କାହିଁକି ବିବାହର ଚତୁର୍ଥୀ ରାତିରେ ବେଡ୍ କୁ ଫୁଲରେ ସଜା ଯାଇଥାଏ ? ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ…?
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆମ ହିନ୍ଦୁ ଧର୍ମରେ ଥିବା ଏକ ପରମ୍ପରା ବିଷୟରେ କହିବୁ ଯାହା ଆପଣ ମାନେ ପାଳନ ତ କରନ୍ତି କିନ୍ତୁ ଏହା ପଛରେ ଥିବା କାରଣ ହୁଏତ ଆପଣ ଜାଣି ନ ଥିବେ । ଆଜି ଆମେ ଆପଣଙ୍କୁ ସେହି ପ୍ରଥା ପଛରେ ଥିବା କାରଣ ବିଷୟରେ କହିବାକୁ ଯାଉଛୁ । ବିବାହ ଏକ ପବିତ୍ର ବନ୍ଧନ ଏହା ତ ଆପଣ ଜାଣିଥିବେ । ଗୋଟେ ପୁଅ ଗୋଟେ ଝିଅ ଯେବେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ଏହା ତାଙ୍କର ଜନ୍ମ ଜନ୍ମର ସମ୍ପର୍କ ହୋଇଥାଏ ।
ଯଦି ଦୁଇ ଜଣଙ୍କ ମଧ୍ୟରେ ସେତିକି ଭଲ ପାଇବା ଓ ସମ୍ମାନ ସବୁଦିନ ପାଇଁ ରହିଥାଏ । ତେବେ ସେହି ସମ୍ପର୍କ ଶହେ ଜନ୍ମ ପାଇଁ ସେମିତି ଅମର ହୋଇ ରହିଥାଏ । ତେବେ ପୁଅ ହେଉ କିମ୍ବା ଝିଅ ବାହାଘରକୁ ନେଇ ବହୁତ କିଛି ସ୍ବପ୍ନ ଦେଖିଥାନ୍ତି । ସେମିତି ବାହାଘରରେ ସବୁ ବିଧି ପାରମ୍ପରିକ ରୀତିରେ ହୋଇଥାଏ । ସେଥିରେ ଗୋଟେ ରୀତି ହେଉଛି ଚର୍ତୁଥି ରାତି । ଏହି ରାତି ପାଇଁ ଅନେକ ପୁଅ ଓ ଝିଅ ବହୁତ କିଛି ଆଗରୁ ଭାବିକି ରଖିଥାନ୍ତି ।
ଏହି ରାତିରେ ଶେଜ ଉପରେ ଫୁଲ ସଜା ଯାଇଥାଏ । ହେଲେ ନବ ଦମ୍ପତ୍ତିଙ୍କ ଶେଯକୁ ଫୁଲରେ ସଜାଯିବାର କିଛି ସ୍ୱତନ୍ତ୍ର ଅର୍ଥ ମଧ୍ୟ ରହିଛି । ଚର୍ତୁଥି ରାତିରେ ବର ବଧୂଙ୍କ ଶେଜକୁ ସମ୍ପୁର୍ଣ୍ଣ ରୁପେ ଫୁଲରେ ସଜାଯାଇଥାଏ । ଏହା ହେଉଛି ଅତି ପୁରାତନ ପରମ୍ପରା, କୁହାଯାଏ ଦୁଇ ଜଣ ନୂଆ ଲୋକ ନୂଆ ଜୀବନର ଆରମ୍ଭ କରିଥାନ୍ତି । ସବୁ କିଛି ମଙ୍ଗଳ ମନାସି ଶୋଇବା ଘରେ ଫୁଲ ସହ କିଛି ଖାଇବା ମଧ୍ୟ ରଖାଯାଏ ।
ହିନ୍ଦୁ ଧର୍ମରେ ଏମିତି ପ୍ରଥା ବହୁ ପୁରାତନ ଅଟେ । ଯେଉଁ ପରମ୍ପରାର ଅର୍ଥ ଭଗବାନଙ୍କୁ ଆହ୍ୱାନ କରି ଫୁଲ ଫଳର ଆୟୋଜନ କରଯାଏ । ଯାହାର ମୁଖ୍ୟ କାରଣ ଜୀବନରେ କୌଣସି ଦୁଷ୍ଟ ଶକ୍ତି ନଆସୁ । ତେବେ ବିବାହ ପରେ ଯାହା ସବୁ ରୀତି ନୀତି ଅଛି ସେଥି ମଧ୍ୟରୁ ଏହି ଚତୁର୍ଥୀ ରାତି ହେଉଛି ମୁଖ୍ୟ ।
କାରଣ ଏହି ଦିନ ଅଲଗା ଅଲଗା ଦୁଇ ପୁଅ ଓ ଝିଅ ଶରୀର ଓ ଆତ୍ମାରୁ ଏକ ହୋଇ ଯାଆନ୍ତି । ନିଜର ବୈବାହିକ ଜୀବନକୁ ଆଗକୁ ବଢାଇବାର ପ୍ରଥମ ପାଦ ଆଗକୁ ବଢାନ୍ତି । ସେଥିପାଇଁ ସେମାନଙ୍କ ବୈବାହିକ ଜୀବନ କେମିତି ସୁଖ ଓ ସୁଗନ୍ଧରେ ଭରି ରହୁ ସେହି କଥାକୁ ଦ୍ରୁଷ୍ଟିରେ ଚତୁର୍ଥୀ ଶେଜକୁ ଫୁଲରେ ସଜା ଯାଇଥାଏ ।