IBN ଓଡ଼ିଶା ବ୍ୟୁରୋ

ବାରମ୍ବାର ପାଟି ‘ଘା’ (Mouth ulcers) ହେଉଛି କି? ତେବେ ଏହି ଘରୋଇ ଉପଚାର ଦ୍ଵାରା କରନ୍ତୁ ସମ୍ପୂର୍ଣ୍ଣ ଠିକ…

ପାଟି ଭିତରେ, ଜିଭରେ କିମ୍ବା ଭିତର ଓଠରେ ‘ଘା’ ହେଲେ ତାହାକୁ ପାଟି ଧରିବା କିମ୍ବା ପାଟିରେ ଚ୍ଛାଲି(Mouth ulcers) କୁହାଯାଏ। ଏହାଦ୍ବାରା ଯେକୌଣସି ଖାଦ୍ୟ ଖାଇବାରେ ଯନ୍ତ୍ରଣା ଅନୁଭୂତ ହୁଏ । ଏହା ଏକ ସାଧାରଣ ସମସ୍ୟା ଅଟେ । ଏହା କାହିଁକି ହୁଏ ? ଏହାର ସମାଧାନର ଘରୋଇ ଉପଚାର ଆସନ୍ତୁ ଜାଣିବା ।

ପାଟି ଧରା (Mouth ulcers) ହେବାର କାରଣ :

  • ଖାଇବା ସମୟରେ ଜିଭ କିମ୍ବା ଗାଲକୁ କାମୁଡ଼ି ଦେଲେ, ଖଣ୍ଡିଆ ହୋଇ ପାଟି ଘା ହୋଇଥାଏ ।
  • ଅମ୍ଳଯୁକ୍ତ ଖାଦ୍ୟ, ଖଟା, ମିଠା ଖାଦ୍ୟ ଖାଇବା ଯେପରିକି ଚକୋଲେଟ୍, ମସଲାଯୁକ୍ତ ଖାଦ୍ୟ, କଫି, କଦଳୀ, ବାଦାମ, ଷ୍ଟ୍ରବେରି, ପନିର, ଟମାଟୋ ଗହମ ଏବଂ ମଇଦା ଭଳି ଖାଦ୍ୟ ଖାଇବା ଦ୍ୱାରା ବେଳେ ବେଳେ ପାଟି ଧରା ହୋଇଯାଏ।
  • ସୋଡିୟମ୍, ସଲଫେଟ ଅଧିକ ପରିମାଣରେ ଥିବା ଟୁଥପେଷ୍ଟ କୁ ବ୍ୟବହାର କରିବା ଦ୍ୱାରା ପାଟି ଭିତରେ ଘା ହୋଇ ଥାଏ ।
  • ଭିଟାମିନ୍ ବି 12 ର ଅଭାବ ପ୍ରାୟତଃ ରକ୍ତହୀନତା ସହିତ ଜଡିତ ହୋଇଥାଏ, ଏବଂ ପାଟି ଧରା ଲକ୍ଷଣ ମଧ୍ୟ ଦେଖାଦିଏ ।

ପାଟି ଧରିବା କିମ୍ବା ପାଟିରେ ଚ୍ଛାଲି (Mouth ulcers) ର ଘରୋଇ ଉପଚାର :

ଲୁଣ ପାଣି :

ଲୁଣ ପାଣିରେ ପାଟି ଧୋଇବା ଏକ ଘରୋଇ ଉପଚାର ଅଟେ ।
୨ କପ୍ ଉଷୁମ ପାଣିରେ 1 ଚାମଚ ଲୁଣ ମିଶାନ୍ତୁ। ଏହି ପାଣି କୁ ପାଟିରେ 15 ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ରଖନ୍ତୁ, ତାପରେ ଏହାକୁ ଥୁମ୍ପି ଦିଅନ୍ତୁ । ଆବଶ୍ୟକ ଅନୁଯାୟୀ ପ୍ରତି କିଛି ଘଣ୍ଟାରେ ପୁନରାବୃତ୍ତି କରନ୍ତୁ।

ମହୁ :

ମହୁରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ କ୍ଷମତା ଥାଏ । ତେଣୁ କୌଣସି ଘା ର ଯନ୍ତ୍ରଣା, ଆକାର ହ୍ରାସ କରିବାରେ ମହୁ ପ୍ରଭାବଶାଳୀ ଅଟେ । ଏହା ବ୍ୟତୀତ ସଂକ୍ରମଣ ରୋକିବାରେ ମଧ୍ୟ ସାହାଯ୍ୟ କରିପାରେ । ପ୍ରତିଦିନ ଚାରିଥର ଘା’ରେ ମହୁ ଲଗାନ୍ତୁ ।

ନଡିଆ ତେଲ :

ଅନୁସନ୍ଧାନରୁ ଜଣାପଡିଛି ଯେ ନଡ଼ିଆ ତେଲରେ ଆଣ୍ଟିମାଇକ୍ରୋବାୟଲ୍ ଦକ୍ଷତା ରହିଛି। ଏହା ଜୀବାଣୁ ଦ୍ବାରା ସୃଷ୍ଟି ହୋଇଥିବା ଘା’କୁ ଭଲ କରିପାରେ ଏବଂ ବିସ୍ତାରରୁ ରକ୍ଷା କରିଥାଏ। ନଡିଆ ତେଲ ମଧ୍ୟ ଏକ ପ୍ରାକୃତିକ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଏବଂ ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ବହୁତ ଭଲ ଘରୋଇ ଉପଚାର ଅଟେ।

ଭିଟାମିନ୍ ବି -12 :

ଯଦି ଆପଣଙ୍କର ଖାଦ୍ୟରେ ଭିଟାମିନ୍ ବି -12 କମ୍ ଥାଏ ତେବେ ଆପଣଙ୍କ ପାଟି ଧରା (Mouth ulcers)ର ସମସ୍ୟା ହୋଇଥାଏ। ମାଛ, ମାଂସ, ଅଣ୍ଡା ଇତ୍ୟାଦି ରେ ପ୍ରଚୁର ପରିମାଣରେ ଭିଟାମିନ ବି 12 ଥାଏ ।

ଘିଅ :

ଘିଅ କୁ ଅଳ୍ପ ଗରମ କର, ସେହି ଉଷୁମ ଘିଅ କୁ ପାଟି ଘା ରେ ଲଗାଇଲେ, ଘା ବା ପାଟି ଧରା ଠିକ ହୋଇଯାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button