IBN ଓଡ଼ିଶା ବ୍ୟୁରୋ

ୟୁକ୍ରେନ୍‌ର ପ୍ରତିଶୃତି,ଫେରାଇ ଦେବୁ ଋଷର ଦଖଲ କରିଥିବା ଜମି : କିନ୍ତୁ ଏହି ସର୍ତ୍ତରେ

 ଦିନକୁ ଦିନ ଭୟଙ୍କର ରୂପ ନେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ। ଏବେ ଋଷ ଭିତରେ ପଶି କୁର୍ସ୍କ ସହରକୁ ନିଜ ଦଖଲରେ ନେଇଛି ୟୁକ୍ରେନ ସେନା। ୟୁକ୍ରେନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ କହିବା ଅନୁସାରେ, ଯେତେବେଳେ ଋଷ ଏକ ଉପଯୁକ୍ତ ଶାନ୍ତି ବୁଝମଣା ପାଇଁ ରାଜି ହୋଇଯିବ ତେବେ ଆକ୍ରମଣ ବନ୍ଦ ହୋଇଯିବ ଓ ଆମେ ତାକୁ ତା’ର ଜମି ଫେରାଇ ଦେବୁ।

ୟୁକ୍ରେନ୍ ମୁଖପାତ୍ର କହିଛନ୍ତି ଏହି କାର୍ଯ୍ୟାନୁଷ୍ଠାନ କେବଳ ଋଷକୁ ଆଲେଚନା ଟେବଲକୁ ଆଣିବାକୁ ବାଧ୍ୟ କରିବା। କଥିତ ଭାବରେ କୁର୍ସ୍କ କ୍ଷେତ୍ରରେ ଆକ୍ରମଣ କରି ୟୁକ୍ରେନ୍ ସେନା ଋଷର ଡୋନେଷ୍ଟକ୍ ଅଞ୍ଚଳରେ ସେନା ନିକଟରେ ସାହାଯ୍ୟ ପହଁଞ୍ଚାଇବାରୁ ରୋକି ଦେଇଛି। କାରଣ ଋଷ ସେନା ଏବେ କୁର୍ସ୍କରେ ନିଜର ସବୁ ଧ୍ୟାନ ଲଗାଇ ଦେଇଛି। ଲଗାତାର ହେଉଥିବା ୟୁକ୍ରେନ୍ ଆକ୍ରମଣ ମଧ୍ୟରେ ଋଷ ଅଧିକାରୀ ଓ ପ୍ରଶାସନ ସାଧାରଣ ନାଗରିକଙ୍କୁ କୁର୍ସ୍କ ଓ ଏହାର ଆଖପାଖ ଅଞ୍ଚଳରୁ ବାହାର କରିବା ଜାରି ରଖିଛି।

ବହୁ ସୀମାବର୍ତ୍ତୀ ଅଞ୍ଚଳର ନିବାସୀ ନିଜର ଘର ଖାଲି କରିବା ଆରମ୍ଭ କରିଛନ୍ତି। ମଙ୍ଗଳବାର ସକାଳେ ଏକ ଋଷ ଜିଲ୍ଲାକୁ ସ୍ଥାନୀୟ ଲୋକ ଖାଲି କରିବା ଆରମ୍ଭ କରିଛନ୍ତି। କ୍ଷେତ୍ରୀୟ ମୁଖ୍ୟ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବରେ ସ୍ବଚ୍ଛ, ଆମକୁ ସରକାର ସ୍ଥାନ ଛାଡିବାକୁ କହି ନାହାନ୍ତି। ଏହା ପୂର୍ବରୁ ୟୁକ୍ରେନ ସେନା ଦାବି କରିଥିଲା ସେ ଋଷର କୁର୍ସ୍କ ଅଞ୍ଚଳରେ ପ୍ରାୟ ହଜାରେ ବର୍ଗ କିଲୋମିଟର ଅଞ୍ଚଳକୁ ନିଜ କବଜାରେ ନେଇଛି। ଋଷ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଦେଶ ଉଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି, ଏବେ କୌଣସି ପ୍ରକାର ଶାନ୍ତି ବାର୍ତ୍ତା ହେବନି। ଆମର ପ୍ରଥମ କାମ ଶତ୍ରୁକୁ ବାହାର କରିବା ଓ ଆମର ସେବା ତାହା କରୁଛି।

ମଙ୍ଗଳବାର ସକାଳେ ୟୁକ୍ରେନ୍ର ବାୟୁ ପ୍ରତିରକ୍ଷା ପ୍ରଣାଳି ୩୮ଟି ଡ୍ରୋନ୍ ମାରିବାରେ ସଫଳ ହୋଇଛି। ଏହା ଅତିରିକ୍ତ ୟୁକ୍ରେନ୍ ଋଷ ସୀମାର ୨୦ କିଲୋମିଟର ନିକଟରେ ଲୋକଙ୍କୁ ଯିବା ଆସିବା କରିବାକୁ ମନା କରିଦେଇଛନ୍ତି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଆକ୍ରମଣକୁ ନେଇ ରାଷ୍ଟ୍ରପତି ଜେଲେନସ୍କିଙ୍କ ବୟାନ ସାମନାକୁ ଆସିଛି। ସେ କହିଛନ୍ତି, ଋଷ ଅନ୍ୟମାନଙ୍କ ଘରକୁ ଯୁଦ୍ଧ ନେଇକି ଯାଇଥିଲା, ଏବେ ତାହା ଲେଉଟିକି ତା’ ଘରକୁ ଆସିଛି।

Related Articles

Leave a Reply

Your email address will not be published. Required fields are marked *

Back to top button