ବାହାଘର ଦିନ ବର୍ଷା ହେଲେ ଜାଣିବ ଭଗବାନ ଦେଉଛନ୍ତି କିଛି ବିଶେଷ ସଙ୍କେତ, ଜାଣି ନିୟନ୍ତୁ ଏହା କେଉଁ ସଂକେତ
ବାହାଘର ସମସ୍ତଙ୍କ ପାଇଁ ଏକ ବହୁତ ଖୁଶିର ଦିନ ହୋଇଥାଏ। ସବୁ ପୁଅ ଝିଅମାନେ ଏହି ଦିନ ପାଇଁ ବହୁତ ଅପେକ୍ଷା କରିଥାନ୍ତି। ସେମାନଙ୍କ ମନରେ କେତେ ସବୁ ସ୍ଵପ୍ନ ଥାଏ ଗୋଟେ ନୂଆ ସଂସାର ଗଢିବାକୁ ନେଇ। ଆମ ହିନ୍ଦୁ ଧର୍ମରେ ତ ଏହାକୁ ବହୁତ ଧୁମଧାମରେ ପାଳନ କରାଯାଏ। ବାହାଘର ଠିକ ହେବାର କିଛି ମାସ ଆଗରୁ ହିଁ ଏହା ପ୍ରସ୍ତୁତି ଆରମ୍ଭ ହୋଇଯାଏ। କେତେ ଦୂର ଦୂରରୁ ବନ୍ଧୁ ବାନ୍ଧବ ମାନେ ଆସି ଏହି ବାହାଘରରେ ଯୋଗ ଦିଅନ୍ତି। ତେବେ ଆଜି ଆମେ ସେହି ବାହାଘର ବିଷୟରେ କିଛି କଥା କହିବୁ। ଯଦି ବାହାଘର ଦିନ ବର୍ଷା ହୁଏ ତେବେ ଏହା କି ସଂକେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କିଛି ଖାସ କଥା।
ଏହିପରି ବୁଝିପାରିବେ କି ବାହାଘର ଦିନ ବର୍ଷା ହେଲେ ଏହା ସୁଖ ସମୃଦ୍ଧି ର ପ୍ରତିକ ଅଟେ । ପ୍ରକୃତି ଇଶାରା କରିଥାଏ କି ଏହି ବାହାଘର ସଫଳ ହେବ । ପ୍ରକୃତି ଇଶାରା କରିଥାଏ କି ବଧୁର ଜୀବନ ଖୁସିମୟ ଓ ସମୃଦ୍ଧ ରହିବ ଓ ଏହା ନବ ଦମ୍ପତିଙ୍କୁ ଏକ ଇଶ୍ୱରର ଆଶିର୍ବାଦ ସ୍ୱରୁପ ହୋଇଥାଏ । ବାହାଘରରେ ବର୍ଷା ହେଲେ କଣ ସଙ୍କେତ ଦେଇଥାଏ ତାହା ଆପଣ ବୁଝିସାରିଥିବେ । ଯଦି ଆପଣ କେଉଁ ବାହାଘରକୁ ଯାଉଛନ୍ତି ତେବେ ଇଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ଟିକିଏ ବର୍ଷା ହେଉ । ଏହା ଆପଣଙ୍କ ପାଇଁ ଟିକେ ଅସୁବିଧାର କାରଣ ହୋଇପାରେ । କିନ୍ତୁ ନବ ଦମ୍ପତିଙ୍କ ପାଇଁ ଏହା କେଉଁ ଆଶିର୍ବାଦରୁ କମ୍ ନୁହେଁ ।