IBN ଓଡ଼ିଶା ବ୍ୟୁରୋ

ଜାଣନ୍ତୁ କେଉଁ ଜିନିଷ ଅନ୍ୟକୁ ଦାନ ଦେବେନି ନଚେତ ଦରିଦ୍ର ହେଇଯିବେ

ଜୀବନରେ ଦାନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ , ଗରିବ ଙ୍କୁ ଡ୍ରେସ ଦାନ , ଭୋକିଲା କୁ ଖାଦ୍ୟ , ଦେବାଦ୍ଵାରା ଆମର ପୁଣ୍ୟ ହେଇଥାଏ । କୁହାଯାଏ ଦାନ ଦେବାକୁ ଯାଇ ମହାରାଜା ବଳି ନିଜର ଜୀବନ ବି ଦେଇଦେଇଥିଲେ । ଦାନବୀର କର୍ଣ୍ଣ ତ ନିଜର କିରୀଟ ଏବଂ କୁଣ୍ଡଳ ଦାନ ଦେଇ ନିଜର ପରାଜୟ କୁ ନିଜେ ହିଁ ସ୍ୱୀକାର କରିଥିଲେ । ତେବେ ଶାସ୍ତ୍ର ଅନୁଯାଇ ଏମିତି କିଛି ଜିନିଷ ଅଛି ଯାହାକୁ ଅନ୍ୟକୁ ଦାନ ଦେବା ଉଚିତ ନୁହେଁ । ଏସବୁ ଦାନ ଦେବା ଦ୍ୱାରା ଆପଣଙ୍କ ଘରକୁ ଦରିଦ୍ରତା ଏବଂ ନକାରାତ୍ମକ ଶକ୍ତି ର ପ୍ରବେଶ ହେଇଥାଏ ।

1) ଧାର ଥିବା ବସ୍ତୁ ଯେପରିକି , ବ୍ଲେଡ , ଛୁରୀ , ପନିକି ଏବଂ ମୁନିଆ ବସ୍ତୁ ଯଥା ଛୁଞ୍ଚି , ଶାବଳ , କଇଁଚି ଏସବୁ ଜିନିଷ ଭୁଲ୍ ରେ ବି କାହାକୁ ଦିଅନ୍ତୁ ନାହିଁ । ନଚେତ ଘରକୁ ଦରିଦ୍ରତା ସହିତ କଳହ ଲାଗିରହିବ ।

2) ଘରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ କିମ୍ବା ଷ୍ଟିଲ ର କୌଣସି ବି ଜିନିଷ ଅନ୍ୟକୁ ଦାନ ଦିଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କର ଅଶୁଭ ହେଇଥାଏ ଏବଂ ଧନହାନୀ ହେଇଥାଏ ।

 

3) ଘରେ ବ୍ୟବହୃତ ଝାଡୁ କୁ ଅନ୍ୟକୁ ଦିଅନ୍ତୁ ନାହିଁ ଏହା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି ଏବଂ ଘରୁ ଲକ୍ଷ୍ମୀ ଛାଡିଯାନ୍ତି ବୋଲି ମନାଯାଏ । ଯାହାଫଳରେ ଆପଣ ଦରିଦ୍ର ହେଇଯାନ୍ତି ।

 

4) ଶାସ୍ତ୍ର ଅନୁଯାଇ ଯଦି ଆମର ଶନିଦଶା ପଡିଥାଏ ତେବେ ତେଲ ଦାନ ଦ୍ୱାରା ଶନି ଙ୍କ କୋପରୁ ରକ୍ଷା ମିଳିଥାଏ ।

 

ଖରାପ ତେଲ

କିନ୍ତୁ କାହାକୁ ଖରାପ ତେଲ ଦିଅନ୍ତୁ ନାହିଁ ଏହା ଦ୍ୱାରା ବିପତ୍ତି ଦୂରେଇବା ବଦଳରେ ଅନେକ କ୍ଷତି ହେଇଥାଏ । ଘରେ ଅଶାନ୍ତି ଲାଗିରହିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button