IBN ଓଡ଼ିଶା ଏକ୍ସକ୍ଲୁସିଭ୍

ନିଜର ନଖ କାଟି ପକାଇ ଦିଅନ୍ତୁ ଏହି ଗଛ ମୂଳରେ । ଆପଣଙ୍କ ଇସାରାରେ ନାଚିବ ପୁରା ଦୁନିଆ

ସାଧରଣତଃ ଲୋକେ ସପ୍ତାହର କୌଣସି ଦିନରେ ନଖ କାଟିବା କିମ୍ବା ଚୁଟି କାଟିବାର ନିୟମ ବିଷୟରେ ଜାଣି ନାହାଁନ୍ତି । କିନ୍ତୁ ବାସ୍ତବରେ କିଛି ବାରରେ ନଖ କାଟିବା ବାରଣ ଥିବା ବେଳେ ଆଉ କିଛି ବାରରେ ନଖ ଏବଂ ଚୁଟି କାଟିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଉନ୍ନତି ମିଳିଥାଏ । ଅନେକ ଲୋକ ନଖ କାଟିବା ପରେ ତାହାକୁ ଆବର୍ଜନାରେ ଫିଙ୍ଗି ଦିଅନ୍ତି ଯାହାକି ଜୀବନରେ ଦୁର୍ଭାଗ୍ୟ ଆଣିଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ନଖ କାଟି ସାରିବା ପରେ ତାହାକୁ କେଉଁଠି ଫିଙ୍ଗିବା ଉଚିତ । ନଖରେ ଏକ ବିଶେଷ ଧରଣର ଓରା ଥାଏ ଯାହାକି ଅନ୍ତର ମନ ସହିତ ଜଡ଼ିତ । ଯାହାକୁ ପାଇଲେ ଲୋକେ ତାହାର କିଛି ଖରାପ ଫାଇଦା ଉଠାଇ ପାରନ୍ତି ।

ତେଣୁ ଏହାକୁ କାଟିବା ପରେ ଏଣେତେଣେ ପକାଇଲେ ଓରା ଖରାପ ହୋଇଥାଏ । ନଖ କାଟି ସାରିବା ପରେ ଆବର୍ଜନାରେ ଫିଙ୍ଗିବା ଦ୍ୱାରା ମଣିଷର ମାନସିକ ଏବଂ ଶାରୀରିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯଦି ବିନା କୌଣସି କାରଣରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ରହୁଛି ଏବଂ ସମସ୍ୟା ଦେଖା ଦେଉଛି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଓରା ବିଗିଡ଼ି ଯାଇଛି ।

ଭୁଲରେରେ ମଙ୍ଗଳବାର ଏବଂ ଶନିବାର ନଖ କାଟନ୍ତୁ ନାହିଁ । ନଖ କାଟିବା ପାଇଁ କେବଳ ବୁଧବାର ଏବଂ ଶୁକ୍ରବାର ଉପଯୁକ୍ତ ଅଟେ । ଯଦି ଆପଣ ଶୁକ୍ରବାର କିମ୍ବା ବୁଧବାର ଦିନ ସନ୍ଧ୍ୟା ପୂର୍ବରୁ ନଖକୁ କାଟି କୌଣସି ବରଗଛ କିମ୍ବା ଅନ୍ୟ ଗଛ ମୂଳରେ ପକାଇ ଦିଅନ୍ତି ତେବେ ଆପଣଙ୍କ ଓରା ଶକ୍ତିଶାଳୀ ହେବ । କିନ୍ତୁ ଭୁଲରେବି ତାହାକୁ ତୁଳସୀ ଗଛ ମୂଳରେ ପକାଇବେ ନାହିଁ ।

ଏହାଦ୍ବାରା ଜୀବନରେ କୌଣସିବି ସମସ୍ୟା ତାହା ଦୂର ହୋଇଯିବ । ଯଦି ଆପଣଙ୍କୁ ଏଭଳି ପ୍ରତୀତ ହେଉଛି ଯେ କାହାରି କୌଣସି କଳାଯାଦୁ କିମ୍ବା କୁଦୃଷ୍ଟି ଦ୍ୱାରା ଆପଣଙ୍କ କାମରେ ବାଧା ବିଘ୍ନ ଏବଂ ଅବନତି ଦେଖା ଦେଉଛି ତେବେ ସେଭଳି ପରିସ୍ଥିତିରେ ତେବେ କେବଳ ଶୁକ୍ରବାର ଦିନ ନିଜର ହାତ ଏବଂ ଗୋଡ଼ର ନଖ କାଟି ଆଗାମୀ ଦିନ ଅର୍ଥାତ ଶନିବାର ଦିନ ତାହାକୁ କର୍ପୂର ଏବଂ ଲବଙ୍ଗ ସହିତ ଜଳାଇ ଦିଅନ୍ତୁ ।

ସେହି ଅଙ୍ଗାରକୁ ବରଗଛ ମୂଳରେ ଢ଼ାଳି ଦିଅନ୍ତୁ । ଦେଖିବେ ଆପଣଙ୍କର ସବୁ ବାଧା ଦୂର ହୋଇଯିବ । ଭୁଲରେବି ଗୁରୁବାର ଦିନ ନଖ କିମ୍ବା ଚୁଟି କାଟିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଜୀବନରେ ଦୁର୍ଭାଗ୍ୟ ଆସିଥାଏ । ଚୁଟି କାଟିବା ବିଷୟରେ ମଧ୍ୟ ଶାସ୍ତ୍ରରେ ଅନେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ରବିବାର ଦିନ ଚୁଟି କାଟିଲେ ଧନ ବୈଭବ ଶାନ୍ତି ନଷ୍ଟ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button