IBN ଓଡ଼ିଶା ଏକ୍ସକ୍ଲୁସିଭ୍

କନିୟର ଗଛ ଲଗାଇଲେ ଘରୁ ଦୂର ହୋଇଥାଏ ଦାରିଦ୍ର୍ୟତା। ଜାଣନ୍ତୁ ଏହାର ୧୦ ଗୋଟି ଫାଇଦା

ପ୍ରକୃତି ସର୍ବଦା ମନୁଷ୍ୟର ଆବଶ୍ୟକତାକୁ ପୂରଣ କରି ଆସିଛି ଏବଂ କିଛି ଖାସ ଗଛ ଘର ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ କନିୟର ଗଛକୁ ଅତ୍ୟନ୍ତ ଶୁଭ ମାନା ଯାଇଛି। ଏହାର ଫୁଲ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଅଟେ। ଏହି ଫୁଲ ତିନି ପ୍ରକାରର ହୋଇଥାଏ।

ସଠିକ ନକ୍ଷତ୍ରରେ ଏହି ଗଛକୁ ଘରର ଅଗଣାରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହେବ। ଏହି କନିୟର ଗଛ ଘରର ସଠିକ ଦିଗରେ ରହିଲେ, ଧନ ବୃଦ୍ଧି ହୋଇଥାଏ। ଘରେ ସୁଖଶାନ୍ତି ବିଦ୍ୟମାନ ହେବା ସହିତ ଆମଦାନୀରେ ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଏହି ଗଛ ସମ୍ବନ୍ଧୀୟ ୧୦ଟି ଖାସ କଥା ଜାଣିବା।

– କନିୟର ଗଛ ତିନି ପ୍ରଜାତିର ରହିଛି। ତାହାର ଫୁଲ ଧଳା ରଙ୍ଗ, ଲାଲ ରଙ୍ଗ ଏବଂ ହଳଦିଆ ରଙ୍ଗ ହୋଇଥାଏ। ଏହି ତିନୋଟି ରଙ୍ଗର କନିୟର ଫୁଲ ଅତ୍ୟନ୍ତ ସୁନ୍ଦର ଅଟେ।

– ଧଳା ରଙ୍ଗର କନିୟର ଫୁଲ ଦେବୀ ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ଏହି ଫୁଲ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥାଏ। କୁହାଯାଏ କି ଧଳା କନିୟର ଗଛରେ ଦେବୀ ଲକ୍ଷ୍ମୀ ବାସ କରି ଥାଆନ୍ତି।

– ହଳଦିଆ ରଙ୍ଗର କନିୟର ଫୁଲ ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଏହି ରଙ୍ଗର ଫୁଲ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା ସମୟରେ ଅର୍ପଣ କରାଯାଇଥାଏ।

– ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଅଗଣାରେ କନିୟର ଗଛ ରହିଲେ ଘରର ସବୁ ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।

– କୁହାଯାଏ କି, ଯେଉଁ ଘରର ଅଗଣାରେ ବର୍ଷସାରା କନିୟର ଗଛ ସବୁଜମୟ ହୋଇ ଫୁଲରେ ଭରି ହୋଇଯାଏ, ସେହି ଘରେ କେବେବି ଧନର ଅଭାବ ହୋଇ ନଥାଏ। ଦେବୀ ଲକ୍ଷ୍ମୀଙ୍କର କୃପା ସର୍ବଦା ସେହି ଘର ଉପରେ ପଡ଼ିଥାଏ।

– କନିୟର ଗଛ ପରିବେଶକୁ ସକାରାତ୍ମକ ଓ ଶାନ୍ତ ରହିଥାଏ। ଯେଉଁ ସ୍ଥାନରେ କନିୟର ଗଛ ରହିଥାଏ, ଦେବୀ ଓ ଦେବତା ମାନେ ସେହି ସ୍ଥାନକୁ ଆଗମନ କରିଥାନ୍ତି।

– ଠାକୁର ଘରେ ଦେବୀ ଲକ୍ଷ୍ମୀଙ୍କୁ ପ୍ରତ୍ୟେକଦିନ ଧଳା କନିୟର ଫୁଲ ଅର୍ପଣ କରି ପୂଜାର୍ଚ୍ଚନା କରିବା ଦ୍ଵାରା, ଦେବୀ ଲକ୍ଷ୍ମୀ ସେହି ଘରେ ସର୍ବଦା ବିରାଜମାନ କରି ଥାଆନ୍ତି।

– ହଳଦିଆ କନିୟର ଫୁଲ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କଲେ, ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ଆର୍ଥିକ ପରିସ୍ଥିତି ସୁଦୃଢ ରହିଥାଏ।

– କନିୟର ଗଛର ଡାଳ, ପତ୍ର ଓ ଫୁଲରେ ଔଷଧୀୟ ଗୁଣ ଭରପୁର ହୋଇ ରହିଥାଏ। ଏହାକୁ ପ୍ରୟୋଗ କଲେ, ମୁଣ୍ଡବ୍ୟଥା, ଦେହ ପୀଡା ଆଦି କଷ୍ଟରୁ ଉପଶମ ମିଳିଥାଏ।

– କନିୟର ଗଛକୁ ସର୍ବଦା ଘରର ଅଗଣା ବା ବଗିଚାରେ ଲଗାଇବା ଆବଶ୍ୟକ। ଧ୍ୟାନ ରଖନ୍ତୁ କି, ଏହାକୁ କେବେବି ଘର ଭିତରେ ଲଗାନ୍ତୁ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button