IBN ଓଡ଼ିଶା ବ୍ୟୁରୋ

କ’ଣ ହେବ ଆପଣ ଯଦି ପ୍ରତିଦିନ ଆଲମଣ୍ଡ ଖାଇବେ ?

ପ୍ରତିଦିନ ଆଲମଣ୍ଡ ଖାଇବାର ଫାଇଦା ଜାଣନ୍ତୁ… ଆଲମଣ୍ଡ ଏକ ସୁପର ଫୁଡ୍ ହୋଇଥାଏ । ଆଲମଣ୍ଡରେ ପ୍ରୋଟିନ, ଫାଇବର, କର୍ପର, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ, ଭିଟାମିନ ଓ ବହୁତ ସାରା ହେଲଦି ଫ୍ୟାଟ ଏଥିରେ ଭରି ରହିଛି । ଆଲମଣ୍ଡ ଖାଇବାର ବହୁତ ସାରା ସ୍ଵାସ୍ଥଗତ ଫାଇଦା ରହିଛି । ଯଦି ପ୍ରତ୍ଯେକ ଦିନ ଆପଣ ଗୋଟିଏ ମାତ୍ର ଆଲମଣ୍ଡ ଖାଇବେ । ତେବେ ଆପଣଙ୍କୁ ସେଥିରୁ ବହୁତ ସାରା ହେଲଥ ବେନିଫିଟ୍ସ ମିଳିପାରିବ ।

ତେବେ ଆଲମଣ୍ଡରୁ ଆମ ଶରୀରକୁ ମିଳୁଥିବା ଫାଇଦା ଗୁଡିକ ବିଷୟରେ ଚାଲନ୍ତୁ ଏଠାରେ ଜାଣିବା । ଆଲମଣ୍ଡ ଖାଇବା ଦ୍ଵାରା ଆମର ଡାଇଜେସସିଷ୍ଟମ ଅଧିକ ଶକ୍ତିଶାଳୀ ହୋଇଥାଏ । ଆମେ ଯାହା ବି ଖାଦ୍ୟ ଖାଇଥାଉ । ତାହା ଶରୀରରେ ଭଲ ଭାବେ ହଜମ ହୋଇଯାଇଥାଏ । ଆଲମଣ୍ଡକୁ ସେବନ କରିବା ଦ୍ଵାରା ହାଡ ମଧ୍ୟ ମଜଭୁତ ବନିଥାଏ । ପ୍ରତ୍ଯେକ ଦିନ ଗୋଟିଏ ମାତ୍ରା ବତୁରା ଯାଇଥିବା ଆଲମଣ୍ଡ ଖାଇବା ଦ୍ଵାରା ଏହା ଶରୀରର ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ କରି ରଖିଥାଏ ।

ତେବେ ଆଲମଣ୍ଡ ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥିବାରୁ ଏହାକୁ ସୁପର ଫୁଡ୍ ବୋଲି କୁହାଯାଇଥାଏ । ବାଦାମର ଉପର ଭାଗରେ ଏକ ବାଦାମୀ ରଙ୍ଗର ଚୋପା ରହିଥାଏ । ଯାହା ବାଦାମକୁ ପ୍ରୋଟେକ୍ସନ କରି ରଖିଥାଏ । ବାଦାମକୁ ଖରାପ ହେବାକୁ ଦେଇନଥାଏ । ତେବେ ଆଲମଣ୍ଡକୁ ଖାଇବାର ସଠିକ ପ୍ରଣାଳୀ ବିଷୟରେ ଏଠାରେ ଜାଣି ରଖନ୍ତୁ । ରାତିରେ ଆଲମଣ୍ଡକୁ ପାଣିରେ ଭେଦାଇ ରଖନ୍ତୁ ।

ରାତି ସାରା ବାଦାମ ପାଣିରେ ଭେଦିବାକୁ ଛାଡି ଦିଅନ୍ତୁ । ସକାଳେ ଉଠି ବାଦାମର ଉପର ଭାଗର ଚୋପାକୁ ଛଡାଇ ବାଦାମକୁ ସେବନ କରନ୍ତୁ । କାରଣ ଚୋପା ଛଡାଇ ଆଲମଣ୍ଡ ଖାଇବା ଦ୍ଵାରା ତାହାର ବହୁତ ଅଧିକ ହେଲଥ ବେନିଫିଟ୍ସ ଆମ ଶରୀରକୁ ମିଳିପାରିଥାଏ । ତେବେ ଆଲମଣ୍ଡ ଖାଇବା ଦ୍ଵାରା ବଡିକୁ ମିଳୁଥିବା ସ୍ଵାସ୍ଥଗତ ଉପକାରୀତା ସମ୍ବଦ୍ଧରେ ଆସନ୍ତୁ ଆହୁରି ଅଧିକ ଜାଣିବା ।

ଏହା ଶରୀରର କୋଲେଷ୍ଟ୍ରଲକୁ କମାଇ ଥାଏ । ହାର୍ଟକୁ ସୁସ୍ଥ ରଖିଥାଏ । ବ୍ଲଡ଼ସୁଗାରକୁ ନିୟନ୍ତ୍ରିତ କରି ରଖିଥାଏ । ଏହା ଓଜନ କମେଇବାରେ ମଧ୍ୟ ହେଲ୍ପ କରିଥାଏ । ଆଲମଣ୍ଡ ଖାଇବା ଦ୍ଵାରା ଦ୍ରୁଷ୍ଟିଶକ୍ତି ମଧ୍ୟ ଭଲ ରହିଥାଏ । ହେୟାର ଓ ସ୍କିନର ହେଲଥ ମଧ୍ୟ ଏହି ଆଲମଣ୍ଡ ଖାଇବା ଦ୍ଵାରା ଭଲ ରହିଥାଏ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର ମଧ୍ୟ କରି ଦିଅନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button