IBN ଓଡ଼ିଶା ବ୍ୟୁରୋ

ନିଜ ପର୍ସରେ ରଖନ୍ତୁ କେବଳ ଗୋଟିଏ ତୁଳସୀ ପତ୍ର ଓ ତା’ ପରେ ଦେଖନ୍ତୁ କମାଲ- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଉପାୟ ସମ୍ବନ୍ଧରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳି ଯିବ । ସର୍ବଦା ନିଜ ପର୍ସ ରେ ତୁଳସୀ ର ଏକ ପତ୍ର ରଖନ୍ତୁ ।

ଆପଣ ଦେଖିବେ ଯେ ଆପଣଙ୍କ ଜୀବନ ରେ କେବେବି ଟଙ୍କା ର ଅଭାବ ରହିନାହିଁ ଏବଂ ଏହା ସହିତ କୌଣସି ଅନାବଶ୍ୟକ ବା ଅନୀତି କାର୍ଯ୍ୟ ରେ ମଧ୍ୟ ଟଙ୍କା ଖର୍ଚ୍ଚ ହେବ ନାହିଁ । ବାସ୍ତୁଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେ ତୁଳସୀ ବୃକ୍ଷ ହେଉଛି ସବୁଠାରୁ ପବିତ୍ର ଏବଂ ଏହା ଦେବୀ ଲକ୍ଷ୍ମୀ ଙ୍କ ସ୍ୱରୂପ ଅଟେ । ତୁଳସୀ ବୃକ୍ଷ କୁ ଘରେ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ।

ଏହି ବୃକ୍ଷ ଘରେ ଲଗାଇବା ଦ୍ୱାରା କୌଣସି ସମସ୍ୟା ଆସିନଥାଏ ଏବଂ ଏହା କୌଣସି ପ୍ରକାର ନକରାତ୍ମକ ଉର୍ଜା ର ସୃଷ୍ଟି ହେବାକୁ ଦେଇନଥାଏ । ମାତା ଲକ୍ଷ୍ମୀ ର ସ୍ୱରୂପ ତୁଳସୀ ର ପତ୍ରକୁ ଯଦି ଆପଣ ନିଜ ପର୍ସ ରେ ରଖୁଛନ୍ତି ତେବେ କେବେବି ଆପଣଙ୍କ ପର୍ସ ଶୂନ୍ୟ ରହିବ ନାହିଁ ଏବଂ ଧନର ଅଭାବ ନାହିଁ । ଏହାସହିତ ମାତା ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ତୁଳସୀ ପତ୍ର ସହିତ କେଉଁ ଉପାୟ କରିବା ଦ୍ୱାରା ଧନର ଅଭାବ ରହିବ ନାହିଁ ।

ବନ୍ଧୁଗଣ ପ୍ରଥମେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ,ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ପତ୍ରକୁ କେବେବି ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ରବିବାର ରେ ତୋଳିବେ ନାହିଁ । ଏହା ସହିତ ବୁଧବାର, ଶୁକ୍ରବାର ଓ ଶନିବାର ଦିନ ତୁଳସୀ ପତ୍ର ତୋଳି ପାରିବେ । ଏହି ଉପାୟ ର ଅନ୍ୟ ଏକ ସର୍ତ୍ତ ମଧ୍ୟ ରହିଛି । ତାହା ହେଉଛି ଯେ, ଆପଣଙ୍କ ପର୍ସ ଯେପରି କଳା ରଙ୍ଗର ନ ହୋଇଥିବା ଆବଶ୍ୟକ । ଆସନ୍ତୁ ଜାଣିବା ଏହି ଉପାୟ ର ବିଧି ବିଧାନ ସମ୍ବନ୍ଧରେ ।

ତେବେ ବନ୍ଧୁଗଣ ଆପଣ ସକାଳୁ ଉଠି ସ୍ନାନ କରିବା ପରେ, ଆପଣ ତୁଳସୀ ବୃଷ ମୂଳରେ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ସମୟରେ ୧୦୮ ଥର ରାମନାମ ଜପ କରନ୍ତୁ ଏବଂ ତୁଳସୀ ପତ୍ରକୁ ତୋଳି ଆଣନ୍ତୁ । ଯେତେବେଳେ ଆପଣ ତୁଳସୀ ପତ୍ର ତୋଳିବେ ସେତେବେଳେ ଆପଣ ନିଜ ହାତମୁଠା କୁ ବନ୍ଦ କରି ୨୧ ବା ୧୦୮ ଥର ରାମନାମ ଜପ କରନ୍ତୁ ଏବଂ ସେହି ତୁଳସୀ ପତ୍ରକୁ ଆଣି ଆପଣ ନିଜ ପର୍ସ ରେ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।

ବନ୍ଧୁଗଣ ଆପଣ ଦେଖିବେ ଯେ,ଏହି ଉପାୟ କରିବା ପରେ କେବେବି ଆପଣଙ୍କ ଜୀବନ ରେ ଧନର ଅଭାବ ରହିବ ନାହିଁ ଏବଂ ଆପଣଙ୍କ ପର୍ସ ସର୍ବଦା ପୂର୍ଣ ରହିବ । ଏହାସହିତ ଆପଣଙ୍କ ଟଙ୍କା କେବେବି କୌଣସି ଅନାବଶ୍ୟକ ବା ଅନୀତି କାର୍ଯ୍ୟ ରେ ଖର୍ଚ୍ଚ ହେବ ନାହିଁ । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଉପାୟଟି କୁ ଅବଲମ୍ବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button