ଅପରାଧ

ବାଙ୍କୀରେ ଅବକାରୀ ଚଢ଼ାଉ: ୬୫ଲିଟର ଚୋରା ଦେଶୀମଦ ଜବତ, ୪ଗିରଫ

ବାଙ୍କୀ:କଟକ ଜିଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ଅବକାରୀ ଉପଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ବାଙ୍କୀ ଓ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର, ଗୋପାଳପୁର, ରଗଡ଼ି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ମୋଟ ୬୫ଲିଟର ହାତ ତିଆରି ଦେଶୀ ରନ୍ଧାମଦ ଜବତ ହେବା ସହ ୪ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଅଭିଯୁକ୍ତମାନଙ୍କୁ ବାଙ୍କୀ କୋର୍ଟକୁ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ବାଙ୍କୀ ଅବକାରୀ ଅଧିକାରୀ ସୌମ୍ୟରଞ୍ଜନ ମାଝୀ, ଏଏସ୍‌ଆଇ ନିର୍ମଳ କୁମାର ବେହେରା ଓ  ଅବକାରୀ କର୍ମଚାରୀ ପୂର୍ଣ୍ଣେଶ୍ୱର ମାଝୀ ସହଯୋଗ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button