IBN ଓଡ଼ିଶା ବ୍ୟୁରୋ

ମୁକେଶ ଅମ୍ବାନୀଙ୍କ ପରିବାର ଦେଶର ସବୁଠାରୁ ଧନୀ, ବଜାଜ୍‌ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ବିର୍ଲା

ନୂଆଦିଲ୍ଲୀ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପରିବାର ଦୀର୍ଘ ଦିନ ହେବ ଦେଶର ସବୁଠାରୁ ଧନୀ ପରିବାର ଭାବେ ଜଣାଶୁଣା। ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ପାଖରେ ରହିଛି ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୧୦ ପ୍ରତିଶତ। ତେବେ ୨୦୨୪ର ଏକ ରିପୋର୍ଟ ଅନୁଯାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ହେଉଛି ଭାରତର ସବୁଠାରୁ ଦାମୀ ବ୍ୟବସାୟୀ ପରିବାର।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍) ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପରିବାରର ସମ୍ପତ୍ତି ପରିମାଣ ୨୫,୭୫,୧୦୦ କୋଟି ଟଙ୍କା ବୋଲି ୨୦୨୪ ବାରକ୍ଲେଜ୍‌ ପ୍ରାଇଭେଟ୍‌ କ୍ଲାଏଣ୍ଟସ ହୁରୁନ୍‌ ଇଣ୍ଡିଆ ସବୁଠାରୁ ଧନୀ ବ୍ୟବସାୟର ପରିବାର ତାଲିକାର ଏକ ରିପୋର୍ଟରେ ଏହା କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଗୁପ ୧୯୫୮ରେ ପ୍ରତିଷ୍ଠା ହୋଇଥିଲା। ଏହି ତାଲିକାର ଦ୍ବିତୀୟ ସ୍ଥାନରେ ନୀରଜ ବଜାଜଙ୍କ ବଜାଜ୍‌ ପରିବାର ଦ୍ୱିତୀୟ ସ୍ଥାନରେ ରହିଛି। ବଜାଜ୍‌ ପରିବାରର ମୋଟ ସମ୍ପତ୍ତି ପରିମାଣ ୭,୧୨,୭୦୦ କୋଟି ଟଙ୍କା। ତାଲିକାର ତୃତୀୟ ସ୍ଥାନରେ କୁମାର ମଙ୍ଗଲମ ବିର୍ଲାଙ୍କ ପରିବାର ରହିଛି। ବିର୍ଲା ପରିବାରର ସମୁଦାୟ ସମ୍ପତ୍ତି ପରିମାଣ ୫,୩୮,୫୦୦ କୋଟି ଟଙ୍କା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button