Airtelର ଦମଦାର ପ୍ଲାନ୍, ଫ୍ରି ପ୍ରାଇମ୍ ଭିଡିଓ ଓ ହଟଷ୍ଟାର ସହ ମିଳିବ ଅନଲିମିଟେଡ୍ ବେନିଫିଟ୍ସ
ଭାରତରେ ଟେଲିକମ୍ କମ୍ପାନୀ ଏବଂ ରିଚାର୍ଜ ପ୍ଲାନ୍ ବିଷୟରେ ଲଗାତାର ଆଲୋଚନା ହେଉଛି । ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ନିଜ ନିଜ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ପ୍ଲାନ୍ ଗୁଡିକର ଦାମକୁ ବଢ଼ାଇଛନ୍ତି, ଯେଉଁ କାରଣରୁ ୟୁଜରମାନଙ୍କ ପକେଟ ଉପରେ ବଡ ପ୍ରଭାବ ପଡିଛି ।
କିନ୍ତୁ ଆମେ ଆପଣଙ୍କୁ ଏୟାରଟେଲର ଏପରି ଏକ ରିଚାର୍ଜ ପ୍ଲାନ୍ ବିଷୟରେ ଜଣାଇବୁ ଯାହା ଆପଣଙ୍କ ପାଇଁ ବହୁତ ଶସ୍ତା ରହିଛି ।
ଏୟାରଟେଲର ଏହି ପ୍ଲାନରେ ୟୁଜରମାନେ ସମାନ ରିଚାର୍ଜ ପ୍ଲାନରେ ଦୁଇଟି ସିମ୍ ବ୍ୟବହାର କରିବାର ସୁଯୋଗ ପାଇବେ । କେବଳ ଏତିକି ନୁହେଁ ଏହି ପ୍ଲାନ୍ ଦ୍ୱାରା ଏୟାରଟେଲ ୟୁଜରମାନେ ଆମାଜନ ପ୍ରାଇମ ଭିଡିଓ ଏବଂ ଡିସନି ପ୍ଲସ ହଟଷ୍ଟାରର ମଧ୍ୟ ମଜା ନେଇପାରିବେ । ଏହି ପ୍ଲାନରେ ୟୁଜରମାନେ ଅନଲିମିଟେଡ୍ କଲ୍, ଡାଟା ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ପାଇବେ ।
ଏୟାରଟେଲର ଏହି ପ୍ଲାନର ଦାମ୍ ହେଉଛି ୬୯୯ ଟଙ୍କା । ଏୟାରଟେଲର ଏହା ଏକ ଫ୍ୟାମିଲି ପ୍ଲାନ୍ ତେଣୁ ଏହି ପ୍ଲାନ୍ ଦ୍ୱାରା ୟୁଜରମାନେ ଏକ ଏକ୍ସଟ୍ରା ସିମ୍ ଆକ୍ସେସ୍ କରିବାର ସୁଯୋଗ ପାଇବେ । ଏହି ପ୍ଲାନ୍ ଦ୍ୱାରା ୟୁଜରମାନେ ଅନଲିମିଟେଡ୍ STD ଏବଂ ଲୋକାଲ୍ କଲ୍ କରିବାର ଲାଭ ପାଇବେ । ଏହା ବ୍ୟତୀତ ୟୁଜରମାନେ ମାଗଣାରେ ଅନଲିମିଟେଡ୍ ରୋମିଂର ସୁବିଧା ପାଇବେ । ଏହି ରିଚାର୍ଜ ପ୍ଲାନ୍ ଦ୍ୱାରା ୟୁଜରମାନେ ପ୍ରତିଦିନ ୧୦୦ ଟି SMS ର ସୁବିଧା ପାଇବେ ।
ଡାଟା ବେନିଫିଟସ୍ ବିଷୟରେ କହିବାକୁ ଗଲେ ଏହି ପ୍ଲାନରେ ୟୁଜର୍ସଙ୍କୁ ୭୫ ଜିବି ଡାଟା ମିଳିବ, ଯାହା ରୋଲଓଭର ବେନିଫିଟସ୍ସ ସହିତ ଆସିଥାଏ । ଏହି ପ୍ଲାନ୍ ବିଷୟରେ ଖାସ୍ କଥା ହେଉଛି, ଏହି ପ୍ଲାନ୍ ଦ୍ୱାରା ୟୁଜରମାନେ ଆମାଜନ ପ୍ରାଇମ ଭିଡିଓ ଏବଂ ଡିସନି ପ୍ଲସ ହଟଷ୍ଟାରର ମାଗଣା ସବସ୍କ୍ରିପସନ୍ ମଧ୍ୟ ପାଇପାରିବେ, ଯାହା OTT ଇଣ୍ଡଷ୍ଟ୍ରୀରେ ଦୁଇଟି ବଡ OTT ପ୍ଲାଟଫର୍ମ । ଏହା ବ୍ୟତୀତ ୟୁଜରମାନେ ଏହି ପ୍ଲାନ୍ ଦ୍ୱାରା ୱିଙ୍କ୍ ମ୍ୟୁଜିକ୍ ପାଇପାରିବେ । ତେବେ ଏହା ଏୟାରଟେଲର ଏକ ପୋଷ୍ଟପେଡ୍ ପ୍ଲାନ୍ ।