IBN ଓଡ଼ିଶା ବ୍ୟୁରୋ

ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବସରେ ନାବଳିକାଙ୍କୁ ଦୁଷ୍କର୍ମ: ୬ଗିରଫ

 ଦିଲ୍ଲୀରୁ ଉତ୍ତରାଖଣ୍ଡର ରୋଡୱେଜ ବସରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଏସପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ବସର ଚାଳକ, କଣ୍ଡକ୍ଟର ସମେତ ଅନ୍ୟ ୬ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ପୀଡ଼ିତା ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରେ ବସବାସ କରନ୍ତି।

ଅଗଷ୍ଟ ୧୨ ତାରିଖ ରାତି ୧୨.୩୦ରେ ଦିଲ୍ଲୀର ଆଇଏସବିଟିରୁ ଉତ୍ତରାଖଣ୍ଡ ରୋଡ‌ୱେଜ ବସ ଡେରାଡୁନ ପହଞ୍ଚିଥିଲା। ବାଟରେ ଗନ୍ତବ୍ୟସ୍ଥଳ ଆସିବାରୁ ଧୀରେଧୀରେ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିବା ବେଳେ ପୀଡ଼ିତାଙ୍କ ଘର ଆସିଲା ବେଳକୁ ସେ ଏକା ବସରେ ରହି ଯାଇଥିଲେ। ପୀଡ଼ିତାଙ୍କୁ ଏକା ପାଇ ବସ ଚାଳକ, କଣ୍ଡକ୍ଟର ଓ ଅନ୍ୟଲୋକମାନେ ଦୁଷ୍କର୍ମ କରିଥି‌ଲେ।

ବଦହବାସସ୍ଥିତ ଅଞ୍ଚଳରେ ପୀଡ଼ିତାଙ୍କୁ ପାଗିଳିପ୍ରାୟ ହୋଇ ବୁଲୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ଡାକ୍ତରିମାଇନା ପାଇଁ ପଠାଇ ଦେଇଛି। ଡାକ୍ତରୀ ରିପୋର୍ଟ ଆସ‌ିଲେ ଯାଇ କିଛି ସ୍ପଷ୍ଟ ଭାବେ କୁହାଯାଇ ପାରିବ । ପୀଡ଼ିତାଙ୍କ ମାନସିକସ୍ଥିତି ଭଲ ନାହିଁ।

ପୁଲିସ ଏହି ଘଟଣାରେ ୬ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button