IBN ଓଡ଼ିଶା ବ୍ୟୁରୋ

Vastu Tips- ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କଣ ସୂଚନା ମିଳେ ?

ବନ୍ଧୁଗଣ ବର୍ତ୍ତମାନ ସମୟରେ ଦୁନିଆର ପ୍ରତେକ ଲୋକ ନୂଆ ନୂଆ ଟେକ୍ନୋଲୋଜି ସହିତ ଚଳି ଆସୁଛନ୍ତି । କିନ୍ତୁ ଆମେ ଆମର ପୁରାଣ ଶାସ୍ତ୍ର କୁ ଏବଂ ବାସ୍ତୁ ଶାସ୍ତ୍ରକୁ କେବେ ବି ଭୁଲିବା ନାହିଁ । ପୁରାଣ ଶାସ୍ତ୍ର ଅନୁଯାୟୀ ମାନବ ଜୀବନରେ ଥିବା ଦୁଃଖ ସୁଖ, ଭଲ ମନ୍ଦ ଯାହା ବି ଘଟଣା ଘଟିଥାଏ ତାହା ସବୁବେଳେ ସମୟ ଉପରେ ନିର୍ଭର କରିଥାଏ । ଆମେ ଅଜାଣତରେ ଏମିତି କିଛି କାମ ମଧ୍ୟ କରିଥାଉ ଯାହାକି ପର ମୁହୂର୍ତରେ ଆମକୁ ପଷ୍ଟେଇବାକୁ ପଡିଥାଏ ।

ତେବେ ସେହି କାର୍ଯ୍ୟ ଗୁଡ଼ିକ ହେଲା, ଯେଉଁ ବ୍ୟକ୍ତି ଖାଇ ସାରିବା ପରେ ଅଇଁଠା ବାସନ ଛାଡ଼ି ଦେଇଥାନ୍ତି ତାଙ୍କୁ କେବେ ମଧ୍ୟ ଜିବନରେ ସଫଳତା ମିଳିନଥାଏ । ଯେଉଁ ଲୋକମାନେ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, କିମ୍ବା ଦିନ ୧୨ ଘଟିକା ରେ ଖାଇବାର ଅଭ୍ୟାସ ରଖିଥାନ୍ତି ବା ଲୋକଙ୍କ ସହିତ ସବୁବେଳେ କଳି ଝଗଡ଼ା କରିଥାନ୍ତି ତାଙ୍କ ଠାରେ ଦରିଦ୍ରତା ଏବଂ ଅଭାବ ଦେଖା ଯାଇଥାଏ ।ଏହି ବ୍ୟକ୍ତି ଜୀବନରେ ଅସଫଳତା ହାସଲ କରିଥାନ୍ତି ।

ଖାଇବା ସମୟରେ ଯଦି ଖାଦ୍ୟରୁ ଚୁଟି ବାହାରିଥାଏ ତେବେ ଏଥିରେ କିଛି ଶୁଭ ବା ଅଶୁଭ ରହିନଥାଏ କିନ୍ତୁ ଲୋକ ମାନଙ୍କ ମନରେ ଏହାକୁ ନେଇ ବହୁତ ଦ୍ଵନ୍ଦ ରହିଥାଏ । ଯେଉଁ ବ୍ୟକ୍ତି ନାକରେ ବାରମ୍ବାର ଆଙ୍ଗୁଳି ପୁରାଇଥାଏ କିମ୍ବା ବାରମ୍ବାର ଦାନ୍ତ ରଗଡିବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କ ମଧ୍ୟରେ ସବୁବେଳେ ସ୍ଵାସ୍ଥ୍ୟ ସମସ୍ୟା ଲାଗି ରହିଥାଏ ।

ଗରମ ପାଣିରେ ଗାଧୋଇବା ର ଅଭ୍ୟାସ ଯେଉଁ ବ୍ୟକ୍ତି ରଖିଥାନ୍ତି ସେମାନଙ୍କୁ କେଶ ଝାଡ଼ିବା ସହିତ ଆଖି ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଗାଧୋଇବା ସମୟରେ ସବୁବେଳେ ନିଜର ପାଦକୁ ଭଲ ଭାବରେ ସଫା କରନ୍ତୁ ଏହା ଦ୍ୱାରା ଆପଣଙ୍କ ମନକୁ ଶାନ୍ତି ମିଳିଥାଏ । ଯଦି ମୁଣ୍ଡ କୁଣ୍ଡେଇବା ବେଳେ ଆପଣଙ୍କ ହାତରୁ ପାନିଆ ଖସି ପଡେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଘର ପାଖରେ ଯଦି କିଛି ଗଛ ରହିଛି ତେବେ ସେଥିରେ ସବୁଦିନ ପାଣି ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ଘରେ ଧନ ବୃଦ୍ଧି ହେବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button