ମନୋରଞ୍ଜନ

ରହସ୍ୟ ଘେରରେ ନୀତିନ ଦେଶାଇଙ୍କ ଆତ୍ମହତ୍ୟା ମାମଲା – Ibnodisha

[ad_1]

ମୁମ୍ବାଇ : ବଲିଉଡ଼ର ଲୋକ ଲୋକପ୍ରିୟ ଆର୍ଟ ଡ଼ିରେକ୍ଟର  ନୀତିନ ଦେଶାଇଙ୍କ ମୃତ୍ୟୁ ଖବର ସିନେମା ଜଗତକୁ ସ୍ତବ୍ଧ କରିଥିବା ବେଳେ ଏହାକୁ ନେଇ ଏବେ ବି ରହସ୍ୟ ଲାଗି ରହିଛି । ସ୍ବାମୀଙ୍କ ମୃତ୍ୟୁ ପରେ ମାମଲା ରୁଜୁ କରିଛନ୍ତି ନୀତିନଙ୍କ ପତ୍ନୀ । ଇସିଏଲ ଫାଇନାନ୍ସର ୫ କର୍ମଚାରୀଙ୍କ ବିରୋଧରେ ସେ ମାମଲା ରୁଜୁ କରିଛନ୍ତି । ଅଭିଯୋଗ କରି ସେ କହିଛନ୍ତି, ଇସିଏଲ ଫାଇନାନ୍ସ କମ୍ପାନୀ ନୀତିନଙ୍କୁ ଲୋନ ନେଇ ହଇରାଣ କରୁଥିଲେ ।

ଏମିତି କି, ଅଧିକାରୀମାନେ ତାଙ୍କ ଉପରେ ଚାପ ପକାଉଥିଲେ । ଯାହା ତାଙ୍କ ମୃତ୍ୟୁର ମୁଖ୍ୟ କାରଣ ଅଟେ।  ଇସିଏଲ ଫାଇନାନ୍ସ ହେଉଛି ଏଡ଼ଲୱିସ ଗ୍ରୁଫର ଏକ ଅଣ ବ୍ୟାଙ୍କିଂ ଫାଇନାନ୍ସ ଆର୍ମ । ମିଳିଥିବା ସୂଚନା ଅନୁଯାୟୀ ନୀତିନ କମ୍ପାନୀ ଉପରେ ୨୫୨ କୋଟିର ଲୋନ୍ ରହିଛି । ତାଙ୍କ କମ୍ପାନୀ ଏନଡ଼ି ଆର୍ଟ ୱାର୍ଲ ପ୍ରାଇଭେଟ ଲିମିଟେଡ଼ ଇସିଏନ ଫାଇନାନ୍ସରୁ ୨୦୧୬ ଓ ୨୦୧୮ ମସିହାରେ ୧୮୫ କୋଟି ଟଙ୍କାର ଋଣ ନେଇଥିଲେ ।

ପରେ ୨୦୨୦ ମସିହାରେ ତାଙ୍କ ଅସୁବିଧା ବଢିଥିଲା । ସେପଟେ ନୀତିନଙ୍କ ମୃତ୍ୟୁ ମାମଲାରେ ୧୧ଟି ଅଡ଼ିଓ କ୍ଲିପ୍ ସାମ୍ନାକୁ ଆସିଛି । ତେବେ ଏହି ସବୁ ଅଡ଼ିଓ କ୍ଲିପ୍ ଆତ୍ମହତ୍ୟା ରାତିରେ ରେକର୍ଡ଼ ହୋଇଥିବା ଜଣାପଡ଼ିଛି । ଏସବୁ ପ୍ରମାଣକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉ କି, ‘ଲଗାନ୍’, ‘୧୯୪୨ ଏ ଲଭ୍ ଷ୍ଟୋରୀ’, ‘ଦେବଦାସ’ ଓ ‘ଲଗେ ରାହୋ ମୁନ୍ନାଭାଇ’ ଭଳି ଅନେକ ଦମଦାର ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିବା ଚର୍ଚ୍ଚିତ ନିର୍ଦ୍ଦେଶକ ନୀତିନ ଦେଶାଇଙ୍କ ଆତ୍ମହତ୍ୟା ଘଟଣା ବୁଧବାର ଦିନ ସାମ୍ନାକୁ ଆସିଥିଲା । ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାସ୍ଥିତ ଷ୍ଟୁଡିଓରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆର୍ଟ ଡ଼ିରେକ୍ଟର ଭାବେ ଆଶୁତୋଷ ଗୋୱାରିକରଙ୍କ ‘ପନିପଥ’  ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ।

କୁହାଯାଉଛି ଯେ, ନୀତିନ ଦେଶାଇ ଓଟିଟି ରେ ରିଲିଜ୍ ହେବାକୁ ଥିବା ସୋ’ ମହାରଣା ପ୍ରତାପଙ୍କ  ଲାଗି ମଧ୍ଯ ବ୍ୟସ୍ତ ଥିଲେ। କେବଳ ଏତିକି ନୁହେଁ, ସେ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଗଣପତି ପାଣ୍ଡାଲର ସାଜସଜ୍ଜା ମଧ୍ୟ କରୁଥିଲେ। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ,  ରାୟଗଡରେ ଥିବା ନୀତିନ ଦେଶାଇଙ୍କ ଷ୍ଟୁଡିଓରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କର୍ଜତରେ ଏନଡି ଷ୍ଟୁଡିଓ ନାମକ ତାଙ୍କର ଏକ ଷ୍ଟୁଡିଓ ରହିଛି ।

ଏହା ମୁମ୍ବାଇଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ । ତାଙ୍କ ମୃତ୍ୟୁ ନେଇ ଖବର ମିଳିବା ପରେ ପୋଲିସ ତୁରନ୍ତ ଷ୍ଟୁଡିଓରେ ପହଁଞ୍ଚିଥିଲା । ସେଠାରେ ନୀତିନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେପଟେ କର୍ଜତର ବିଧାୟକଙ୍କ କହିଥିଲେ ଯେ, ଆର୍ଥିକ ସମସ୍ୟା କାରଣରୁ ନୀତିନ ଆତ୍ମହତ୍ୟା କରିଛନ୍ତି । ଦୀର୍ଘ ଦିନ ହେବ ନୀତିନ ଆର୍ଥିକ୍ ସମସ୍ୟା ଦେଇ ଗତି କରୁଥିଲେ । ଏଥିଲାଗି ସେ ଆତ୍ମହତ୍ୟା କରିଥାଇପାରନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button