IBN ଓଡ଼ିଶା ବ୍ୟୁରୋ

ଜୀବନ ନେଉଛି ଆଣ୍ଟିବାୟୋଟିକ୍! ମହାମାରୀଠାରୁ ବଡ଼ ବିପଦ ଆଣ୍ଟିବାୟୋଟିକ୍, ବର୍ଷକୁ ନେଉଛି ୫୦ ଲକ୍ଷ ଜୀବନ, ଜାଣନ୍ତୁ ପୁରା ଖବର

ଆଣ୍ଟିବାୟୋଟିକ୍ ଏହାକୁ ନେଇ ଆମ ମନରେ ଏକ ସକାରାତ୍ମକ ଭାବନା ଥାଏ ଯେ, ଏହାର ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଓ ରୋଗ ଜଲଦି ଭଲ ହୋଇଥାଏ । ଏହା ଅବଶ୍ୟ ଏକ ପ୍ରକାରର ସତ । ହେଲେ ଜାଣନ୍ତି କୌଣସି ଗୋଟିଏ ଜିନିଷର ବାରମ୍ବାର ବ୍ୟବହାର ଦ୍ଵାରା ଏହା ନିଜସ୍ଵ ଗୁଣ ହରାଇ ବିପରୀତ ଦିଗରେ କାମ କରିଥାଏ ।Antibiotics

ବର୍ତ୍ତମାନର ଚଳ ଚଞ୍ଚଳ ଜୀବନ ଶୈଳୀ ମଧ୍ୟରେ ଆମକୁ ନିଜ ଶରୀରର ରୋଗ ସହିତ ଲଢ଼ିବାକୁ ସମୟ ନାହିଁ । ତେଣୁ କରି ତ ସାଧାରଣ ଜ୍ଵର , ଥଣ୍ଡା , କାଶ ଆଦି ରୋଗ ହେବା ମାତ୍ରେ ଆମେ ଏହା ପାଇଁ ଆନ୍ଟିବାୟୋଟିକ୍ ଖାଇଥାଏ । ହେଲେ ଆମେ କେବେ ବି ଏହାର ନକରାତ୍ମକ ପ୍ରଭାବ କଥା ଭାବି ନ ଥାଏ ।

ତେବେ ଆସନ୍ତୁ ଜାଣିବା ବାରମ୍ବାର ଆନ୍ଟିବାୟୋଟିକ୍ ର ବ୍ୟବହାର ସେବନ ଫଳରେ କେଉଁ ସବୁ ସମସ୍ୟା ସୃଷ୍ଟି ହୋଇଥାଏ ।

* ଯକୃତ ଖରାପ୍ ହୋଇପାରେ ।

* ଫ୍ୟାଟି ଲିଭୟ ବଢି ଧୀରେ ଧୀରେ ସିରୋସିସ , ଫାଇବ୍ରୋସିସ ରୁ ବଦଳି ଯାଇଥାଏ ।

* ଶରୀରରୁ ଭଲ ଜୀବାଣୁ ଶେଷ ହୋଇ ଯାଆନ୍ତି ।

* ପେଟ ଦରଜ , ଡାଇରିଆ ଆଦି ହୋଇଥାଏ ।

* ମହିଳାଙ୍କ ଠାରେ ଭଜାଇନ୍ନାଲ ଇନ୍ ଫେକ୍ସନ୍ ଦେଖା ଦେଇଥାଏ ।

* କିଡନୀ ଖରାପ ହୋଇପାରେ ।

* ହଜମରେ ସମସ୍ୟା ଦେଖା ଦେଇପାରେ।

* ହାଡ଼ ଦୁର୍ବଳ ହୋଇଥାଏ ।

* ହୃଦ୍ ଘାତର ସମ୍ଭାବନା ବଢ଼ିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button