପଣ ଏହି ପ୍ରୟୋଗକୁ କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି ତେବେ ଏହା କୌଣସି ଦିନ କରି ପାରିବେ । କିନ୍ତୁ ଏହି ଉପାୟକୁ ପ୍ରତ୍ୟେକ ମାସ ପରିବର୍ତ୍ତନ କରିବା ଆବଶ୍ୟକ । ଏହି ଉପାୟକୁ କରିବା ପାଇଁ ମାଟିର ଏକ ଛୋଟ ପାତ୍ର ନିଅନ୍ତୁ କିମ୍ବା ମାଟିର ଛୋଟ ଦୀପ ମଧ୍ୟ ନେଇ ପାରିବେ । କିନ୍ତୁ ଏହାକୁ କିଣିବା ସମୟରେ ଦିନ ଏବଂ ବାର ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

କୌଣସି ଶନିବାର ଦିନ ଏହି ମାଟିର ପାତ୍ର କିମ୍ବା ମାଟିର କପ କିଣି ନିଅନ୍ତୁ । ଆପଣ ଚାହିଁଲେ ଏହାକୁ କୌଣସି ଅମାବାସ୍ୟା ଦିନ ମଧ୍ୟ କିଣି ପାରିବେ । ଏହି ଦୁଇ ଦିନ ମଧ୍ୟରୁ କୌଣସି ଗୋଟିଏ ଦିନ ମାଟିର ପାତ୍ର କିଣିବା ସହିତ ହଳଦିଆ ସୋରିଷ ଅଳ୍ପ କିଣି ନିଅନ୍ତୁ । ଉପାୟ ପାଇଁ ମାତ୍ର ଦୁଇ ଚିମୁଟା ସୋରିଷ ନିଅନ୍ତୁ ।

ଏହାପରେ କିଛି କର୍ପୂର ଖଣ୍ଡ ଏବଂ ଟଙ୍କିକିଆ କିମ୍ବା ଦୁଇ ଟଙ୍କିଆ କିମ୍ବା ପାଞ୍ଚ ଟଙ୍କା କୋଏନ ନିଅନ୍ତୁ । ପ୍ରଥମେ ସେହି ମାଟିର ପାତ୍ରକୁ ନେଇ ସେଥିରେ କୋଏନ ଏବଂ ଏବଂ କର୍ପୂର ନିଅନ୍ତୁ , ତା ଉପରେ ଦୁଇ ଚିମୁଟା ସୋରିଷ ନିଅନ୍ତୁ ଏବଂ ତାହାକୁ ନେଇ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ । ପ୍ରତ୍ୟେକ ମାସ ଉପାୟ କରିବା ସମୟରେ ଜିନିଷ ପରିବର୍ତ୍ତନ କରି ପାରିବେ କେବଳ ମାଟି ପାତ୍ରକୁ ଛାଡ଼ି ।

ମାଟିର ପାତ୍ରରେ ସବୁ ଜିନିଷକୁ ନେଇ ପ୍ରଥମେ ପୂଜା ସ୍ଥାନରେ ରଖି ଦିଅନ୍ତୁ । ପରେ ତାହାକୁ ନେଇ ଘରର ହୋଲ କିମ୍ବା ବୈଠକରେ ରଖି ଦିଅନ୍ତୁ । ହୋଲର ପୂର୍ବ ଦିଗରେ ତାହାକୁ ରଖି ଦିଅନ୍ତୁ । ଧ୍ୟାନ ଦେବେ ଯେମିତି ତାହା ଉପରେ କାହାରି ନଜର ନପଡ଼େ । ଏକ ମାସ ପରେ ତାହାକୁ ବଦଳାଇ ଦିଅନ୍ତୁ । ଏହି ଉପାୟ ଲଗାତାର ପ୍ରତ୍ୟେକ ମାସ କଲେ ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button