ହୋଟେଲରେ ଯୁବତୀଙ୍କ ଝୁଲନ୍ତା ମୃତଦେହ – Ibnodisha

[ad_1]
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର କଟକ ରୋଡରେ ଥିବା ଦୀପାଳି ବାର୍ରୁୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ତାଙ୍କ ଝୁଲନ୍ତା ଶବକୁ ପୁଲିସ ଜବତ କରିଛି। ମୃତ ଯୁବତୀ ହେଲେ ଭଦ୍ରକ କୁଆ ବାଘସାହିର ଶୁଭଲକ୍ଷ୍ମୀ ସାହୁ (୧୮)। ହୋଟେଲର ଏକ ରୁମ୍ରେ ଶୁଭଲକ୍ଷ୍ମୀଙ୍କ ଶବ ଓଢ଼ଣିରେ ଝୁଲିବା ଅବସ୍ଥାରେ ମିଳିଥିବାରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ପୁଲିସ ତାଙ୍କ ପରିବାର ଲୋକଙ୍କୁ ଏ ନେଇ ଖବର ଦେବା ସହ ଦୀପାଳି ହୋଟେଲରେ ଛାନଭିନ୍ କରୁଛି। ହୋଟେଲ ଓ ବାର୍ ମ୍ୟାନେଜର ଭାସ୍କର ପଟ୍ଟନାୟକଙ୍କୁ ପଚରାଉଚରା କରାଯାଉଛି।
ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ମିଳିଥିବା ରୁମ୍ରୁ ଏକ ମୋବାଇଲ ଫୋନ୍କୁ ଜବତ କରାଯାଇଛି। ପୁଲିସର ସୂଚନା ଅନୁସାରେ, ଶୁଭଲକ୍ଷ୍ମୀ ଗତକାଲି ଅପରାହ୍ନ ୩ଟା ୨୦ରେ ଦୀପାଳି ହୋଟେଲକୁ ଆସିଥିଲେ। ଅତିଥି ରେଜିଷ୍ଟରରେ ତାଙ୍କର ନାଁ ଥିବାବେଳେ ସେ ହୋଟେଲର ୨୦୫ ନମ୍ବର ରୁମରେ ରହୁଥିବା ଉଲ୍ଲେଖ ଅଛି। ଉକ୍ତ ହୋଟେଲରେ ଥିବା ବାର୍ରେ ସେ କାମ କରିବାକୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଭାସ୍କର ପୁଲିସକୁ ଦେଇଥିବା ବୟାନ ଅନୁସାରେ, ଆଜି ସକାଳୁ ଶୁଭଲକ୍ଷ୍ମୀ ରୁମରୁ ବାହାରି ନଥିଲେ। କବାଟ ବାଡ଼େଇବାରୁ ବି କୌଣସି ଉତ୍ତର ମିଳି ନଥିଲା। ତେଣୁ ଅପରାହ୍ନ ପ୍ରାୟ ୫ଟାରେ ସେ କବାଟକୁ ଜୋର୍ରେ ଠେଲିବାରୁ ଭିତରପଟୁ ଦିଆ ଯାଇଥିବା ହୁକ୍ ଭାଙ୍ଗି ଯାଇଥିଲା। ତା’ପରେ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହକୁ ଦେଖିବାକୁ ପାଇଥିଲେ।
[ad_2]




