IBN ଓଡ଼ିଶା ବ୍ୟୁରୋ

ଜାଣନ୍ତୁ ପିରିୟଡ୍ସ ସମୟରେ ମହିଳାମାନେ ଦିନକୁ କେତେଥର ପ୍ୟାଡ୍‌ ଚେଞ୍ଜ କରିବା ଉଚିତ୍‌

ପଣମାନେ ଜାଣିଥିବେ ଯେ ପିରିୟଡ୍ସ ସମୟରେ ଗୋଟିଏ ଜିନିଷ ପ୍ରାୟତଃ କୁହାଯାଏ, ଯେ ଅଧିକ ସମୟ ପର୍ଯ୍ୟନ୍ତ ପ୍ୟାଡ୍ ପିନ୍ଧିବା ଉଚିତ୍ ନୁହେଁ । ଏହା କ୍ୟାନ୍ସର ରୋଗର ଆଶଙ୍କା ବଢାଇପରେ । ଅନେକ ଥର ଏହା ମଧ୍ୟ କୁହାଯାଏ ଯେ ୪ ରୁ ୫ ଘଣ୍ଟା ବ୍ୟବଧାନରେ ପ୍ୟାଡ୍ ଗୁଡିକ ପରିବର୍ତ୍ତନ କରାଯିବା ଉଚିତ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ଯେ କେତେ ଘଣ୍ଟା ପରେ ପ୍ୟାଡ୍ ପରିବର୍ତ୍ତନ କରାଯିବା ଉଚିତ୍ ।

ତାହେଲେ ଆସନ୍ତୁ ଜାଣିବା ସଠିକ୍‌ ସମୟରେ ପ୍ୟାଡ୍ ପରିବର୍ତ୍ତନ କରାନଯିବା ଦ୍ୱାରା କ’ଣ ସବୁ ସସମ୍ୟା ହୋଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଦିନକୁ କେତେଥର ପ୍ୟାଡ୍ ବଦଳାଇବା ଉଚିତ, ଏହା ଆପଣଙ୍କ ପିରିୟଡ୍ସ ହେଉଥିବା ବ୍ଲିଡିଂ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ଏହାର ସଠିକ୍ ଉତ୍ତର ଜାଣିବା ପାଇଁ ଅନେକ ଅନୁସନ୍ଧାନ ମଧ୍ୟ କରୁଛନ୍ତି । ଏପରି ମଧ୍ୟ କୁହାଯାଏ ଯେ ଯେଉଁ ମହିଳାମାନଙ୍କର ପ୍ରବଳ ରକ୍ତସ୍ରାବ ହୁଏ ସେମାନେ ବାରମ୍ବାର ପ୍ୟାଡ୍ ବଦଳାଇବା ଆବଶ୍ୟକ । ସେହିପରି ଯେଉଁମାନଙ୍କର କମ୍ ବ୍ଲିଡିଂ ହେଉଥିବା, ସେମାନେ ଲମ୍ବା ବ୍ୟବଧାନ ପରେ ପ୍ୟାଡ୍ ପରିବର୍ତ୍ତନ କରିପାରିବେ ।

ତେବେ ଅନେକ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ କହିବା ମୁତାବକ, ପିରିୟଡ୍ସ ସମୟରେ ଦିନକୁ ଅତି କମରେ ପ୍ରତି ୪ ରୁ ୮ ଘଣ୍ଟାରେ ମଧ୍ୟ ପ୍ୟାଡ୍ ପରିବର୍ତ୍ତନ କରିବା ଉଚିତ । କିନ୍ତୁ ଏହା ଏକ ଅତି ସାଧାରଣ ସମୟ ହୋଇଥାଏ । ତେବେ ଆପଣ କେତେଥର ପ୍ୟାଡ୍ ପରିବର୍ତ୍ତନ କରିବେ, ତାହା ସମ୍ପୂର୍ଣ୍ଣ ରୂପେ ଆପଣଙ୍କ ରକ୍ତ ପ୍ରବାହ ଉପରେ ନିର୍ଭର କରେ । ଏହା ବ୍ୟତୀତ ଆପଣ କେଉଁ ପ୍ରକାରର ପ୍ୟାଡ୍ ବ୍ୟବହାର କରୁଛନ୍ତି, ତାହା ମଧ୍ୟ ବହୁତ ଜରୁରୀ । ତେବେ ଏପରି ମଧ୍ୟ କୁହାଯାଏ, ଯେ ଆପଣ କେଉଁ କ୍ୱାଲିଟି ପ୍ୟାଡ୍‌ ବ୍ୟବହାରା କରୁଛନ୍ତି । ତେବେ ଯଦି ଆପଣ ଭଲ କ୍ୱାଲିଟିର ପ୍ୟାଡ୍‌ ବ୍ୟବହାର କରୁଥିବେ, ତାହେଲେ ଆପଣଙ୍କୁ ଏହାକୁ ତୁରନ୍ତ ବଦଳାନ୍ତୁ ନାହିଁ କିନ୍ତୁ ଏକ ଦୀର୍ଘ ବ୍ୟବଧାନ ପରେ ହିଁ ପରିବର୍ତ୍ତନ କରିପାରିବେ ।

ପ୍ରତି ୪ ରୁ ୮ ଘଣ୍ଟାରେ ପ୍ୟାଡ୍ ବଦଳାଇବା କାହିଁକି ଆବଶ୍ୟକ :
ଅଧିକ ସମୟ ହେବା ମାତ୍ରେ ପ୍ୟାଡ୍ ପରିବର୍ତ୍ତନ କରାଯିବା ଉଚିତ । ଏହା ସହ କିଛି ସମୟକୁ କିଛି ସମୟ ପ୍ୟାଡ୍‌ ଚେକ୍‌ କରିବା ମଧ୍ୟ ଜରୁରୀ । ଯଦି ଆପଣ ଅଧିକ ହେବି ଅନୁଭବ କରୁଛନ୍ତି, ତେବେ ଆପଣ ପ୍ୟାଡ୍ ପରିବର୍ତ୍ତନ କରିବା ଉଚିତ୍ । ଏପରି କରିବା ଦ୍ୱାରା ଇନ୍‌ଫେକ୍ସନ୍‌ର ବିପଦ କମ୍‌ ରହିଥାଏ ।

ଏହା ବ୍ୟତୀତ ଯଦି ଆପଣ ଝାଳ ଏବଂ ଜୀବାଣୁକୁ ଏଡାଇବାକୁ ଚାହୁଁଛନ୍ତି, ତେବେ ଆପଣ ପ୍ୟାଡ୍ ପରିବର୍ତ୍ତନ କରିବା ଉଚିତ୍ । ଯଦି ଆପଣ ଘଣ୍ଟା ଘଣ୍ଟା ଧରି ପ୍ୟାଡ୍ ପରିବର୍ତ୍ତନ କରନ୍ତି ନାହିଁ, ଏହା ମଧ୍ୟ ଦୁର୍ଗନ୍ଧ ହେବାକୁ ଆରମ୍ଭ କରିପାରେ । ଯଦି ଆପଣ ପ୍ୟାଡ୍ ଦ୍ୱାରା ହେଉଥିବା ଇନ୍‌ଫେକ୍ସନ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ଆପଣ ସମୟ ସମୟରେ ପ୍ୟାଡ୍ ଚେକ୍‌ କରିବା ସହ ପରିବର୍ତ୍ତନ ମଧ୍ୟ କରିବା ଉଚିତ୍ ।

ଆପଣ ଦିନକୁ କେତେ ପ୍ୟାଡ୍ ବ୍ୟବହାର କରିବା ଉଚିତ୍ ?
ପିରିୟଡ୍ସ ସମୟରେ ଗୋଟିଏ ଦିନରେ କେତେ ପ୍ୟାଡ୍ ପରିବର୍ତ୍ତନ କରାଯିବା ଆବଶ୍ୟକ ସେ ସମ୍ବନ୍ଧରେ କୌଣସି ସଠିକ୍ ଉତ୍ତର ନାହିଁ । ଯଦି ପ୍ୟାଡ୍ ମୋଟା ତେବେ ଏହା ୪ ରୁ ୫ ଘଣ୍ଟା ପାଇଁ ଆରାମରେ ଚାଲିପାରେ । ରାତିରେ ୭ ଘଣ୍ଟା ଭଲ ନିଦ ପାଇଁ ଏକ ମୋଟା ପ୍ୟାଡ୍ ଯଥେଷ୍ଟ ହୋଇଥାଏ । ତେବେ ଏପରି ଭାବେ ଆପଣ ପିରିୟଡ୍ସ ସମୟରେ ଇନ୍‌ଫେକ୍ସନ୍‌ରୁ ରକ୍ଷା ପାଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button