ମନୋରଞ୍ଜନ

ସାଂସଦ କଙ୍ଗନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ରହିଛି। କଙ୍ଗନା ରାଜନୀତିକୁ ଓହ୍ଲାଇବା ପରଠାରୁ ଆରମ୍ଭ କରି ଲୋକସଭା ନିର୍ବାଚନ ଜିତିବା ପର୍ଯ୍ୟନ୍ତ ତାଙ୍କ ଫ୍ୟାନ୍ସମାନେ ଦ୍ବନ୍ଦ୍ବରେ ଥିଲେ କି ପ୍ରିୟ ଅଭିନେତ୍ରୀ ଆଉ ସିନେମା ଦୁନିଆରେ କାମ କରିବେ କି ନାହିଁ।

ତେବେ ଲୋକଙ୍କ ଏହି ଦ୍ବନ୍ଦ୍ବ ଉପରେ ପୁନଃଚ୍ଛେଦ ପଡ଼ିଛି।  ୧୯୭୫ ମସିହାରେ ଭାରତରେ ଲାଗୁ ହୋଇଥିବା ଜରୁରୀକାଳିନ ପରିସ୍ଥିତି ଉପରେ ଆଧାରିତ କାହାଣୀ ନେଇ ଆସୁଥିବା ଏମରଜେନ୍ସି’ ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ଏହି ସିନେମାରେ କଙ୍ଗନା ଅଭିନୟ କରିବା ସହିତ ନିର୍ଦ୍ଦେଶନା  ବି ଦେଇଥିବା ଜଣାପଡ଼ିଛି। ଅନେକ ଥର ବାତିଲ ହୋଇଥିବା ଏହି ସିନେମାର ରିଲିଜ ତାରିଖକୁ କଙ୍ଗନା ଘୋଷଣା କରି ଦେଇଛନ୍ତି।

କଙ୍ଗନା ଇନଷ୍ଟାଗ୍ରାମ ପୋଷ୍ଟରେ ନିଜର ସିନେମାର ନୂଆ ରିଲିଜ ତାରିଖ ଘୋଷଣା କରି ଲେଖିଛନ୍ତି, ‘୫୦ ତମ ବର୍ଷରେ ସ୍ବାଧୀନ ଭାରତର ଅନ୍ଧକାର ଅଧ୍ୟାୟ ସେପ୍ଟେମ୍ବର ୬ରେ ରିଲିଜ ହେବ। ଭାରତୀୟ ଗଣତନ୍ତ୍ର ଇତିହାସର ସବୁଠାରୁ ବିବାଦୀୟ ଅଧ୍ୟାୟର ଏହା ହେଉଛି ଏକ ବିସ୍ଫୋରକ କାହାଣୀ ।

କଙ୍ଗନାଙ୍କ ‘ଏମରଜେନ୍ସି’ ୨୦୨୪ ଡିସେମ୍ବର ୬ ତାରିଖରେ ରିଲିଜ ହେବ। ଏହା ପୂର୍ବରୁ ଏହି ସିନେମାର ରିଲିଜ ତାରିଖ ୨୦୨୩ ନଭେମ୍ବର ୨୪ ତାରିଖ ଘୋଷଣା ହୋଇଥିବା ବେଳେ  ପୁଣି ଘୁଞ୍ଚି ଯାଇ ୨୦୨୪ ଜୁନ ୧୪ ତାରିଖ ସ୍ଥିର ହୋଇଥିଲା। ତେବେ କଙ୍ଗନା ନିର୍ବାଚନକୁ ଓହ୍ଲାଇବା ହେତୁ ପୁଣିଥରେ ‘ଏମରଜେନ୍ସି’ର ରିଲିଜ ତାରିଖକୁ ଘୁଞ୍ଚା ଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button