IBN ଓଡ଼ିଶା ବ୍ୟୁରୋ

ବ୍ରିଟେନ ପଠାଇଲା ସାମରିକ ଉପଗ୍ରହ, ଶତ୍ରୁ ରାଷ୍ଟ୍ର ଉପରେ ରଖିବ ନଜର

ଶତ୍ରୁ ରାଷ୍ଟ୍ର ଉପରେ ନଜର ରଖିବା ଲାଗି ବ୍ରିଟେନ ତାର ପ୍ରଥମ ସାମରିକ ଉପଗ୍ରହ ମହାକାଶକୁ ପଠାଇଛି । ଏଲନ ମସ୍କଙ୍କ ସ୍ପେସ କମ୍ପାନି ସ୍ପେସଏକ୍ସର ଫାଲକନ-୯ ରକେଟ ଯୋଗେ କାଲିଫର୍ଣ୍ଣିଆସ୍ଥିତ ୱାଣ୍ଡେନବର୍ଗ ସ୍ପେଶ ଫୋର୍ସ ବେସ୍ରୁ ଏହି ଉପଗ୍ରହ ଛଡାଯାଇଛି । ଏହି ଉପଗ୍ରହର ନାମ ରଖାଯାଇଛି ତାଇଚି ।

ଏହି ଉପଗ୍ରହ ସେନାକୁ ସହଯୋଗ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନ ଉପରେ ଉପଯୁକ୍ତ ତଥ୍ୟ ପ୍ରଦାନ କରିବ ।

ଏହି ଉପଗ୍ରହର ଆକାର ଏକ ୱାଶିଂ ମେସିନ ଭଳି । ବ୍ରିଟିଶ କମ୍ପାନି ସରେ ସାଟେଲାଇଟ ଟେକ୍ନୋଲୋଜି ଲିମିଟେଡ ଏହି ଉପଗ୍ରହ ନିର୍ମାଣ କରିଛି । କିନ୍ତୁ ଏହାର ସବୁ କାମ ଓ ତଦାରଖ ଏବେ ପ୍ରତିରକ୍ଷା ବିଭାଗ କରିବ । ୧୫୦ କି.ଗ୍ରା ଓଜନ ବିଶିଷ୍ଟ ଏହି ଉପଗ୍ରହ ୫ ବର୍ଷ ପାଇଁ କାର୍ଯ୍ୟ କରିବ । ଏହି ଉପଗ୍ରହ ମାଧ୍ୟମରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯିବା ସହ ବିଭିନ୍ନ ସାମରିକ ଅଭିଯାନ ଚଳାଇବାରେ ମଧ୍ୟ ଆବଶ୍ୟକ ସୂଚନା ମିଳିପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button