IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ଜିନିଷ ଏବଂ ଖରାପ ଜିନିଷ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସ୍ତ୍ରୀର ସବୁଠାରୁ ସୁନ୍ଦର ଜିନିଷ କଣ ଅଟେ ଏବଂ ତାହା କେଉଁଠି ଅଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ନିସତ ଦେଶରେ ବୀରସେନ ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ । ତାଙ୍କର ଦୁଇ ପୁଅ ନଳ ଏବଂ କୁବେର ଥିଲେ । ରାଜାଙ୍କ ପରେ ବଡ଼ ପୁଅ ନଳ ରାଜଗାଦିରେ ବସିଲେ ଏବଂ ସେ ଖୁବ ସୁନ୍ଦର ମଧ୍ୟ ଥିଲେ । କିନ୍ତୁ ତାଙ୍କର ଜୁଆ ଖେଳିବାର ଖରାପ ଗୁଣ ଥିଲା । ଯେଉଁ କାରଣରୁ ତାଙ୍କୁ ବିପତ୍ତି ଉଠାଇବାକୁ ପଡ଼ିଥିଲା । ସେହି ସମୟରେ ବିଦର୍ଭ ରାଜ୍ୟରେ ଭୀମ ନାମକ ରାଜା ଥିଲେ ଯାହାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଥିଲା । ଝିଅ ଦମୟନ୍ତି ଖୁବ ସୁନ୍ଦର ଥିଲେ ଏବଂ ତାଙ୍କ ବିବାହ ବୟସ ହେବାରୁ ରାଜା ସେହି ବିଷୟରେ ଚିନ୍ତା କରୁଥିଲେ । ଦମୟନ୍ତିଙ୍କ ଖବର ପାଇ ସେପଟେ ନଳ ମଧ୍ୟ ତାଙ୍କୁ ବିବାହ କରିବାକୁ ଇଚ୍ଛା କଲେ ।

ଦମୟନ୍ତି ମଧ୍ୟ ନଳଙ୍କ ସୌନ୍ଦର୍ଯ୍ୟ ବିଷୟରେ ଅନେକ କିଛି ଶୁଣିଥିଲେ । ଥରେ ଦମୟନ୍ତିଙ୍କ ବିଷୟରେ ଭାବୁ ଭାବୁ ନଳ ବଗିଚାରେ ବୁଲୁଥିବା ସମୟରେ ପାଖରେ ଥିବା ଏକ ପୋଖରୀରେ ବୁଲୁଥିବା ସୁନ୍ଦର ହଂସକୁ ଧରିଲେ । ହଂସ ମଣିଷ ସ୍ୱରରେ କହିଲା ଯେ ଯଦି ନଳ ତାଙ୍କୁ ଛାଡ଼ି ଦିଅନ୍ତି ତେବେ ସେ ଦମୟନ୍ତିଙ୍କ ପାଖରେ ନଳଙ୍କ ମନର କଥା ପହଞ୍ଚାଇଦେବେ । ଏହା ଶୁଣି ନଳ ସେହି ହଂସକୁ ଛାଡ଼ିଦେଲେ । ହଂସ ଯାଇ ଏହି ବିଷୟରେ ରାଜକୁମାରୀ ଦମୟନ୍ତିଙ୍କୁ କହିଲେ ଏବଂ ଜାଣି ପାରିଲେ ଯେ ଦମୟନ୍ତି ମଧ୍ୟ କେବଳ ରାଜକୁମାର ନଳଙ୍କୁ ନିଜ ସ୍ୱାମୀ ଭାବରେ ପାଇବାକୁ ଚାହାଁନ୍ତି । ହଂସ ଯାଇ ରାଜକୁମାରି ଦମୟନ୍ତିଙ୍କ କଥା ନଳଙ୍କୁ କହିଦେଲେ ।

ଏମିତି ଦମୟନ୍ତି ସବୁବେଳେ ନଳଙ୍କ କଥା ଭାବିଲେ ତାଙ୍କ ଚେହରା ହଳଦିଆ ପଡ଼ିବାରେ ଲାଗିଲା । ରାଜକୁମାରିଙ୍କର କୌଣସି ରୋଗ ନୁହେଁ ବରଂ ତାଙ୍କର ବିବାହ ଇଚ୍ଛା ଥିବା ସେ ଜାଣି ପାରିଲେ । ତେଣୁ ରାଜା ସ୍ୱୟଂବର ଆୟୋଜନ କଲେ । ସେଥିରେ ସବୁ ରାଜକୁମାର ଏବଂ ଏମିତିକି ନାରଦଙ୍କ ଠାରୁ ଦମୟନ୍ତିଙ୍କ ପ୍ରଶଂସା ଶୁଣି ଇନ୍ଦ୍ର ଅଗ୍ନି ବରୁଣ ଯମ ମଧ୍ୟ ଦମୟନ୍ତିଙ୍କୁ ପାଇବାକୁ ସ୍ୱୟଂବରକୁ ଆସିଲେ । ବାଟରେ ନଳଙ୍କୁ ଦେଖି ତାଙ୍କ ଠାରୁ ଏହି ବଚନ ମାଗିଲେ ଯେ ସେମାନେ ଯାହା କହିବେ ନଳ ତାହା ପାଳନ କରିବେ । ନଳ ମଧ୍ୟ କଥା ଦେଲେ । ଦେବତା ମାନେ ତାଙ୍କୁ ଦୂତ ହୋଇ ଦମୟନ୍ତିଙ୍କୁ ଏହା କହିବାକୁ କହିଲେ ଯେ ଦମୟନ୍ତି ସେହି ଦେବତାଙ୍କ ମଧ୍ୟରୁ ଜଣଙ୍କୁ ସ୍ୱାମୀ ଭାବରେ ଗ୍ରହଣ କରନ୍ତୁ ।

ଏହା ଶୁଣି ନଳ ଦୁଃଖିତ ହେଲେ କିନ୍ତୁ ବଚନ ଅନୁଯାୟୀ ସେ ଦମୟନ୍ତିଙ୍କୁ କହିବାକୁ ଗଲେ । ଦେବତାଙ୍କ ଦ୍ଵାରା ଦିଆଯାଇଥିବା ଏକ ଶକ୍ତି ଦ୍ୱାରା ସେ କାହାକୁ ଦୃଶ୍ୟମାନ ହେଉ ନଥିଲେ କିନ୍ତୁ ସେ ସମସ୍ତଙ୍କୁ ଦେଖି ପାରୁଥିଲେ । ଏମିତି ଦମୟନ୍ତିଙ୍କ କଠୋରିରେ ପହଞ୍ଚିବାରୁ ରାଜକୁମାରି ଆଶ୍ଚର୍ଯ୍ୟ ହୋଇଗଲେ ଯେ ଏତେ କଡ଼ା ପହରା ସତ୍ତ୍ୱେ ସେ କିଭଳି ଆସିଲେ । ଏହାପରେ ନଳ ସବୁକିଛି କହିଲେ । ରାଜକୁମାରି କିନ୍ତୁ ମନେ ମନେ ରାଜକୁମାର ନଳଙ୍କୁ ନିଜ ସ୍ୱାମୀ ଭାବରେ ଗ୍ରହଣ କରି ସାରିଥିଲେ । ଆଗାମୀ ଦିନ ସ୍ୱୟଂବର ସଭାରେ ଜଣେ ନୁହେଁ ବରଂ ଚାରି ଦେବତା ନଳଙ୍କ ରୂପ ନେଇ ବସିଥିଲେ ।

ରାଜକୁମାରି ନଳ କିଏ ଜାଣି ପାରିଲେନି ତେଣୁ ସେ ଦେବତାଙ୍କୁ ନିଜର ସତ୍ୟତା କହି ଏବଂ ନଳଙ୍କୁ ଚିହ୍ନିବାକୁ ଶକ୍ତି ପ୍ରଦାନ କରିବାକୁ କଲେ । ଦମୟନ୍ତି ନଳଙ୍କୁ ଚିହ୍ନି ପାରିଲେ ଏବଂ ତାଙ୍କୁ ବରଣମାଳା ପିନ୍ଧାଇ ଦେଲେ । ସବୁ ରାଜା ମହାରାଜା ଦମୟନ୍ତି ଏବଂ ନଳଙ୍କ ଭାଗ୍ୟର ପ୍ରଶଂସା କଲେ । ଏଥିରେ ନଳ ଜାଣି ପାରିଲେ ଯେ ସ୍ତ୍ରୀଙ୍କ ମଧ୍ୟରେ ଗୋଟିଏ ବହୁତ ଭଲ କଥା ଯେ ସେମାନେ ମନରୁ ଯାହାକୁ ପସନ୍ଦ କରିଥାନ୍ତି ତାଙ୍କ ସାମ୍ନାରେ ଯେତେ ମୂଲ୍ୟବାନ ବସ୍ତୁ ଥିଲେ ବି ସେ ସବୁବେଳେ ତାହାକୁ ବାଛିଥାନ୍ତି । କିନ୍ତୁ ଥରେ ସେମାନେ ଚରିତ୍ରରୁ ହଟିଲେ ସେମାନେ ଆଉ କାହାର ନୁହଁନ୍ତି । ଏମିତି ନଳ ଏବଂ ଦମୟନ୍ତି ଦେବତାଙ୍କ ଆଶୀର୍ବାଦ ନେଇ ବିବାହ ମଧ୍ୟ କଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button