ପାଉଁଜି ଏବଂ ଝୁଣ୍ଟିଆ କୁ ଏପରି ପିନ୍ଧିଲେ ସ୍ଵାମୀ ଙ୍କ ଜୀବନ ରେ ମାଡି ଆସେ ବିପଦ – ଏବେ ହିଁ ଜାଣନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବାର କିଛି ନିୟମ ଅଛି । ତେବେ ଜାଣିବା ପାଦରେ କିପରି ଝୁଣ୍ଟିଆ ଓ ପାଉଁଜି ପିନ୍ଧିବା ଦ୍ୱାରା କଣ ଲାଭ ଓ କଣ କ୍ଷତି ହୋଇଥାଏ । ଭାରତୀୟ ମହିଳା ମାନଙ୍କ ପରିଧାନ ବିଶ୍ୱର ସବୁଠାରୁ ଭିନ୍ନ ଅଟେ । ଭାରତୀୟ ମହିଳା ମାନଙ୍କ ବେଷ ପୋଷାକ, ଶୃଙ୍ଗାର ବାହାର ଦେଶ ଠାରୁ ଅଲଗା ଅଟେ ।
ଜ୍ୟୋତିଷ ମତରେ ବିବାହିତ ମହିଳା ମାନେ ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ସକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ । ଏହାର ଭୁଲ ବ୍ୟବହାର ନକରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ । ପାଦରେ ଭୁଲ ଭାବେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିଲେ ଆପଣଙ୍କୁ ବରବାଦି ଆଡ଼କୁ ଟାଣି ଆଣିଥାଏ । ତେବେ ଜାଣିବା ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବାର ଲାଭ ଓ କ୍ଷତି ବିଷୟରେ ।
ପ୍ରଥମରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହିତ ମହିଳା ପିନ୍ଧିଥିବା ପାଉଁଜି ଓ ଝୁଣ୍ଟିଆ କୌଣସି ଚିହ୍ନା ଅଚିହ୍ନା ମହିଳା ଙ୍କୁ ଦିଅନ୍ତୁ ନାହିଁ । କାରଣ ଏହା କରିବା ଦ୍ୱାରା ଆପଣଙ୍କ ସ୍ୱାମୀ ଙ୍କ ସ୍ୱାସ୍ଥ୍ୟ ଓ ଆୟୁଷ ଉପରେ ପ୍ରଭାବ ପକାଇଥାଏ । ଏଣୁ ସ୍ୱାମୀ ଙ୍କର ଚରିତ୍ର କୁ ମଧ୍ୟ ପ୍ରଭାବିତ କରିଥାଏ ଏବଂ ଗୃହକୁ କଳହ, ଅଶାନ୍ତି ଓ ଦୁର୍ଦ୍ଦଶା ର ଆମନ୍ତ୍ରିତ କରିଥାଏ ।
ଦ୍ଵିତୀୟ ରେ ଏହା ମଧ୍ୟ ନିୟମ ଅଛି କି, ଯେ କୌଣସି ମହିଳା ପିନ୍ଧିଥିବା ପାଉଁଜି ର ଘୁଙ୍ଗୁର ର ଶବ୍ଦ ଯଦି ନ ବାହାରେ ତେବେ ଅଶୁଭ ମାନା ଯାଇଥାଏ । ଅଥବା ଭଙ୍ଗା ଫଟା ପାଉଁଜି ବା ଝୁଣ୍ଟିଆ ଏବଂ ଘୁଙ୍ଗୁର ଝଡ଼ି ପଡ଼ିଥିବା ପାଉଁଜି ତୁରନ୍ତ ବଦଳାଇ ଦେବା ଆବଶ୍ୟକ । କାରଣ ଯେଉଁ ପାଉଁଜି ରୁ ଶବ୍ଦ ନ ବାହାରେ ତେବେ ତାହା ଅଶୁଭ ହୋଇଥାଏ ।
ଏହା କହିବ କି ପାଉଁଜି ଏବଂ ଝୁଣ୍ଟିଆ ଫାଟିବା ଏବଂ ଛିଣ୍ଡିବା ନକରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ଏଥିପାଇଁ ତୁରନ୍ତ ଆପଣ ତାହାକୁ ଠିକ୍ କରି ଦିଅନ୍ତୁ । ଘୁଙ୍ଗୁର ର ଝୁଣ୍ଟିଆ ପିନ୍ଧିବା ଶୁଭ ଦାୟକ ହୋଇଥାଏ । ମାନ୍ୟତା ଅଛିକି ଘୁଙ୍ଗୁର ର ଶବ୍ଦ ହିଁ ସକରାତ୍ମକ ଶକ୍ତି କୁ ବଢ଼ାଇଥାଏ ଓ ଲକ୍ଷ୍ମୀ ଙ୍କର ଶୁଭ ଦୃଷ୍ଟି ମଧ୍ୟ ପଡ଼ିଥାଏ । ଗୃହରେ ଉନ୍ନତି ଦେଖା ଦେଇଥାଏ । ଘରକୁ ଦେବାଦେବୀ ଙ୍କର ଆଗମନ ହୋଇଥାଏ ।
ତୃତୀୟ ରେ ହେଉଛନ୍ତି ଯଦି କେଉଁଠି ବି ପାଉଁଜି ପଡ଼ିଥିବାର ଦେଖୁଛନ୍ତି ତେବେ ତାହା ଘରକୁ ଆଣନ୍ତୁ ନାହିଁ । କାରଣ ଏହା ତନ୍ତ୍ର ମନ୍ତ୍ର ର ପ୍ରୟୋଗ ହୋଇ ଥାଇପାରେ । ଯଦି ଆପଣଙ୍କୁ ଭୁଲରେ ବି ବାହାରେ ପଡ଼ିଥିବା ପାଉଁଜି ବା ଝୁଣ୍ଟିଆ ଘରକୁ ନେଇ ଆସନ୍ତି ତେବେ ଆପଣଙ୍କ ଘରେ କିଛି ବି ହୋଇପାରେ ।
ତେବେ ବିବାହିତା ନାରୀ ମାନଙ୍କୁ ଘରର ଲକ୍ଷ୍ମୀ ମାନାଯାଇଥାଏ । ତେଣୁ ଏମାନେ ଷୋଳ ଶୃଙ୍ଗାର ରେ ସଜେଇ ହେବା ମାନ୍ୟତା ଅଛି । ମଥାର ସିନ୍ଦୁର ଟୋପା ଠାରୁ ଆରମ୍ଭ କରି ପାଦର ପାଉଁଜି ଓ ଝୁଣ୍ଟିଆ ପର୍ଯ୍ୟନ୍ତ ଷୋଳ ଶୃଙ୍ଗାର ର ଏକ ଏକ ଅଂଶ ହୋଇଥାଏ । ତେଣୁ ମଥାର ସିନ୍ଦୁର, ହାତର ଚୁଡ଼ି, ଦେହରେ ଅନେକ ଗହଣାମାନ ପରିଧାନ କରିଥାନ୍ତି । ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ମହିଳା ମାନଙ୍କର ସୁନ୍ଦରତା ଆହୁରି ଆକର୍ଷିତ ହୋଇଥାଏ ।
ଏହା ପୁରୁଷ ମାନଙ୍କୁ ଆକର୍ଷିତ କରିଥାଏ । ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ଦେହର ହାଡ଼, ଶିରା ପ୍ରଶିରା ଏମିତି କି ଗର୍ଭାଶୟ ମଧ୍ୟ ମଜବୁତ୍ ହୋଇଥାଏ । ମହିଳା ମାନଙ୍କର ମାସିକ ଧର୍ମ ହୋଇଥାଏ । ରୁପାର ପାଉଁଜି ଓ ଝୁଣ୍ଟିଆ ସବୁଠାରୁ ଭଲ ହୋଇଥାଏ । ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ନକରାତ୍ମକ ଦୂର ହୋଇଥାଏ ।