IBN ଓଡ଼ିଶା ବ୍ୟୁରୋ

କୁକୁର ସମ୍ବନ୍ଧୀୟ ୧୦ ଗୋଟି ଶୁଭ ଓ ଅଶୁଭ ସଂକେତ,ହୁଏତ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ପ୍ରାଚୀନ କାଳ ଠାରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ଶୁଭ ଓ ଅଶୁଭ କଥା ଶୁଣିବାକୁ ମିଳୁଛି। ଆମର ଦୈନନ୍ଦିନ ଜୀବନରେ କିଛି ଏଭଳି ସଂକେତ ମିଳିଥାଏ, ଯାହାକୁ ଆମେ ଶୁଭ ବା ଅଶୁଭ ବୋଲି ବିବେଚନା କରିଥାଉ। ସେହିପରି କୁକୁର ତାର ବ୍ୟବହାରରେ ଶୁଭ ବା ଅଶୁଭ ସଂକେତ ଦେଇଥାଏ। କିନ୍ତୁ ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କୁକୁରକୁ ଯମର ଦୂତ ବୋଲି କୁହାଯାଇଛି। ଶନି, ରାହୁ, କେତୁର ନକାରାତ୍ମକ ଦୃଷ୍ଟିରୁ ସମସ୍ତେ ବଞ୍ଚିତ ହେବାକୁ ଚାହିଁଥାନ୍ତି। କାରଣ ଏହି ତିନୋଟି ଗ୍ରହର କୁଦ୍ରୁଷ୍ଟି ପଡ଼ିଲେ, ବ୍ୟକ୍ତି ଧନୀରୁ ଦରିଦ୍ର ହୋଇ ଯାଇଥାଏ। ଏହି ଅଶୁଭ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଆପଣ କୁକୁରର ସେବା କରନ୍ତୁ। ଏହାଦ୍ବାରା ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ। ଘରେ କଳା କୁକୁର ଆଣି ପାଳିବା ଆବଶ୍ୟକ। ଏହାଦ୍ବାରା ନକାରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରେ ନାହିଁ।

ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଆପଣ କଳା କୁକୁରକୁ ରୁଟିରେ ସୋରିଷ ତେଲ ଲଗାଇ ଖାଇବାକୁ ଦିଅନ୍ତୁ। ମାନ୍ୟତା ରହିଛି କି ରାତିରେ ଘର ବାହାରେ କୁକୁର ବୋବେଇବା ଦ୍ଵାରା କୌଣସି ଅଶୁଭ ଘଟଣାର ସଂକେତ ମିଳିଥାଏ। କୁକୁର ବହୁତ ବିଶ୍ଵସ୍ତ ହୋଇଥାନ୍ତି, ଯଦି ଆପଣ ଭୋଜନ କରୁଥିବା ସମୟରେ କୁକୁର କାନ୍ଦେ ତାହେଲେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। କୁହାଯାଏ କି, ସକାଳ ସମୟରେ କୁକୁର କାନ୍ଦିଲେ, ସେହିଦିନ କୌଣସି ଜରୁରୀ କାର୍ଯ୍ୟ କରିବା ଉଚିତ ନୁହେଁ।

ଯଦି ଆପଣ କୌଣସି କାର୍ଯ୍ୟରେ ଘରୁ ବାହାରିଛନ୍ତି ଏବଂ ଆପଣ ପାଳିଥିବା କୁକୁର ଆପଣଙ୍କୁ ଅଟକାଉଛି, ତାହେଲେ ଆପଣଙ୍କୁ ସେହି କାର୍ଯ୍ୟ ପାଇଁ ବାହାରକୁ ଯିବା ଉଚିତ ନୁହେଁ। ଯଦି କୁକୁର ଭୂମି ଉପରେ ବାରମ୍ବାର ମୁଣ୍ଡ ଗଡାଇବା ଭଳି ହୋଇଥାଏ, ତାହେଲେ ସେହି ଭୂମି ଉପରେ ଧନଭଣ୍ଡାର ରହିଥିବାର ସମ୍ଭାବନା ରହିଥାଏ। ଯଦି କୁକୁର ଆପଣଙ୍କ ସହିତ ଯିବାକୁ ଲାଗେ ବା ଆପଣଙ୍କ ସହିତ ଛିଡା ହୋଇଯାଏ, ତାହେଲେ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସଂକେତ ମିଳିଥାଏ। ଯଦି କୌଣସି ରୋଗୀର ଛାତି ଉପରେ କୁକୁର ଚାଟି ଦେଇଥାଏ, ତାହେଲେ ଗୋଟେ ସପ୍ତାହ ମଧ୍ୟରେ ସେହି ବ୍ୟକ୍ତିର ମୃତ୍ୟୁ ହୋଇ ଯାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button