IBN ଓଡ଼ିଶା ବ୍ୟୁରୋ

ଚାଣକ୍ୟ ନୀତି : ଏହି ୩ ଟି ଲୋକଙ୍କ ଉପରେ ସର୍ବଦା ରହିଥାଏ ଦେବୀ ଲକ୍ଷ୍ମୀଙ୍କ କୃପା। କେବେ କିଛି ଅଭାବ ରହେ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ନିଜ ଜୀବନରେ ପାଇଥିବା ଅନୁଭବ ଗୁଡ଼ିକୁ ଏକ ପୁସ୍ତକ ‘ ଚାଣକ୍ୟ ନୀତି’ ରେ ଉପସ୍ଥାପନ କରି ଥିଲେ। ଚାଣକ୍ୟର ନୀତି ଗ୍ରନ୍ଥରେ ମନୁଷ୍ୟ ପାଇଁ ଅନେକ ନୀତିର ଉଲ୍ଲେଖ କରାଯାଇଛି। ଯଦି ମନୁଷ୍ୟ ନିଜ ଜୀବନକାଳ ମଧ୍ୟରେ ଏହି ନୀତିକୁ ଅନୁସରଣ କରେ ତାହେଲେ ବ୍ୟକ୍ତିର ଜୀବନ ସୁଖମୟ ରହିଥାଏ । ଚାଣକ୍ୟ ନୀତିରେ କିଛି ଏଭଳି ବିଷୟରେ କୁହାଯାଇଛି, ଯାହାକୁ ଆପଣେଇବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ। ବ୍ୟକ୍ତିର ଜୀବନରେ କେବେ ଧନହାନୀ ହୋଇ ନଥାଏ।

ପରିଶ୍ରମ କରୁଥିବା ଲୋକ –

ଚାଣକ୍ୟ ନୀତି ଅନୁସାରେ କହିବାକୁ ଗଲେ ଦେବୀ ଲକ୍ଷ୍ମୀ ପରିଶ୍ରମୀ ଲୋକଙ୍କ ଉପରେ ଅଧିକ ଖୁସି ରହିଥାନ୍ତି। ପରିଶ୍ରମ କରୁଥିବା ଲୋକେ ନିଜ ବଳରେ ଆଗକୁ ବଢିବା ପାଇଁ ପ୍ରୟାସ କରି ଥାନ୍ତି। ସେହି ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥାଏ। ଏହାର ବିପରୀତ ଯେଉଁ ଲୋକେ ପରିଶ୍ରମ କରନ୍ତି ନାହିଁ ଏବଂ ଆଶା ରଖିଥାନ୍ତି କି ବସି ବସି ଅଧିକ ଧନ ଉପାର୍ଜନ କରିବାକୁ ଚାହିଁଥାନ୍ତି, ସେଭଳି ଲୋକେ କେବେ ଧନୀ ହୋଇ ପାରନ୍ତି ନାହିଁ।

ସଚ୍ଚୋଟ ଲୋକେ –

ଚାଣକ୍ୟ ନୀତି ଅନୁସାରେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ କେବଳ ସଚ୍ଚୋଟ ଲୋକଙ୍କ ଉପରେ ରହିଥାଏ। ଯେଉଁମାନେ ଅନ୍ୟମାନଙ୍କୁ ଠକି ଧନ ଉପାର୍ଜନ କରିଥାନ୍ତି, ସେମାନଙ୍କ ପାଖକୁ ଧନ ଆସିଯାଏ କିନ୍ତୁ ଅଧିକ ସମୟ ଧରି ରହି ନଥାଏ।

ସତ ମାର୍ଗ ଆପଣେଇ ଚାଲୁଥିବା ଲୋକ –

ଚାଣକ୍ୟ ନୀତି ଅନୁସାରେ କହିବାକୁ ଗଲେ ଯେଉଁ ଲୋକ ସତ୍ୟର ମାର୍ଗ ରେ ଚାଲି ଥାଆନ୍ତି , ସେହି ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥାଏ। ଯେଉଁ ଲୋକ ମାନବତ୍ଵର ଧର୍ମ ତୁଲାଇ ଥାଏ, ସେହି ବ୍ୟକ୍ତି ଉପରେ ଦେବୀ ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ରହିଥାଏ। ଏମାନେ କେବେବି ଆର୍ଥିକ ସଙ୍କଟ ଦେଇ ଗତି କରି ନଥାନ୍ତି। ଏମାନଙ୍କ ଜୀବନରେ ଶାନ୍ତି ରହିଥାଏ ଏବଂ ଧନଲାଭ ହୋଇଥାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button