ମେଡିକାଲ କଲେଜରେ ନାମ ଲେଖାଇବାକୁ ୧୮ଲକ୍ଷ ୫୦ ହଜାର ଟଙ୍କା ଠକେଇ – Ibnodisha

[ad_1]
କଟକ: ମେଡିକାଲ କଲେଜର ମ୍ୟାନେଜମେଣ୍ଟ କୋଟାରେ ନାମଲେଖାଇବାର ପ୍ରଲୋଭନ ଦେଖାଇ ୧୯ ଲକ୍ଷ ଟଙ୍କାର ଠକେଇର ମାଷ୍ଟର ମାଇଣ୍ଡକୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବିଷ୍ଣୁପୁର ଥାନା ଅଞ୍ଚଳରୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ଶୁଭାଶିଷ ପତି । ସେ ଗତ ୩ ବର୍ଷ ଧରି ପୁଲିସ ଆଖିରେ ଧୂଳି ଦେଇ ଗିରଫଦାରୀରୁ ବର୍ତ୍ତିବା ପାଇଁ ଳୁଚି ବୁଲୁଥିଲେ । ମାତ୍ର ତାଙ୍କ ଯୋଜନା ଶେଷରେ ଫେଲ୍ ମାରିଛି । ମାମଲାର ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ବିନୋଦ କୁମାର ନାମକ ବ୍ୟକ୍ତି ୨୦୧୫-୧୬ ମସିହାରେ ୧୮ଲକ୍ଷ ୫୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । ତାଙ୍କ ପୁଅର ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ସହଯୋଗ କରିବାକୁ ତାଙ୍କୁ ୩ ଜଣ ବ୍ୟକ୍ତି ପ୍ରତିଶ୍ରୁତି ଦେଇଥିଲେ । ବାଙ୍ଗାଲୋର କିମ୍ବା ଭୁବନେଶ୍ୱରର କୌଣସି ଏକ ଖ୍ୟାତନାମା ମେଡିକାଲ କଲେଜରେ ମ୍ୟାନେଜମେଣ୍ଟ କୋଟା ସିଟ୍ ଜରିଆରେ ନାମ ଲେଖା ନିମନ୍ତେ ସେମାନେ କହିଥିଲେ ।
ହେଲେ ସେମାନେ ପ୍ରତିଶ୍ରୁତି ରକ୍ଷା କରିପାରି ନଥିଲେ । ଏହାପରେ ସେମାନେ ନେଇଥିବା ଟଙ୍କା ଫେରସ୍ତ ପାଇଁ ଏକ ଚେକ୍ ବିନୋଦ କୁମାରଙ୍କୁ ପ୍ରଦାନ କରିଥିଲେ । ମାତ୍ର ଉକ୍ତ ଚେକ୍ ବାଉନ୍ସ ହୋଇଯାଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ୨୦୧୯ ଡିସେମ୍ବର ୧୬ ତାରିଖରେ କେସ୍ ନଂ ୧୯/୨୦୧୯ରେ ଦଫା ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦-ବି ଓ ୩୪ ଆଇପିସି ରୁଜୁ କରିଥିଲା । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ରଘୁନାଥ ବେହେରା ଓ ସୌମ୍ୟକାନ୍ତ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଘଟଣାର ମାଷ୍ଟର ମାଇଣ୍ଡ ମୁଖ୍ୟ ଅଭିଯୁକ୍ତ ଶୁଭାଶିଷ ପତି ଗତ ୩ ବର୍ଷ ଧରି ଫେରାର ଥିଲେ ।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ଇନିସ୍ପେକ୍ଟର ଦେବୀ ପ୍ରସାଦ ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ପଶ୍ଚିମବଙ୍ଗର ବିଷ୍ଣୁପୁର ଥାନା ଅଞ୍ଚଳରେ ଚଢ଼ାଉ କରି ଶୁଭାଶିଷଙ୍କୁ ଗିରଫ କରିଥିଲା । ସ୍ଥାନୀୟ ଆଲିପୁର ଅତିରିକ୍ତ ସିଜେଏମ୍ଙ୍କ କୋର୍ଟରେ ତାଙ୍କୁ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଖୁବ୍ ଶୀଘ୍ର ଓଡ଼ିଶାରେ ପହଞ୍ôଚବ । ଭୁବନେଶ୍ୱରର କେଉଁ ମେଡିକାଲ୍ କଲେଜରେ ମ୍ୟାନେଞ୍ଜମେଣ୍ଟ କୋଟାରେ ଆଡ୍ମିଶନ କରିବା ପାଇଁ ଅର୍ଥକାରବାର କରାଯାଉଛି ତାର ଛାନ୍ଭିନ କରାଯିବ । ଏଥିସହ ମୁଖ୍ୟ ଅଭିଯୁକ୍ତଙ୍କ ଓଡ଼ିଶାରେ ରହିଥିବା ଅନ୍ୟ ଅପରାଧିକ କାର୍ଯ୍ୟକଳାପ ବିଷୟରେ କ୍ରାଇମବ୍ରାଞ୍ଚ ତନାଘନା କରୁଥିବା ସୂଚନା ମିଳିଛି ।
[ad_2]