IBN ଓଡ଼ିଶା ବ୍ୟୁରୋ

ଠିକରେ ଶୁଭୁନଥିଲେ କ’ଣ କରିବେ ? ଶ୍ରବଣ ଶକ୍ତି ହ୍ରାସ ପାଇବାର କାରଣ, ଲକ୍ଷଣ ଓ ଚିକିତ୍ସା

ପିଲା ଠାରୁ ନେଇ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ବେଳେବେଳେ କାନକୁ ଠିକ ଭାବେ ଶୁଭାଯାଇନଥାଏ । ତେବେ ଏହା କଣ ଏକ କାନ ସମସ୍ଯା ହୋଇପାରେ । ନା କିଛି ଖରାପ ଅଭ୍ଯାସ କାରଣରୁ କାନର ଶୁଣିବା କ୍ଷମତା ଧୀରେ ଧୀରେ ହ୍ରାସ ପାଇଥାଏ । ତେବେ ଏହି ସମ୍ପର୍କରେ ଚାଲନ୍ତୁ ବିସ୍ତ୍ରୁତ ଭାବେ ଆଲୋଚନା କରିବା । କାନକୁ ଠିକ ଭାବେ ନଶୁଭିବାର ବହୁତ ଗୁଡିଏ କାରଣ ରହିଛି । ଅନେକ ସମୟରେ ଜନ୍ମ ହୋଇଥିବା ଛୁଆଙ୍କୁ ଶୁଭିନଥାଏ । ଯାହାକୁ ଜନ୍ମଗତ ହିଅରିଂ ଲସ୍ ବୋଲି କୁହାଯାଇଥାଏ ।

ବୟସ ବଢିବା ସହ ଧୀରେ ଧୀରେ ବିଭିନ୍ନ ପ୍ରକାର କାରଣଊ କାନରେ ଇନଫେକସନ ହୋଇଯାଇଥାଏ । ଯାହାଫଳରେ କାନର ପରଦା ସେଥିରେ ସଂକ୍ରମଣ ହୋଇ କଣା ହୋଇଯାଇଥାଏ । ଏହାଦ୍ଵାରା କାନରୁ ପାଣି ବାହାରିବା ସହ ଶୁଣିବା ଶକ୍ତି କମିଯାଇଥାଏ । ବେଳେବେଳେ କାନର ପରଦା ଠିକ ଥାଇ ମଧ୍ୟ ପଛ ପଟେ ପାଣି ଜମିଥାଏ । ଅଧିକ ଥଣ୍ଡା କି ଆଲର୍ଜି ହେବା ଦ୍ଵାରା ମଧ୍ୟ କାନର ଶୁଣିବା ଶକ୍ତି ହ୍ରାସ ପାଇଥାଏ । ଡାଇବେଟିସ ଥିଲେ ନର୍ଭ ଦୁର୍ବଳ ହୋଇ କାନକୁ ଠିକ ରେ ଶୁଣାଯାଇନଥାଏ ।

ଅଧିକ ବୟସ ହେବା ଦ୍ଵାରା ମଧ୍ୟ କାନର ଶୁଣିବା ଶକ୍ତି ହ୍ରାସ ପାଇଥାଏ । ତେବେ ଏହି ସବୁ କାରଣ ଜନିତ ଶୁଣିବା ଶକ୍ତି ଧୀରେ ଧୀରେ କମିବାକୁ ଲାଗିଥାଏ । ତେବେ କାନର ଶୁଣିବା ଶକ୍ତି ହ୍ରାସ ପାଇଲେ । ଏହାଦ୍ବାରା ଦୂରରେ ଯିଏ କଥା ହେଉଥାନ୍ତି ତାହା ବ୍ୟକ୍ତିକୁ ଠିକ ଭାବେ ଶୁଣାଯାଇନଥାଏ । 25 ଡେସିବଲ ପର୍ଯ୍ୟନ୍ତ ଶୁଣିବା ଶକ୍ତି ନର୍ମାଲ ରହିଥାଏ । 25 ଡେସିବଲରୁ ଅଧିକ ରହିଲେ ଶୁଣିବା ଶକ୍ତି କମିଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button