IBN ଓଡ଼ିଶା ଏକ୍ସକ୍ଲୁସିଭ୍

SSC Recruitment: ପୂରଣ ହେବ ଅନୁବାଦକ ପଦବୀ, ଦରମା ଦେଢ଼ ଲକ୍ଷ !

SSC Recruitment: ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ସରକାରୀ ଚାକିରି ଖଣ୍ଡିଏ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଏଥିପାଇଁ ଦିନରାତି ଏକ କରି ପରଶ୍ରମ ମଧ୍ୟ କରୁଛନ୍ତି । କିଛି ସେଥିମଧ୍ୟ କୃତକାର୍ଯ୍ୟ ହେଉଥିବା ବେଳେ କିଛି ଆଶାୟୀ ସ୍ବପ୍ୱ ପୂରଣ ହୋଇପାରେନି । ତେବେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆଉ ଏକ ସୁଯୋଗ ଆଣି ଦେଇଛି SSC ।

 SSC Recruitment: କର୍ମଚାରୀ ଚୟନ ଆୟୋଗ ବା SSC କନିଷ୍ଠ ହିନ୍ଦି ଅନୁବାଦକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ମୁତାବକ ଅନେକଗୁଡିଏ ପଦବୀ ପୂରଣ ହେବ । ଏହି ନିଯୁକ୍ତି ପକ୍ରିୟା ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବର । ଆପଣ ଯଦି ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ।


SSC Recruitment: ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସରକାରଙ୍କ ମନ୍ତ୍ରଣାଳୟ, ବିଭାଗ, ସଂଗଠନ ପାଇଁ କନିଷ୍ଠ ହିନ୍ଦୀ ଅନୁବାଦକ, ଜୁନିଅର ଅନୁବାଦ ଅଧିକାରୀ, ଜୁନିଅର ଅନୁବାଦକ, ସିନିୟର ହିନ୍ଦୀ ଅନୁବାଦକ ଏବଂ ସିନିୟର ଅନୁବାଦକ ଗ୍ରୁପ୍ ବି ଅଣ-ଗେଜେଟେଡ୍ ପଦବୀ ପୂରଣ କରାଯିବ । ତେବେ ଏଥିପାଇଁ ଆଶାୟୀଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେବ ।


SSC Recruitment: ଏହି ଚାକିରି ପାଇଁ ଉଭୟ ପୁରୁଷ ଓ ମହିଳା ଆଶାୟୀ ଆବେଦନ କରିପାରିବେ । ସ୍ନାତ୍ତକୋତ୍ତର ହାସଲ କରିଥିବା ଆଶାୟୀ ଏହି ଚାକିରି କରିବାର ସୁଯୋଗ ପାଇବେ । ଏଭଳି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୩୦୦ରୁ ଅଧିକ ପଦବୀ ପୂରଣ କରାଯିବ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSCର ଅଫିସିଆଲ୍ ୱେବ୍‌ସାଇଟ୍‌ ssc.gov.in ଭିଜିଟ୍‌ କରି ପାରିବେ ।


SSC Recruitment: ଅଗଷ୍ଟ ୨୨ ତାରିଖରୁ ଆଶାୟୀମାନେ ଏହି ଚାକିରି ପାଇଁ ଆବେଦନ କରି ପାରିବେ । ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨୫ ତାରିଖ ରହିଛି । ଅକ୍ଟୋବର ମାସରୁ ନଭେମ୍ବର ମାସ ମଧ୍ୟରେ ଏଥିପାଇଁ ପରୀକ୍ଷା କରାଯିବ । ତେବେ ଅଧିକ ସୂଚନା ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି ।


SSC Recruitment: ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୩୧୨ ପୋଷ୍ଟ ପୂରଣ କରାଯିବ । ଏଥିପାଇଁ ଆଶାୟୀ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ପ୍ରାସଙ୍ଗିକ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ କରିଥିବା ଆବଶ୍ୟକ । ଆଶାୟୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button