IBN ଓଡ଼ିଶା ବ୍ୟୁରୋ

ଚଉଠି ରାତି ପରେ ଶାଶୁ ଘର ଛାଡ଼ି ପଳାଇଲା ନୂଆ ବୋହୂ, କାରଣ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ଚଉଠି ରାତି ସରୁ ସରୁ ଶାଶୁ ଘର ଛାଡ଼ି ପଳାଇଲେ ଯୁବତୀ ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ମାଧପୁର ଗ୍ରାମରେ। ବିବାହ ର ମାତ୍ର ପାଞ୍ଚ ନ ପୁରୁଣୁ ଶାଶୁ ଘର ଛାଡ଼ି ପଳାଇ ଯାଇଛି ଏହି ଯୁବତୀ।

ଏହି ଖବର ମୁତାବକ ମିତ୍ରପୁର ଅଞ୍ଚଳ ମର୍ଦରାଜପୁର ଗ୍ରାମର ଗୌତମଙ୍କ ଝିଅ ମୋନାଲିସା ମାଧପୁର ଗ୍ରାମର ବିହାରୀ ବେହେରାଙ୍କ ପୁଅ ଶମ୍ଭୁନାଥଙ୍କୁ ବିବାହ କରିଥିଲେ। କିନ୍ତୁ ଚତୁର୍ଥୀ ପୂଜା ପରେ କୌଣସି କାରଣ ରୁ ବର ଏବଂ କନ୍ୟା ମଧ୍ୟରେ ଝଗଡା ହୋଇଥିଲା। ଏହା ପରେ କନ୍ୟା ଜଣଙ୍କ ଶାଶୁ ଘରେ ରହିବାକୁ ରାଜି ହୋଇନଥିଲେ। ଯାହା ଫଳରେ ଝିଅର ବାପା ଏବଂ ମାଙ୍କୁ ଡାକି ଘଟଣା ର ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ଯୁବତୀ ଜଣଙ୍କ ସେଠାରେ ରହିବାକୁ ରାଜି ହୋଇନଥିଲେ ଏପରିକି ବାପ ଘରକୁ ନ ଛାଡିଲେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଧମକ ଚମକ ଦେଇଥିଲେ।

କିନ୍ତୁ ନିଜ ଭିତରେ କୌଣସି ଆପୋଷ ସମାଧାନ ନ ହେବାରୁ ବର ପକ୍ଷ ଲୋକେ କନ୍ୟା ର ବାପା ଓ ମାଙ୍କୁ ଅଟକ ରଖିଥିଲେ। ଏହାର ଫାଇଦା ନେଇ ଯୁବତୀ ଜଣଙ୍କ ଶାଶୁଘରୁ ଫେରାର ହୋଇଯାଇ ପୋଲିସ ଥାନାରେ ଏକ ଏତଲା ଦେଇଥିବା ଜଣା ପଡ଼ିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button