ହଳଦୀର ଚମତ୍କାରୀ ଗୁଣ ଜାଣନ୍ତୁ…..
ଖାଦ୍ୟର ରଙ୍ଗ ଓ ସ୍ବାଦ ବଢାଇବାରେ ହଳଦୀର ଭୂମିକା ଯଥେଷ୍ଟ ରହିଥାଏ। ତ୍ୱଚା ଜନିତ ଅନେକ ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ। କେବଳ ସେତିକି ନୁହେଁ ବାସ୍ତୁଶାସ୍ତ୍ର ଅନୁଯାୟୀ ହଳଦୀର ଆହୁରି ଅନେକ ଉପକାରିତା ମଧ୍ୟ ରହିଛି। ଯେମିତିକି: ଘରର ବାହାର କାନ୍ଥରେ ହଳଦୀରେ ରେଖା ଟାଣିଲେ ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
କେବଳ ସେତିକି ନୁହେଁ, ପାଞ୍ଚଟି ହଳଦୀ ଖଣ୍ଡ ଓ ଗୋଟିଏ କଏନ୍କୁ ଏକାଠି କରି ହଳଦିଆ କପଡ଼ାରେ ବାନ୍ଧି ଘରର ପୂଜାସ୍ଥଳୀରେ ରଖିଲେ ଆର୍ଥତ୍କ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ବୁଧବାର ଦିନ ମଥାରେ ହଳଦୀର ତିଳକ ଲଗାଇବା ମଧ୍ୟ ଶୁଭ ହୋଇଥାଏ। ଏହା ମନ ଓ ମସ୍ତିଷ୍କକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ। ଅନ୍ୟପକ୍ଷେ ଘରେ ହଳଦୀର ଗଛ ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ସୁଖଶାନ୍ତି ବୃଦ୍ଧି ହେବା ସହିତ ଆର୍ଥତ୍କ ସ୍ଥିତି ସୁଦୃଢ ହୁଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଛିଞ୍ଚିଲେ କୁଆଡ଼େ ବିଗିଡ଼ି ଯାଇଥିବା କାମ ପୁଣି ସୁଧୁରି ଯାଇଥାଏ ବୋଲି ଲୋକବିଶ୍ୱାସ ଅଛି।